Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

`ଆତ୍ମହତ୍ୟା କଥା ପାଟିରେ ଧରନି': ମୁଖ୍ୟମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·11 months ago·1 min read
`ଆତ୍ମହତ୍ୟା କଥା ପାଟିରେ ଧରନି': ମୁଖ୍ୟମନ୍ତ୍ରୀ

Key Points

`ଆତ୍ମହତ୍ୟା କଥା ପାଟିରେ ଧରନି'
ଆତ୍ମହତ୍ୟା କଥା ଶୁଣି ତାଗିଦ କଲେ ମୁଖ୍ୟମନ୍ତ୍ରୀ
ଆତ୍ମହତ୍ୟା ପରି କଥା ପାଟିରେ ନ ଧରିବାକୁ କହିଲେ ସିଏମ୍
ମୁଁ କଣ ପାଇଁ ଅଛି ବୋଲି କହି ବୁଝାଇଲେ ମୁଖ୍ୟମନ୍ତ୍ରୀ

ଆତ୍ମହତ୍ୟା କଥା ଶୁଣି ତାଗିଦ କଲେ ମୁଖ୍ୟମନ୍ତ୍ରୀ । ଆତ୍ମହତ୍ୟା ପରି କଥା ପାଟିରେ ନ ଧରିବାକୁ କହିଲେ । ତମେ ଆତ୍ମହତ୍ୟା କଲେ ମୁଁ କଣ ପାଇଁ ଅଛି ବୋଲି କହି ବୁଝାଇଲେ ମୁଖ୍ୟମନ୍ତ୍ରୀ । ଦୀର୍ଘ ୪୦ ବର୍ଷ ହେଲା ପୂର୍ତ୍ତ ବିଭାଗରେ ପିଅନ ଭାବେ କାମ କରୁଛନ୍ତି ଜଗବନ୍ଧୁ। ହାତ ଟେକା ଦରମାରେ ଏତେ ବର୍ଷ ହେଲା କାମ କରୁଛନ୍ତି । ସ୍ଥାୟୀ ଚାକିରି କରାଇବେ କହି ଠକି ଆସୁଛନ୍ତି ଅଧିକାରୀ। ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଶୁଣେଇବାକୁ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଆଗରେ ଆତ୍ମହତ୍ୟା କରିଦେବି ବୋଲି କହିଲେ। ମୁଖ୍ୟମନ୍ତ୍ରୀ ଏପରି ନ କହିବାକୁ ବାରଣ କଲେ। ସରକାର ଚେଷ୍ଟା କରିବେ ସମାଧାନ ପାଇଁ ।ଏଭଳି ଆତ୍ମହତ୍ୟା କଥା କହିବା ଭୁଲ। ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଇଁ ଅଛନ୍ତି ବୋଲି କହି ସେ ବୁଝାଇଛନ୍ତି।


ରାଜ୍ୟରେ ବଢ଼ୁଥିବା ଆତ୍ମହତ୍ୟା ଘଟଣାକୁ ନେଇ ଲୋକଙ୍କର ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି। ଯାହାର ଯେକୌଣସି ସମସ୍ୟା ରହିଛି, ସେ ସିଧା ସିଧା ସରକାରଙ୍କୁ ସମସ୍ୟା କହି ଆତ୍ମହତ୍ୟା କରିବାର ଧମକ ଦେଉଛନ୍ତି। ଯାହାକୁ ଦୃଷ୍ଟିରେ ରଖି ନିଜେ ମୁଖ୍ୟମନ୍ତ୍ରୀ ଲୋକଙ୍କ ସହ ମିଶି ସେମାନଙ୍କର ସମସ୍ୟା ବୁଝିବା ସହ ସମାଧାନ ହେବ ବୋଲି କହିଛନ୍ତି। ଏହାସହ ମୃତ୍ୟୁ ସବୁ ସମସ୍ୟାର ସମାଧାନ ନୁହେଁ ବୋଲି ବୁଝାଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Sponsored
`Don't talk about suicide': Chief Minister mohan majhi | Argus News