|
logo
Live

Argus News - ଭୁବନେଶ୍ବରରେ ଚାଲିବ ଡବଲ ଡେକର ବସ୍‌

Odisha

ଭୁବନେଶ୍ବରରେ ଚାଲିବ ଡବଲ ଡେକର ବସ୍‌

Swoyang prajna Mishra
Browse all articles by Swoyang prajna Mishra
·1 year ago
ଭୁବନେଶ୍ବରରେ ଚାଲିବ ଡବଲ ଡେକର ବସ୍‌

ଅର୍ଗସ ବ୍ୟୁରୋ : ପ୍ରବାସୀ ଭାରତୀୟ ଦିବସ ପୂର୍ବରୁ ଭୁବନେଶ୍ବରରେ ଚାଲିବ ଡବଲ ଡେକର ବସ୍ I ଏଥିପାଇଁ ମୁମ୍ବାଇରୁ ଆସୁଛି ୫ଟି ଇ- ଡବଲ ଡେକର ବସ୍‌। କାରଣ କ୍ରୁଟ ଦେଇଥିବା ଅର୍ଡର ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଆସୁଥିବା ୫ଟି ବସ୍‌ ଆଜି ପହଞ୍ଚିପାରେ। ପୁରୀ,କୋଣାର୍କ, ଭୁବନେଶ୍ବର-କଟକରେ ଚାଲିବାକୁ ଥିବା ଏହି ଡବଲ ଡେକର ବସ୍‌ ଚଳାଚଳ ପାଇଁ ରୁଟ୍‌ ସର୍ଭେ ଚାଲିଛି।


ଏଥିରେ ଦେଖିବାକୁ ମିଳିବ ଓଡ଼ିଶା କଳା ସଂସ୍କୃତି ଛାପ। କୋଣାର୍କ ଚକ୍ର, ଧଉଳି, ଓଡ଼ିଶୀ ନୃତ୍ୟର ଛାପ। ବସ୍‌ ପାଇଁ ସ୍ବତନ୍ତ୍ର ଚାର୍ଜିଂ ଷ୍ଟେସନ କରାଯିବ। ଲୋକାର୍ପଣ ପୂର୍ବରୁ ଟ୍ରାଏଲ ରନ୍ କରାଯିବାକୁ ନେଇ ଯୋଜନା ରହିଛି । ଗତ ୧୦ ତାରିଖରେ କ୍ରୁଟ ପକ୍ଷରୁ ଡବଲ ଡେକର ବସ୍‌ ପାଇଁ ଟେଣ୍ଡର ଆହ୍ବାନ କରିଥିଲା। ପ୍ରଥମ ପର୍ଯ୍ୟାୟରେ ୫ଟି ଡବଲ୍ ଡେକର୍ ଆଣିବା ନେଇ ଯୋଜନା ଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଭୁବନେଶ୍ବରରେ ଚାଲିବ ଡବଲ ଡେକର ବସ୍‌ | Argus News