Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମୁଣ୍ଡାଠାକରା ଗାଁ ଶିବ ମନ୍ଦିରର ଦାନହୁଣ୍ଡି ଚୋରି, ଦୁର୍ବୃତ୍ତ ଫେରାର

Odisha

ମୁଣ୍ଡାଠାକରା ଗାଁ ଶିବ ମନ୍ଦିରର ଦାନହୁଣ୍ଡି ଚୋରି, ଦୁର୍ବୃତ୍ତ ଫେରାର

Ritu Das
Browse all articles by Ritu Das
·1 year ago·1 min read
ମୁଣ୍ଡାଠାକରା ଗାଁ ଶିବ ମନ୍ଦିରର ଦାନହୁଣ୍ଡି ଚୋରି, ଦୁର୍ବୃତ୍ତ ଫେରାର

Key Points

ପୂଜା ସାମଗ୍ରୀ ସହିତ ଦାନ ବାକ୍ସ ଚୋରିକରି ନେଇଗଲେ ଦୁର୍ବୃତ୍ତ

ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ମୁଣ୍ଡା ଠାକୁରା ପଞ୍ଚାୟତ ସ୍ଥିତ ମୁଣ୍ଡା ଠାକୁରା ଗ୍ରାମରେ ଅବସ୍ଥିତ ଶିବ ମନ୍ଦିରରେ ଗତ ୨୬ ତାରିଖ ରାତିରେ କେହି ଦୁର୍ବୃତ୍ତ ବିଭିନ୍ନ ପୂଜା ସାମଗ୍ରୀ ସହିତ ଦାନ ବାକ୍ସ ଚୋରିକରି ନେଇଥବା ଗ୍ରାମାଞ୍ଚଳ ଥାନାରେ ଆଜି ସକାଳୁ ମନ୍ଦିର କମିଟି ପକ୍ଷରୁ ଲିଖିତ ଅଭିଯୋଗ ହେଉଛି । ମନ୍ଦିରରେ ଭକ୍ତଙ୍କ ଦେଇଥିବା ସୁନା, ରୂପା ଆନୁମାନିକ ୧ ଲକ୍ଷ ଟଙ୍କାର ସମ୍ପତ୍ତି ସହିତ ତିନି ଚାରି ବର୍ଷରୁ ଖୋଲା ହୋଇ ନ ଥିବା ଦାନ ବାକ୍ସରୁ ହାରାହାରି ୪/୫ ଲକ୍ଷ ଟଙ୍କାର ଚୋରି ହୋଇଥିବ ବୋଲି ଅନୁମାନ କରାଯାଉଛି। ଆଜି ସକାଳୁ ପୂଜକ ଦେଖିବାକୁ ପାଇଥିଲେ। ମୁଣ୍ଡା ଠାକୁରା ଗ୍ରାମବାସୀ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ସରସ୍ଵତୀ ଟୁଡୁ ସମେତ ପୋଲିସ ଟିମ୍ ଉକ୍ତ ଘଟଣାର ତଦନ୍ତ ପରେ ଦାନ ବାକ୍ସ ଏକ କିଲୋ ମିଟର ଦୂର ବଡାମତଳିଆ ନଦୀ କୂଳରେ ଦେଖିବାକୁ ପାଇଥିଲେ।


ତେବେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧୀନରେ ବାରମ୍ବାର ଏଭଳି ଚୋରି ଡକାୟତି ହେଲା ପରେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ହାତରେ ଚୋର ଧରା ପଡ଼ୁ ନ ଥିବା ଅଞ୍ଚଳରେ ଚିନ୍ତାର ବିଷୟ ପାଲଟିଛି। ତେବେ ଉକ୍ତ ଘଟଣା ନେଇ ଆଜି ଗ୍ରାମବାସୀ ପୋଲିସ ପ୍ରଶାସନ ଉପରେ ଘଟଣାର ଜୋରଦାର ତଦନ୍ତ ପାଇଁ ଦାବି କରିଛନ୍ତି। ଉକ୍ତ ଘଟଣାକୁ ନେଇ ଗ୍ରାମାଞ୍ଚଳ ଥାନା ଅଧିକାରୀ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
donation-box-stolen-from-shiva-temple-in-munda-thakara-village | Argus News