ପାରାଦିପକୁ ଡବଲ ଇଞ୍ଜିନ ସରକାରର ନୂଆ ଉପହାର !

Key Points
ପାରାଦିପ ହେବ ଓଡ଼ିଶାର ବିକାଶର ମୁଖଶାଳା।
ପାରାଦିପ ତୈଳ ବିଶୋଧନାଗାର ଲୋକାର୍ପଣ ଉତ୍ସବରେ ଏହି ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ।
୨୦୨୪ରେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିବା ପରଠୁ ଏହି କାମ ହୋଇଛି ତ୍ୱରାନ୍ୱିତ ।
ପାରାଦିପକୁ ଡବଲ ଇଞ୍ଜିନ ସରକାରଙ୍କ ଆଉଏକ ଭେଟି । ଜଟାଧାର ମୁହାଣରେ ପ୍ରତିଷ୍ଠା ହେବ ନୂଆ ଜେଟି । ନିଷ୍ପତ୍ତି ଉପରେ ରାଜ୍ୟ କ୍ୟାବିନେଟ୍ ଲଗାଇଛି ମୋହର । ସରକାରଙ୍କ ନିଷତ୍ତି ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହର ।
ପାରାଦିପ ହେବ ଓଡ଼ିଶାର ବିକାଶର ମୁଖଶାଳା। ପାରାଦିପ ତୈଳ ବିଶୋଧନାଗାର ଲୋକାର୍ପଣ ଉତ୍ସବରେ ଏହି ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ୨୦୨୪ରେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିବା ପରଠୁ ଏହି କାମ ହୋଇଛି ତ୍ୱରାନ୍ୱିତ । ବୋଇତଵନ୍ଦାଣ ଉତ୍ସଵରେ ଯୋଗଦେଇ ମୁଖ୍ୟମନ୍ତୀ ମୋହନ ମାଝି ପାରାଦ୍ବୀପରେ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନେବଶ ନେଇ ଘୋଷଣା କରିଥିଲେ । ନିକଟରେ ରାଜ୍ୟ କ୍ୟାବିନେଟ୍ ପାରାଦିପର ଜଟାଧାର ମୁହାଣରେ ନିଜସ୍ୱ ଜେଟି ନିର୍ମାଣ ପାଇଁ ନେଇଛି ନିଷ୍ପତ୍ତି । ଏହାଦ୍ଵାରା ଜେଟି ଦେଇ ପଣ୍ୟକରବାର ବଢିବା ସହ ବନ୍ଦର ଭିତ୍ତିକ ଶିଳ୍ପର ଅଭିବୃଦ୍ଧି ହେବାର ଦେଖାଦେଇଛି ସମ୍ଭାବନା ।
ଜଟାଧାର ମୁହାଁଣରେ ନୂଆ ଜେଟି ନିର୍ମାଣ ନିଷ୍ପତ୍ତିକୁ ସ୍ଥାନୀୟ ଲୋକେ କରିଛନ୍ତି ସ୍ୱାଗତ। ତେବେ ନୋଳିଆ ସାହିକୁ ଛାଡ଼ି ବାଳିଆମରା ଠାରେ ଜେଟି କଲେ ଆମର କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ସ୍ଥାନୀୟ ମତ୍ସ୍ୟଜୀବୀ । ଯଦି ନୋଳିଆ ସାହିରେ ଜେଟି କରାଯାଉଛି ତାହାଲେ ନୋଳିଆ ଲୋକଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ସେମାନେ ଦାବି କରିଛନ୍ତି ।
ଜଟାଧାର ମୁହାଁଣରେ ଜେଟି ନିର୍ମାଣ ହେଲେ ସ୍ଥାନୀୟ ଅଞ୍ଚଳର ବିକାଶ ସହ ସୃଷ୍ଟି ହେବ ୩ ହଜାରରୁ ଅଧିକ ରୋଜଗାର ସୁଯୋଗ।