Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଓଡ଼ିଶାରେ ସଫଳ ହେଉଛି ଡବଲ ଇଞ୍ଜିନ୍ ସରକାର

Odisha

ଓଡ଼ିଶାରେ ସଫଳ ହେଉଛି ଡବଲ ଇଞ୍ଜିନ୍ ସରକାର

Jyoti Prakash Mallick
Browse all articles by Jyoti Prakash Mallick
·1 year ago·3 min read
ଓଡ଼ିଶାରେ ସଫଳ ହେଉଛି ଡବଲ ଇଞ୍ଜିନ୍ ସରକାର

Key Points

ରାଜ୍ୟରେ ସଫଳ ହେଉଛି ଡବଲ ଇଞ୍ଜିନ ସରକାର

ସଞ୍ଚାର ହେଉଛି ନୂଆ ସମ୍ଭାବନା। ସମୃଦ୍ଧ ହେଉଛି ଶିଳ୍ପ କ୍ଷେତ୍ର

ଉତ୍କର୍ଷର ଆଲୋକରେ ଆଲୋକିତ ହେଉଛି ଗୌରବମୟ ଉତ୍କଳ

ଅର୍ଗସ ବ୍ୟୁରୋ: ରାଜ୍ୟରେ ସଫଳ ହେଉଛି ଡବଲ ଇଞ୍ଜିନ ସରକାର। ସଞ୍ଚାର ହେଉଛି ନୂଆ ସମ୍ଭାବନା। ସମୃଦ୍ଧ ହେଉଛି ଶିଳ୍ପ କ୍ଷେତ୍ର। ଉତ୍କର୍ଷର ଆଲୋକରେ ଆଲୋକିତ ହେଉଛି ଗୌରବମୟ ଉତ୍କଳ।


ଆଜି ବିଭିନ୍ନ ଖବର କାଗଜରେ ପ୍ରକାଶ ପାଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲେଖ୍ୟ "ଉତ୍କର୍ଷ ଓଡ଼ିଶା - ୨୦୨୫ ଏକ ସଂକଳ୍ପ" ଏମିତି କିଛି ବାର୍ତ୍ତା ବାଣ୍ଟିବା ସହ ଆଗାମୀ ଶିଳ୍ପ ସମ୍ଭାବନା ଉପରୁ ପରଦା କାଢ଼ିଛି। ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବାର ଏଇ ୭ ମାସରେ ରାଜ୍ୟରେ ଶିଳ୍ପର ବିକାଶ କରିବା ପାଇଁ ରାଜ୍ୟ ଓ କେନ୍ଦ୍ରସରକାର ଗ୍ରହଣ କରିଥିବା ପଦକ୍ଷେପ ନେଇ ବିସ୍ତାର ଭାବେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ।


ଆସନ୍ତା ସପ୍ତାହରେ ଉତ୍କର୍ଷ ଓଡ଼ିଶା ସମାବେଶ ହେବାକୁ ଥିବା ବେଳେ, ଏହାର ୧୦ ଦିନ ପୂର୍ବରୁ ସିଙ୍ଗାପୁର ସ‌ହ ୮ଟି ପ୍ରକଳ୍ପ ଉପରେ ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି ରାଜ୍ୟସରକାର, ଇଣ୍ଡଷ୍ଟ୍ରିଆଲ ପାର୍କ, ଗ୍ରୀନ୍ ହାଇଡ୍ରୋଜେନ୍ ମାନୁଫାକ୍ଚରିଂ, ଗ୍ରୀନ୍ ସିପିଂ କରିଡର୍, ସେମିକଣ୍ଡକ୍ଟର, ନୂତନ ସହର ବିକାଶ, ପେଟ୍ରୋକେମିକାଲ୍ ଓ ଦକ୍ଷତା ବିକାଶ ଆଦି କ୍ଷେତ୍ରରେ ବୁଝାମଣାପତ୍ର ସ୍ଵାକ୍ଷର ହୋଇଛି। ୨୦୪୭ ସୁଦ୍ଧା ବିକଶିତ ଭାରତର ଅଭିବୃଦ୍ଧି ଇଞ୍ଜିନ ଭାବରେ ଓଡ଼ିଶାକୁ ଗଢ଼ି ତୋଳିବା ଲକ୍ଷ୍ୟ ରଖିଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର।


ଜାଣନ୍ତୁ ସ୍ବାକ୍ଷରିତ ହେଉଥିବା ଚୁକ୍ତିରେ କ'ଣ ଲାଭ ହେବ ରାଜ୍ୟକୁ ?


ଇଣ୍ଡଷ୍ଟ୍ରିଆଲ ପାର୍କ -ଇଣ୍ଡଷ୍ଟ୍ରିଆଲ ପାର୍କ ସାଧାରଣତଃ ଶିଳ୍ପକ୍ଷେତ୍ରରେ ନିବେଶକ ମାନଙ୍କୁ ଅଧିକ ଉତ୍ସାହିତ କରିଥାଏ। ଇଣ୍ଡଷ୍ଟ୍ରିଆଲ ପାର୍କକୁ ଟ୍ରେଡିଂ ଷ୍ଟେଟ୍ ବୋଲି କୁହାଯାଇଥାଏ। ଏହା ସହର ଜନବସତି ଠାରୁ ଦୂରତାରେ ସ୍ଥାପନ ହୋଇଥାଏ। ଏଠାକୁ ଆବଶ୍ୟକୀୟ ସଡକପଥ ସହ ରେଳପଥ ଅନ୍ୟାନ୍ୟ ପରିବହନ ସୁବିଧା ସହ ଜଳର ସୁବିଧା ରହିଥାଏ। ଏହି ସ୍ଥାନରେ ରାସାୟନିକ ପଦାର୍ଥ, ଇସ୍ପାତ କମ୍ପାନୀ ଗୁଡିକୁ ନିବେଶ କରିବାକୁ ସୁଯୋଗ ରହିଥାଏ


ଗ୍ରୀନ୍ ହାଇଡ୍ରୋଜେନ୍ ମାନୁଫାକ୍ଚରିଂ -ଏହା ସାଧାରଣ ଭାବେ ପେଟ୍ରୋଲ ଡିଜେଲ ଭଳି ଇନ୍ଧନ ତୈଳ ସ୍ଥାନରେ ବ୍ୟବହୃତ ହୋଇଥାଏ। ଡ୍ରେନ ପାଣି ଭଳି ବିଭିନ୍ନ ଅଦରକାରୀ ଅବ୍ୟବହୃତ ଜିନିଷରୁ ଏହା ତିଆରି ହୋଇଥାଏ। ଗ୍ରୀନ ହାଇେଡ୍ରୋଜେନରେ ଚାଲୁଥିବା ଗାଡି ଚାଳନା ପାଇଁ ଏହା ବ୍ୟବହାର ହୋଇଥାଏ। ଯାହାଫଳରେ ଡିଜେଲ ପେଟ୍ରୋଲ ଆମଦାନୀ କମିବ


ଗ୍ରୀନ୍ ସିପିଂ କରିଡର୍ - ଗ୍ରୀନ ସିପିଂ କରିଡର ଶିଳ୍ପକ୍ଷେତ୍ରକୁ କଞ୍ଚାମାଲ ପରିବହନ ପାଇଁ ସହଯୋଗ କରିଥାଏ। ସମୁଦ୍ର ପଥ ଦେଇ ବନ୍ଦରକୁ ବନ୍ଦର ସହ ଯୋଡିଥାଏ। ଏହା ବିଦ୍ୟୁତ କ୍ଷେତ୍ରରେ ମଧ୍ୟ କାର୍ଯ୍ୟକାରୀ ହୋଇଥାଏ। ବିକଳ୍ପ ଇନ୍ଧନ ପ୍ରଦାନ କରିବା ଉତ୍ପାଦକ ଓ ଉପଭୋକ୍ତାଙ୍କ ମଧ୍ୟରେ ଇକୋସିଷ୍ଟମ ସୃଷ୍ଟି କରିଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେମିକଣ୍ଡକ୍ଟର - ବିଦ୍ୟୁତଚାଳିତ ଯାନ, ଦୂରସଂଚାର, ମୋବାଇଲ୍ ଫୋନ୍, ଇଲେକଟ୍ରୋନିକ୍ସ ଉପକରଣ ଆଦି ତିଆରି କାର୍ଯ୍ୟକୁ ବୁଝାଇଥାଏ। ଭାରତରେ ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନ ପ୍ରସ୍ତାବକୁ ୨୦୨୩ ରେ କେନ୍ଦ୍ରକ୍ୟାବିନେଟ ଅନୁମୋଦନ ମିଳିଥିଲା। ବର୍ତ୍ତମାନ ଟାଟା ଇଲେକେଟ୍ରୋନିକ୍ସ ଗୁଜୁରାଟରେ ଓ ଆସାମରେ ଏକ ସେମିକଣ୍ଡକ୍ଟର ୟୁନିଟ୍ ସ୍ଥାପନ କରୁଛି।


ପେଟ୍ରୋକେମିକାଲ ଇଣ୍ଡଷ୍ଟ୍ରି - ପେଟ୍ରୋକେମିକାଲ ଇଣ୍ଡଷ୍ଟ୍ରିକୁ ପେଟ୍ରୋକେମିକାଲ୍ ଶିଳ୍ପ କୁହାଯାଏ। ଓଡ଼ିଶାରେ ନିଯୁକ୍ତି କ୍ଷେତ୍ରରେ ଏହା ଏକ ବଡ଼ ସମ୍ଭାବନା। ଟେକ୍ସଟାଇଲ୍ କ୍ଷେତ୍ରରେ ସୁରଟ ଯେଉଁଭଳି ଭାବରେ ହବ୍ ପାଲଟିଛି , ପେଟ୍ରୋକେମିକାଲରେ ଓଡ଼ିଶା ଏକ ହବ୍ ହେବାକୁ ଯାଉଛି। ଏଥିରୁ ଉତ୍ପାଦିତ ପେଟ୍ରୋକେମିକାଲ ଉତ୍ପାଦ ଘରୋଇ କମ୍ପାନୀ ଗୁଡିକର ଚାହିଦା ପୂରଣ କରିବା ସହ ଅନ୍ୟଦେଶରୁ ହେଉଥିବା ଆମଦାନୀକୁ କମାଇବ।


ନିବେଶକଙ୍କୁ ଆକୃଷ୍ଟ କରିବାକୁ ହାତକୁ ନିଆଯାଇଛି ବିଭିନ୍ନ କାର୍ଯ୍ୟକ୍ରମ-


ଓଡ଼ିଶାର ଭିତ୍ତଭୂମି ନିର୍ମାଣ କ୍ଷେତ୍ରରେ ବ୍ୟାପକ ନିବେଶ ଆବଶ୍ୟକ ହେଉଥିବାରୁ ଦେଶ ଓ ବିଶ୍ଵର ନିବେଶକଙ୍କୁ ଓଡ଼ିଶାରେ ପୁଞ୍ଜି ନିବେଶ କରିବା ପାଇଁ ଦିଲ୍ଲୀ ଓ ମୁମ୍ବାଇରେ 'ରାଜପଥ ପ୍ରଦର୍ଶନ' ଭଳି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ରାଜ୍ୟସରକାର । ଟିମ୍ ଓଡ଼ିଶା ସଦସ୍ୟ ସିଙ୍ଗାପୁର ଗସ୍ତ କରି ବଡବଡ ଶିଳ୍ପପତି ମାନଙ୍କ ସହ ଆଲୋଚନା କରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପୂର୍ବୋଦ୍ବୟ ଯୋଜନାରେ ଓଡ଼ିଶାର ବିକାଶକୁ ସ୍ବତନ୍ତ୍ର ଗୁରୁତ୍ବ ଦେଇ ଗତ ୭ ମାସରେ ଚାରିଥର ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହ ଭିତ୍ତିଭୂମି ବିକାଶ ନେଇ ମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିଛନ୍ତି।


ରାଜ୍ୟରେ ବିଜେପି ସରକାର ଆସିବା ପରେ ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ୧ ଲକ୍ଷ ୮୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରୁତି ମିଳିସାରିଛି। ଏହା କାର୍ଯ୍ୟକ୍ଷମ ହେଲେ ପ୍ରାୟ ୧ ଲକ୍ଷ ୧୦ ହଜାର ନିଯୁକ୍ତି ସୃଷ୍ଟି ହେବ। ଏହି ଦୁଇ ଦିନରେ ପ୍ରାୟ ୩୦୦୦ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଶିଳ୍ପପତି, ପୁଞ୍ଜିନିବେଶକାରୀ, ଷ୍ଟାର୍ଟଅପ ଉଦ୍ୟୋଗୀ ଓ ଶିଳ୍ପସଂସ୍ଥା ସହିତ ସମ୍ପୃକ୍ତ ବ୍ୟକ୍ତିବିଶେଷ ଯୋଗଦେବେ।


ଜାନୁୟାରି ୨୮-୨୯ ଦୁଇ ଦିନ ଧରି ହେବାକୁ ଥିବା ଉତ୍କର୍ଷ ଓଡିଶା - ୨୦୨୫ ସମାବେଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏଥିରେ ୫୦୦ ବିଦେଶୀ ପୁଞ୍ଜିନିବେଶକଙ୍କ ସହ ୫୦ ହଜାର ନିବେଶକ ଥିବା ଭାରତୀୟ ଶିଳ୍ପ ସଂଘ ଜାତୀୟ ଶିଳ୍ପ ସହଯୋଗୀ ରହିଛି। ୧୨ଟି ସଂଯୁକ୍ତ ରାଷ୍ଟ୍ର ଫୋକସରେ ଅଛନ୍ତି


ଉତ୍କର୍ଷ ଓଡ଼ିଶା-୨୦୨୫ କେବଳ ପୁଞ୍ଜି ନିବେଶକଙ୍କୁ ଆକର୍ଷିତ କରିବ ତା ନୁହେଁ ନିବେଶକଙ୍କୁ ସରକାରଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ସୁଯୋଗ ଦେବ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଥିବା ବେଳେ ଉତ୍କର୍ଷ ଓଡିଶା ୨୦୨୫କୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

Argus Whatsapp Channel Mobile Top
Sponsored
Double engine government is successful in Odisha | Argus News