Videos
|
Odisha

Cyclone Threat / ଅକ୍ଟୋବରରେ ଦୁଇ ଦୁଇଟି ବାତ୍ୟା ଭୟ ! ଆମେରିକୀୟ GFS ମଡେଲର ଆକଳନ

Banajyotshna Ray
Browse all articles by Banajyotshna Ray
·9 months ago·2 min read
ଅକ୍ଟୋବରରେ ଦୁଇ ଦୁଇଟି ବାତ୍ୟା ଭୟ ! ଆମେରିକୀୟ GFS ମଡେଲର ଆକଳନ

Key Points

ପୁଣି ଓଡ଼ିଶା ଛାତିରେ ବାତ୍ୟା ଛନକା
1999 ଭଳି ପୁଣି ଅକ୍ଟୋବରରେ ଦୁଇ ଦୁଇଟି ବାତ୍ୟା ଭୟ
ଆମେରିକୀୟ GFS ମଡେଲର ଆକଳନ
ଗୋଟିଏ ଆନ୍ଧ୍ର, ଆଉ ଗୋଟିଏ ହୋଇପାରେ ତାମିଲନାଡୁ ମୁହାଁ
IMD ଡିଜି କହିଲେ, ଓଡ଼ିଶାକୁ ନାହିଁ ବାତ୍ୟା ୱାର୍ଣ୍ଣିଂ
23 ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଗଭୀର ଅବପାତ
ଦକ୍ଷିଣ ଓ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ହୋଇପାରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା
ପୁଣି ଅକ୍ଟୋବରରେ ଦୁଇଟି ବାତ୍ୟା ଭୟ । ୧୯୯୯ ଅକ୍ଟୋବରରେ ଦୁଇଟି ବାତ୍ୟା ଆସିଥିବା ବେଳେ ୨୬ ବର୍ଷ ପରେ ପୁଣି ସମାନ ମାସରେ 2ଟି ବାତ୍ୟା ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଆମେରିକାର GFS ମଡେଲ୍ । ଯାହା ଅନୁସାରେ 2ଟି ବାତ୍ୟା ମଧ୍ୟରୁ ଗୋଟିଏ ଆନ୍ଧ୍ରପ୍ରଦେଶ ଓ ଅନ୍ୟଟି ତାମିଲନାଡୁ ମୁହାଁ ହୋଇପାରେ । ତେବେ ଅର୍ଗସକୁ ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟାରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି - ଏବେ ସୁଦ୍ଧା ଓଡ଼ିଶାକୁ ବାତ୍ୟା ୱାର୍ଣ୍ଣିଂ ନାହିଁ ।ଆଂଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ବି ଓଡ଼ିଶାରେ ବାତ୍ୟା ଆଶଙ୍କାକୁ କରିଛନ୍ତି ଖଣ୍ଡନ । ତାଙ୍କ ଅନୁସାରେ ଏବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଉପରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ପ୍ରଭାବରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର ।

କ୍ରମଶଃ ଅଧିକ ବଳ ଗୋଟାଇ ଏହା ୨୩ ତାରିଖ ବେଳକୁ ଗଭୀର ଅବପାତରେ ପରିଣତ ହେବ । ଏହାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ । କେତେକ ଜିଲ୍ଲାରେ, ବିଶେଷ କରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା,କଟକ,ନୟାଗଡ଼,ଗଞ୍ଜାମ, ଗଜପତି,କନ୍ଧମାଳ, କଳାହାଣ୍ଡି,ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରିରେ ରହିଛି ବର୍ଷା ସମ୍ଭାବନା।

ଏଥିସହ ପଢ଼ନ୍ତୁ: ୧୯୯୯ ଭଳି ପୁଣି ଅକ୍ଟୋବରରେ ଦୁଇ ଦୁଇଟି ବଡ଼ ବାତ୍ୟା !

ଗୋଟିଏ ପଟେ ୧୬ ତାରିଖରୁ ଓଡ଼ିଶାରୁ ବିଦାୟ ନେଇସାରିଛି ମୌସୁମୀ । ଅନ୍ୟପଟେ ଅକ୍ଟୋବର ମାସରେ ରହିଛି ବାତ୍ୟାର ଇତିହାସ । ୟା ଭିତରେ ଏବେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାରୁ ବଢ଼ିଛି ବାତ୍ୟାର ଭୟ । ତେବେ ଘୂର୍ଣ୍ଣିବଳୟ କେତେ ଘନୀଭୂତ ହେବ, କେଉଁ ଦିଗକୁ ଗତି କରିବ ଓ କେଉଁ ଉପକୂଳ ଦେଇ ଅତିକ୍ରମ କରିବ ତାହା ପରେ ସ୍ପଷ୍ଟ ହେବ । ମୌସୁମୀ ପ୍ରତ୍ୟାହାର ପରେ ବଙ୍ଗୋପସାଗରରେ ସିଷ୍ଟମ୍‌ଗୁଡ଼ିକ ଅଧିକ ଘନୀଭୂତ ହେବାକୁ ପରିବେଶ ସହାୟକ ହୋଇଥାଏ । ପୂର୍ବରୁ ୧୯୯୯ରେ ସୁପର ସାଇକ୍ଲୋନର ସାମ୍ନା କରିଥିଲା ଓଡ଼ିଶା। ସେହିପରି ୨୦୦୯ରେ ଅଇଲା, ୨୦୧୮ରେ ତିତିଲି, ୨୦୨୧ରେ ଗୁଲାବ ଓ ଜୱାଦ ଏବଂ ୨୦୨୨ର ଅସାନି ଭଳି ବାତ୍ୟା ସୃଷ୍ଟି ହୋଇଛି । ତେଣୁ ବାତ୍ୟା ଭୟ ଅଧିକ ରହିଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories