Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

TRP ଦୌଡରୁ ଦୂରରେ ରହି ଅର୍ଗସ ଦେଖାଇଛି ବାତ୍ୟାକୁ ନେଇ ସତ ଖବର

Smruti Parija
Browse all articles by Smruti Parija
·1 year ago·2 min read
TRP ଦୌଡରୁ ଦୂରରେ ରହି ଅର୍ଗସ ଦେଖାଇଛି ବାତ୍ୟାକୁ ନେଇ ସତ ଖବର

Key Points

  • ପ୍ରାକୃତିକ ବିପର୍ଯ୍ୟୟ ବେଳେ ଗଣମାଧ୍ୟମର ଭୂମିକାକୁ ନେଇ ଉଠିଲା ପ୍ରଶ୍ନ
  • ଅଯାଥା ଭୟ ସୃଷ୍ଟି ନକରିବାକୁ ଉପମୁଖ୍ୟମନ୍ତ୍ରୀ କଲେ ହାତଯୋଡ଼ି ନିବେଦନ
  • ବାତ୍ୟା`ଦାନା' କୁ ନେଇ ମେନଷ୍ଟ୍ରିମ୍ ମିଡିଆରେ ଅତିରଞ୍ଜିତ ଖବର ପରିବେଷଣ
  • ବାତ୍ୟା ସୃଷ୍ଟି ପୂର୍ବରୁ କହିଲେ `ଦାନା'ର ପ୍ରକୋପ ହେବ 99 ମହାବାତ୍ୟାଠୁ ଭୀଷଣ
  • TRP ଦୌଡରୁ ଦୂରରେ ରହି ଅର୍ଗସ ଦେଖାଇଛି ବାତ୍ୟାକୁ ନେଇ ସତ ଖବର
  • IMD ଓ ସରକାରଙ୍କ ସୂଚନା ଆଧାରରେ ଦେଖାଇଛୁ ଲୋକଙ୍କ ମୁହଁରୁ ନିଚ୍ଛକ କଥା

ଅର୍ଗସ ବ୍ୟୁରୋ: ବାଙ୍କୀ ଅଞ୍ଚଳରେ ଚାଷୀମାନେ କଞ୍ଚାଧାନ ଅମଳ କରିବାରେ ବ୍ୟସ୍ତ। ଏକର ଏକର ଜମିରୁ କଞ୍ଚାଧାନକୁ ମେସିନ ସାହାଯ୍ୟରେ ଅମଳ କରିନେଉଛନ୍ତି ଚାଷୀ। ପିପିଲି ଅଞ୍ଚଳରୁ ବି ଆସିଛି ସମାନ ଦୃଶ୍ୟ। ଧାନ ପାଚିବା ଆଗରୁ ତରବର ହୋଇ ଅମଳ କରିନେଉଛନ୍ତି ଚାଷୀ। ସେମାନେ ଜାଣିଛନ୍ତି ଏହାଦ୍ବାରା ସେମାନଙ୍କୁ ବହୁ କ୍ଷତି ସହିବାକୁ ପଡ଼ିବ। କିନ୍ତୁ ବାତ୍ୟାରେ ଧାନଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯିବା ଅପେକ୍ଷା କିଛିଟା କାଳେ ବଞ୍ଚିଯିବ ସେଥିପାଇଁ ଜାଣିଶୁଣି ଚାଷୀ ନିଜ ଗୋଡ଼ରେ କୁରାଢି ମାରିବାକୁ ବାଧ୍ୟ ହେଉଛି। ଚାଷୀଙ୍କର ଏପରି ପଦକ୍ଷେପ ପଛରେ କାରଣ ହେଉଛି ବାତ୍ୟା ଦାନାକୁ ନେଇ କିଛି ଆଗଧାଡ଼ିର ଗଣମାଧ୍ୟମର ଅତିରଞ୍ଜିତ ଖବର। ଏଥିରେ ଭୟଭୀତ ହୋଇ ଚାଷୀ ବିଲରୁ କଞ୍ଚା ଧାନ କାଟି ନେଉଛି। 

ସେଥିପାଇଁ ତ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବାରମ୍ବାର ହାତଯୋଡ଼ି ଗଣମାଧ୍ୟମକୁ ନିବେଦନ କରିଛନ୍ତି ଅଯଥାରେ ଲୋକଙ୍କୁ ଭୟଭୀତ କରନ୍ତୁ ନାହିଁ। ବାତ୍ୟାକୁ ନେଇ ଅତିରଞ୍ଜିତ ଖବର ପ୍ରସାରଣ ଯୋଗୁଁ ଚାଷୀ କଞ୍ଚାଧାନ କାଟିନେଉଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦାୟିତ୍ବ ସମ୍ପନ୍ନ ଗଣମାଧ୍ୟମର କର୍ତ୍ତବ୍ୟ ବାତ୍ୟା ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସଚେତନ କରିବ। କିନ୍ତୁ କିଛି ଆଗଧାଡ଼ିର ଗଣମାଧ୍ୟମ ଟିଆରପି ମାୟାରେ ବାତ୍ୟା ଦାନାକୁ ନେଇ ଅତିରଞ୍ଜିତ ଖବର ପରିବେଷଣ କରିଛନ୍ତି । ଏପିରିକି କୁହାଗଲା ଦାନାର ପ୍ରକୋପ ୧୯୯୯ ମହାବାତ୍ୟାଠାରୁ ବି ବଳିଯିବ। ଯେତେବେଳେ କି ସେପର୍ଯ୍ୟନ୍ତ ଦାନା ଅବପାତରେ ବି ପରିଣତ ହୋଇନଥିଲା । କିନ୍ତୁ ଅର୍ଗସ ଏକ ଦାୟିତ୍ବ ସମ୍ପନ୍ନ ଗଣମାଧ୍ୟମ ଭାବେ ଟିଆରପି ଦୌଡ଼ରୁ ଦୂରରେ ରହି ସତ ଖବର ଲୋକଙ୍କୁ ଦେଖାଇଛି । ଆଇଏମଡି ଏବଂ ସରକାରଙ୍କ ପକ୍ଷରୁ ବାତ୍ୟାକୁ ନେଇ ଯେଉଁ ଆକଳନ କରାଯାଇଛି ତାହା ହିଁ ଲୋକଙ୍କୁ ଦେଖାଇଛୁ । ଲୋକଙ୍କ ମୁହଁରୁ ନିଚ୍ଛକ ସତକଥା ଆମେ ଦର୍ଶକଙ୍କ ପାଖରେ ପହଞ୍ଚାଇଛୁ । ବାତ୍ୟା ଦାନାକୁ ନେଇ ଯେଉଁଭଳି ଅତିରଞ୍ଜିତ ଖବର ପରିବେଷଣ କରାଗଲା ତାହା ବିପର୍ଯ୍ୟୟ ବେଳେ ଗଣମାଧ୍ୟମର ଭୂମିକା ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

 

Sponsored
dont-create-panic-about-cyclone-dana-apeal-deputy-chief-minister-kanaka-bardhana-singhdeo | Argus News