Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କଟକରେ କମିସନରେଟ ପୋଲିସର ଡବଲ ଏନକାଉଣ୍ଟର

Odisha

କଟକରେ କମିସନରେଟ ପୋଲିସର ଡବଲ ଏନକାଉଣ୍ଟର

Rashmita Mishra
Browse all articles by Rashmita Mishra
·1 year ago·2 min read
କଟକରେ କମିସନରେଟ ପୋଲିସର ଡବଲ ଏନକାଉଣ୍ଟର

Key Points

କଟକରେ ଗର୍ଜିଲା ବନ୍ଧୁକ, ଆହତ ହେଲେ ୨ ଅପରାଧୀ
ଦେଢ଼ ବର୍ଷର ବ୍ୟବଧାନ ପରେ ପୋଲିସ ବନ୍ଧୁକରୁ ଫୁଟିଲା ଗୁଳି
ଜଖମ ହେଲେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ କଟାସ ଓ ଜୁବୁଲା
କଟାସ ନାଁରେ ୧୫ଟି ଏବଂ ଯୁବଲା ନାଁରେ ରହିଛି ୪୯ ମାମଲା

ଅକ୍ଷରେ ଅକ୍ଷରେ ପୋଲିସ ପାଳନ କରୁଛି ଅପରାଧୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଜିରୋ ଟଲରାନ୍ସ ନୀତି। ଅପରାଧ ଘଟାଉଥିବା ଅପରାଧୀଙ୍କୁ ଆଉ ନିସ୍ତାର ନାହିଁ। ଚଳିତ ବର୍ଷ କଟକରେ ପ୍ରଥମ ଥର ପାଇଁ ଡବଲ ଏନକାଉଣ୍ଟର କରିଛି କଟକ କମିସନରେଟ ପୋଲିସ। ଚୌଦ୍ଵାର ଇନ୍ଦ୍ରାଣୀପାଟଣାରେ ଅପରାଧ ପାଇଁ ପ୍ଲାନ୍ କରୁଥିବା ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଯୁବୁଲା ଓରଫ ଶୁଭ୍ରଜିତ ପରିଡ଼ା ଓ କଟାସ ଓରଫ ସଂଗ୍ରାମ ରାଉତକୁ ଏନକାଉଣ୍ଟର କରିଛି ପୋଲିସ। ଚଢାଉ ସମୟରେ ପୋଲିସ ଉପରେ ଉଭୟ ଅପରାଧୀ ଗୁଳି ଚଳାଇଥିଲେ। ଯାହାର ଜବାବରେ ପୋଲିସ ଉଭୟଙ୍କୁ ଏନକାଉଣ୍ଟର କରିଥିଲା। ଉଭୟଙ୍କ ଗୋଡ଼ରେ ଗୁଳି ବାଜିଥିଲା। ଏହି ଘଟଣାରେ ୩ ଜଣ ପୋଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି।

ଏହି ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଲମ୍ବା କ୍ରାଇମ ଲିଷ୍ଟ ରହିଛି। ଉଭୟଙ୍କ ନାଁରେ ରହିଛି ଡକାୟତି, ଚୋରି, ରାହଜନୀ, ଲୁଟ, ବମିଂ, ହତ୍ୟା ଉଦ୍ୟମ, ଦାଦାବଟି ଆଦାୟ, ଛିନ୍ତାଇ ଭଳି ମାମଲା। କଟାସର ଘର ନନ୍ଦନକାନନ ଅଞ୍ଚଳରେ। ତା ନାଁରେ ୧୫ ଟି ଅପରାଧିକ ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଛି। ସେହିପରି ଜୁବୁଲା ନାଁରେ ସର୍ବାଧିକ ୪୯ଟି ଅପରାଧିକ ମାମଲା ରହିଛି। କଟକ-ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ଉଭୟ ଅପରାଧ ଘଟାଉ ଥିଲେ। ତେବେ ପୋଲିସ ଉଭୟଙ୍କୁ ନିଜ ସ୍କାନରରେ ରଖିଥିଲା। ଏନକାଉଣ୍ଟର ପରେ ଉଭୟଙ୍କ ନିକଟରୁ ଦୁଇଟି ବନ୍ଧୁକ, ଗୁଳି, ବାଇକ୍ ଜବତ କରିଛି ପୋଲିସ। ସେପଟେ ଅପରାଧୀଙ୍କୁ କଡା ଚେତାବନୀ ଦେଇଛନ୍ତି କଟକ ଡିସିପି। ସୁଧୁରି ଯାଅ ନ ହେଲେ ପୋଲିସ କଡା ଆଭିମୁଖ୍ୟ ଗ୍ରହଣ କରିବ ବୋଲି କହିଛନ୍ତି କଟକ ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓ।

କଟକରେ ଶେଷ ଥର ସେପ୍ଟେମ୍ବର ମାସ ୨୦୨୩ ମସିହାରେ ଦୁର୍ଦ୍ଦାନ୍ତ ଅପରାଧୀ ମଙ୍ଗୁ ଓରଫ ମନୋଜ ମହାରଣାକୁ ଏନକାଉଣ୍ଟର କରିଥିଲା ପୋଲିସ। ପୁଣି ଏବେ ଅପରାଧୀଙ୍କୁ ଖୋଲା ମେସେଜ ଦେଇଛି ପୋଲିସ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
double-encounter-of-commissionerate-police-in-cuttack | Argus News