Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

'ମୟୁରଭଞ୍ଜର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର'

Satyendu Sekhar Mishra
Browse all articles by Satyendu Sekhar Mishra
·10 months ago·2 min read
'ମୟୁରଭଞ୍ଜର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର'

Key Points

ମୟୂରଭଞ୍ଜର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର ।

ଜନଜାତି ଭଉଣୀମାନଙ୍କ ସହିତ ପାରମ୍ପରିକ ନୃତ୍ୟ ‘କରମା ନାଚ’ରେ ସାମିଲ ହେଲେ ଧର୍ମେନ୍ଦ୍ର ।

ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ ଆଜି ଅନେକ ବିକାଶ ମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତି ସ୍ଥାପନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବାରିପଦାର ଆଥଲେଟିକ ଆସୋସିଏସନର ପ୍ରଶାସନିକ ଭବନର ଉଦଘାଟନ ସହ ବାରିପଦା ଛଉ ପଡ଼ିଆ ଉନ୍ନତି ପାଇଁ ୫ କୋଟି ଟଙ୍କାର ପ୍ରକଳ୍ପ, ଜୁବୁଲି ପାର୍କ ଓ ଜିଞ୍ଜିରି ବନ୍ଧର ନବୀକରଣ ପାଇଁ ୨୬ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ହୋଇଛି। ଧର୍ମେନ୍ଦ୍ର କହିଛନ୍ତି ଏସବୁ ପ୍ରକଳ୍ପ ସହରର ସୌନ୍ଦର୍ଯ୍ୟ ବଢ଼ାଇବ।

ଏହି ଅବସରରେ ଧର୍ମେନ୍ଦ୍ରଙ୍କୁ ଜୋରଦାର ସ୍ଵାଗତ କରିଥିଲା ଜିଲ୍ଲା ବିଜେପି। ତାଙ୍କ ଅଧ୍ୟକ୍ଷତାରେ ବାରିପଦା ସହିଦ ସ୍ମୃତି ଭବନରେ ଆୟୋଜିତ ହେଇଥିଲା ହାଇ ଲେବୁଲ ରିଭିୟୁ ମିଟିଂ। ନୂଆ ଜାତୀୟ ଶିକ୍ଷା ନୀତି ସହ ଜିଲ୍ଲାର ଏକାଧିକ ଉନ୍ନତି ଓ ବିକାଶକୁ ନେଇ ମୟୁରଭଞ୍ଜ ଜିଲ୍ଲାରେ ଚାଲୁଥିବା ଉନ୍ନତି ମୂଳକ ପ୍ରକଳ୍ପର କାର୍ଯ୍ୟ ଓ ସରକାରୀ ଯୋଜନାର ଗ୍ରାଉଣ୍ଡ ଜିରୋରେ ସଠିକ କ୍ରିୟାନ୍ଵୟନକୁ ନେଇ ହୋଇଥିଲା ଆଲୋଚନା ।

ବିପର୍ଯ୍ୟୟ ପରିଚାଳନା, ଶିମିଳିପାଳର ସୁରକ୍ଷା, ଜାତୀୟ ରାଜପଥ, ଟ୍ରେନ୍ ଲାଇନ ସହ ୩ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ନେଇ ଥିବା ପ୍ରସ୍ତାବ ପ୍ରସଙ୍ଗରେ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ହୋଇଥିଲା । ଡ୍ରପଆଉଟ ସଂଖ୍ୟା ବଢୁଥିବାରୁ କ୍ରୀଡ଼ା, ସ୍କିଲ ଓ ପାଠ ପଢ଼ିବା ସହ ପୋଷଣ, ଶିକ୍ଷା, ସ୍ୱାସ୍ଥ୍ୟକୁ ନେଇ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ପଡ଼ିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ। ରିଭ୍ୟୁ ମିଟିଂ ପରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାୟର ଓଡ଼ିଶା ଝୁମର ଏକାଡେମୀ ପକ୍ଷରୁ ଆୟୋଜିତ ଝୁମର କର୍ମଶାଳାରେ ଯୋଗଦେଇଥିଲେ କେନ୍ଦ୍ରମନ୍ତ୍ରୀ ।

ମୟୁରଭଞ୍ଜ ଜିଲ୍ଲାର ୬୩.୩୭ ସାକ୍ଷରତା ହାର ବୃଦ୍ଧି ଦିଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ଵ ଦେଇଥିବା ବେଳେ ଏହି ଦିଗରେ ସମସ୍ତଙ୍କୁ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଛନ୍ତି। ବାରିପଦାରେ ଜନଜାତି ସମ୍ପ୍ରଦାୟର ଭଉଣୀମାନଙ୍କ ସହିତ ପାରମ୍ପରିକ ନୃତ୍ୟ ‘କରମା ନାଚ’ରେ ସାମିଲ ହୋଇ ଖୁସିବ୍ୟକ୍ତ କରିଥିଲେ କେନ୍ଦ୍ର ମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
'Double engine government committed to development of Mayurbhanj' | Argus News