Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗର୍ଜିଲା ପୋଲିସ ବନ୍ଧୁକ: ଏନ୍‌କାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

Sushanta Sahoo
Browse all articles by Sushanta Sahoo
·1 year ago
ଗର୍ଜିଲା ପୋଲିସ ବନ୍ଧୁକ: ଏନ୍‌କାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

କଟକ: କଟକ କମିସନରେଟ୍ ପୋଲିସର ଡବଲ ଏନ୍‌କାଉଣ୍ଟର । ୨ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗୁଳିମାଡ଼ କରିଛି ପୋଲିସ । ଆହତ ଅଭିଯୁକ୍ତ ଦ୍ଵୟ ହେଲେ କଟାସ ଓରଫ ସଂଗ୍ରାମ ରାଉତ ଏବଂ ଜୁବୁଲା ଓରଫ ଶୁଭ୍ରାଂଶୁ ପରିଡ଼ା । ସଂଗ୍ରାମର ଘର ନନ୍ଦନକାନନ ଥାନା ଅଞ୍ଚଳରେ, ଜୁବୁଲାର ଘର ବୟାଳିଶମୌଜା କୁଳକଳପଡ଼ା ଅଞ୍ଚଳରେ ।


ଡକାୟତି, ଲୁଟ୍‌ପାଟ ଭଳି ଏକାଧିକ ସଙ୍ଗୀନ ମାମଲାରେ ଜଡ଼ିତ ଥିଲେ କଟାସ ଓ ଜୁବୁଲା । ଉଭୟ ବାଇକ୍‌ରେ ଯାଉଥିବା ବେଳେ ଧରିବା ପାଇଁ ପୋଲିସ ପିଛା କରିଥିଲା । ଚୌଦ୍ଵାର ଥାନା ଅଞ୍ଚଳରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଦୁଇ ଅପରାଧୀ ପ୍ରଥମ ପୋଲିସ ଉପରକୁ ଗୁଳି ଚଲାଇ ଥିଲେ ।


ସ୍ଥିତି ବିଗିଡ଼ି ଯିବାରୁ ପୁଲିସ ଦୁଇ ଅଭିଯୁକ୍ତଙ୍କ ଉପରକୁ ଗୁଳି ଚଳାଇଥିଲା । ଦୁଇ ଜଣଙ୍କ ଗୋଡ଼ରେ ଗୁଳି ବାଜିଛି । ସେମାନଙ୍କୁ ଏସ୍‌ସିବି ଟ୍ରମା କେୟାର୍‌ରେ ଭର୍ତ୍ତି କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Double Encounter In Cuttack Choudwar, 2 Injured | Argus News