ଆସନ୍ତାକାଲି ଭିତରେ ରାଜ୍ୟକୁ ଆସିବ ଡବଲ ଡେକର ବସ୍

ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଭିତରେ ରାଜ୍ୟକୁ ଆସିବ ଡବଲ ଡେକର ବସ। ପ୍ରବାସୀ ଭାରତୀୟଙ୍କ ଉଦ୍ଦେଶ୍ୟରେ ଏହାକୁ ପ୍ରଥମେ ବ୍ୟବହାର କରାଯିବ। ପରେ ସାଧାରଣ ଲୋକଙ୍କ ପାଇଁ ବ୍ୟବହୃତ ହେବ। ପ୍ରଥମେ ଦୁଇଟି ବସ୍ ଆସୁଛି। ପରେ ଆଉ ଦୁଇଟି ଡବଲ ଡେକର ବସ ଆସିବ।
ଓଡ଼ିଶା ଆସୁଛି ଇ-ଡବଲ ଡେକର ବସ। ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ଓଡ଼ିଶାରେ ଗଡ଼଼ିବ ଡବଲ ଡେକର ବସ। ଆଜି ମୁମ୍ବାଇରୁ ଓଡ଼ିଶାକୁ ଇଲେକ୍ଟ୍ରିକ ଡବଲ ଡେକର ବସ ଆସୁଥିବା ସୂଚନା ମିଳିଛି। ଡବଲ ଡେକର ବସରେ ରହିଛି ଓଡ଼ିଶା କଳା ଓ ସଂସ୍କୃତର ଛାପ। ଡବଲ ଡେକର ବସରେ କୋଣାର୍କ ଚକ ଓ ଶାନ୍ତସ୍ତୁପ ଧଉଳି ଆଦି ସ୍ଥାନ ପାଇଛି। ପରବର୍ତ୍ତି ସମୟରେ ମୁମ୍ବାଇରୁ ଆଉ ୩ଟି ଡବଲ ଡେକର ବସ ଆସିବ ବୋଲି ଜଣାପଡ଼ିଛି। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, ପୁରୀ ଓ କଟକ ସହରରେ ଇ-ଡବଲ ଡେକର ବସ ଚଳାଚଳ କରିବ ବୋଲି ଜଣାପଡିଛି। ଆଜି ମୁମ୍ବାଇରୁ ଓଡ଼ିଶାକୁ ଡବଲ ଡେକର ବସ ଆସିବା ନେଇ କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି।
📱 Get Argus News App
✨ଇ-ଡବଲ ଡେକର ବସ ହେଉଛି ଏକ ବିଦ୍ୟୁତଚାଳିତ ଡବଲ ଡେକର ବସ, ଯାହା ଦୁଇ ତଳ ବିଶିଷ୍ଟ ଏକ ବଡ଼ ବସ ଅଟେ। ଏହା ବିଶେଷତଃ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ସ୍ୱଚ୍ଛ ପରିବହନ ପାଇଁ ବିକାଶ କରାଯାଇଛି। ଏହି ଇ-ଡବଲ ଡେକର ବସ ଏକାଧିକ ଯାତ୍ରୀଙ୍କୁ ପରିବହନ କରିବା ସହିତ ଏହା ଧୁଆଁ ତିଆରି ନ କରି କାର୍ବନ ତ୍ୟାଗକୁ କମାଇବାରେ ସହାୟକ ହୋଇଥାଏ।
ଇ-ଡବଲ ଡେକର ବସର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ରହିଛି ବିଦ୍ୟୁତ ଚାଳନା ଯାହା ବସଗୁଡ଼ିକ ଶୂନ୍ୟ କାର୍ବନ ତ୍ୟାଗକୁ ନିଶ୍ଚିତ କରିଥାଏ, କାରଣ ଏହା ବିଦ୍ୟୁତ ଶକ୍ତିରେ ଚାଲେ। ଏହା ଦୁଇ ତଳ ବିଶିଷ୍ଟ ବସ ହୋଇ ଥିବାରୁ ଅଧିକ ଯାତ୍ରୀଙ୍କୁ ଏକ ସମୟରେ ବହନ କରିପାରେ। ବିଦ୍ୟୁତ ଚାଳିତ ହୋଇଥିବାରୁ ଏଥିରୁ ଅତ୍ୟଧିକ ଶବ୍ଦ ଉତ୍ପନ୍ନ କରେ ନାହିଁ ଏବଂ ଶବ୍ଦ ପ୍ରଦୂଷଣ କମାଇଥାଏ, ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପରିସର ସ୍ୱଚ୍ଛତା ରଖିବା, ଟ୍ରାଫିକ ସମସ୍ୟା ହ୍ରାସ କରିବା ଓ ଯାତ୍ରୀଙ୍କ ସୁବିଧା ପ୍ରଦାନ କରିବା ଇତ୍ୟାଦି ଇ-ଡବଲ ଡେକର ବସର ବୈଶିଷ୍ଟ୍ୟ
ଇ-ଡବଲ ଡେକର ବସ ପରିବହନ ଗତିକୁ ସୁଦୃଢ଼ କରିବାରେ ଏକ ବଡ଼ ପଦକ୍ଷେପ ହୋଇଥିବାବେଳେ ଏହା ଆଧୁନିକ ସହର ଯାନଚଳନର ଏକ ନୂଆ ଧାରା ଭାବେ ଉଭା ହୋଇଛି। ଇ-ଡବଲ ଡେକର ବସ ଏବେ ଭାରତର ଅନେକ ସହରରେ ଆରମ୍ଭ ହୋଇଥିବା ସୂଚନା ମିଳିଛି।