"ବନ୍ୟା ପାଇଁ ଭୟଭୀତ ହୁଅନ୍ତୁ ନାହିଁ, ମୁକାବିଲା ପାଇଁ ସରକାର ପ୍ରସ୍ତୁତ"

Key Points
ସମ୍ପୂର୍ଣ୍ଣ ପ୍ରସ୍ତୁତ ସରକାର
ବନ୍ୟା ସ୍ଥିତି ନିୟନ୍ତ୍ରଣାଧିନ ରହିଛି
ସୁବର୍ଣ୍ଣରେଖା ବଢୁଛି, ବୁଢାବଳଙ୍ଗରେ ଜଳସ୍ତର କମିଛି
ବନ୍ୟା ସ୍ଥିତି ନିୟନ୍ତ୍ରଣାଧିନ ରହିଛି । ଧୀରେ ଧୀରେ ସ୍ଥିତି ସୁଧୁରୁଛି । ସୁବର୍ଣ୍ଣରେଖା ବଢୁଛି, ବୁଢାବଳଙ୍ଗରେ ଜଳସ୍ତର କମିଛି । ବାଲେଶ୍ବରର ତଳିଆ ଅଞ୍ଚଳ ଭୋଗରାଇ, ଜଳେଶ୍ବରରେ ପାଣି ପଶିଛି । ଜଳ ନିଷ୍କାସନ ଆରମ୍ଭ ହୋଇଛି । ପାଣି ଘେରରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ରିଲିଫ୍ ସେଣ୍ଟରରେ ଆଶ୍ରୟ ଦିଆଯାଇଛି । ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । କେନ୍ଦ୍ରୀୟ ଆରଡିସି ଟିମ୍ ବାଲେଶ୍ବରରେ ଉପସ୍ଥିତ ଅଛନ୍ତି । ବାଲେଶ୍ବର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଓଡ୍ରାଫ୍ ଟିମ୍, NDRF ଟିମ୍ ମୁତୟନ କରାଯାଇଛି ।
ଆଜି କଟକରୁ ଗୋଟିଏ ଓଡ୍ରାଫ୍ ଟିମ୍ ବାଲେଶ୍ବର ପଠା ଯାଇଛି । ଆଧୁନିକ ଯନ୍ତ୍ରପାତି ଓ ବୋଟ୍ ସହ ଅଗ୍ନିଶମ ବାହିନୀ କର୍ମଚାରୀମାନେ ପାଣି ଘେର ଅଞ୍ଚଳରେ ଅବସ୍ଥାପିତ ଅଛନ୍ତି । ସେଣ୍ଟ୍ରାଲ୍ ଡିଭିଜନର ଆରଡିସି ଓ ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି । ରାଜସ୍ବ ବିଭାଗର ଆଡିସନାଲ୍ ଚିଫ୍ ସେକ୍ରେଟାରୀ ଓ, ଜଳସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଗ୍ରାଉଣ୍ଡରେ ଅଛନ୍ତି । ଅନେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି, ବାଲି ବସ୍ତା ଦିଆଯାଇ ମରାମତି କାମ ଚାଲିଛି । ଆଗକୁ ଆଉ ଏକ ଲଘୁଚାପର ସମ୍ଭାବନା ରହିଥିବାରୁ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ସରକାର ସଜାଗ ଅଛନ୍ତି । ଧାନ ଓ ପନିପରିବା ନଷ୍ଟ ହୋଇଛି । ବନ୍ୟା ପାଇଁ ଭୟଭୀତ ହୁଅନ୍ତୁ ନାହିଁ । ରାଜ୍ୟ ସରକାର ସମ୍ପୂର୍ଣ୍ଣ କ୍ଷତିପୂରଣ ଦେବେ ଏସଆରସି କାର୍ଯ୍ୟାଳୟରେ ବନ୍ୟା ସ୍ଥିତିର ସମୀକ୍ଷା ପରେ କହିଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।