Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସାମ୍ନାକୁ ଆସିଲା ବିଜେଡିର ଦୋମୁହାଁ ଚରିତ୍ର

Smruti Parija
Browse all articles by Smruti Parija
·1 year ago·2 min read
ସାମ୍ନାକୁ ଆସିଲା ବିଜେଡିର ଦୋମୁହାଁ ଚରିତ୍ର

Key Points

  • ଜିଲ୍ଲା ଭିତ୍ତିକ ଶିକ୍ଷକ ନିଯୁକ୍ତି ଦାବିରେ 12 ଘଣ୍ଟିଆ ଅବିଭକ୍ତ କୋରାପୁଟ ବନ୍ଦ
  • ସାମ୍ନାକୁ ଆସିଲା ବିଜେଡିର ଦୋମୁହାଁ ଚରିତ୍ର
  • ବିରୋଧୀ କଂଗ୍ରେସ ସହ 24 ବର୍ଷର ଶାସକ ଦଳ କୋଳାକୋଳି
  • ସରକାରରୁ ଯାଉ ଶଙ୍ଖ ଦଳର ୟୁ ଟର୍ଣ୍ଣ, ପୂର୍ବରୁ ଜିଲ୍ଲା ଭିତ୍ତିକ ନିଯୁକ୍ତି ନେଇ କାହିଁକି ଚୁପ୍ ଥିଲା ବିଜେଡି ?

ଅର୍ଗସ ବ୍ୟୁରୋ: ଜିଲ୍ଲାଭିତ୍ତିକ ସ୍ଥାୟୀ ନିଯୁକ୍ତି ଦାବିରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦିଆଯାଇଥିଲା ବନ୍ଦ ଡାକରା । ରାସ୍ତାକୁ ଓହ୍ଲାଇଥିଲେ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସର ନେତା। ପୂର୍ବତନ ବିଜେଡି ବିଧାୟକ ରଘୁରାମ ପୋଡାଲ, ପ୍ରଫୁଲ ପାଙ୍ଗି, କୃଷ୍ଣ ସଗରିୟା, ପୂର୍ବତନ ସାଂସଦ ଜୟରାମ ପାଙ୍ଗି ନିଜ ନିଜ ଦଳର କର୍ମୀଙ୍କୁ ନେଇ କୋରପୁଟ ନବରଙ୍ଗପୁର ଜାତୀୟ ରାଜପଥ, କୋରାପୁଟ-ମାଲକାନଗିରି ଜାତୀୟ ରାଜପଥ ଅବରୋଧ କରିଥିଲେ । ନବରଙ୍ଗପୁର ସହରର ଚାଉଁରିଆଗୁଡା ଛକ ଓ ମାଝୀଗୁଡା ଛକ ସମେତ ସହର ଭିତରେ ବିଭିନ୍ନ ଛକରେ ରାସ୍ତା ଅବରୋଧ କରିଥିଲେ। 

ବିଜେଡି ଶାସନ କାଳରେ ଜୟପୁରର କଂଗ୍ରେସ ବିଧାୟକ ଏବଂ ପୂର୍ବତନ ବିଧାୟକ କୃଷ୍ଣ ସାଗରିୟା ବିଭିନ୍ନ ସମୟରେ ଏ ନେଇ ବିଧାନସଭାରେ ଦାବି ଉଠାଇଥିଲେ। 24 ବର୍ଷ ଭିତରେ ନା ବିଜେଡି ସରକାର ଦାବି ପୂରଣ କଲା ନା କଂଗ୍ରେସ ଜୋରଦାର ଆନ୍ଦୋଳନ କଲା। କିନ୍ତୁ ରାଜ୍ୟରେ ସରକାର ବଦଳିବା ପରେ ଏବେ ସାମ୍ନାକୁ ଆସିଛି ବିଜେଡିର ଦୋମୁହାଁ ଚରିତ୍ର। କଂଗ୍ରେସ ସହ ମିଶି ଆନ୍ଦୋଳନକୁ ଓହ୍ଲାଇଛି 24 ବର୍ଷର ଶାସକ ଦଳ। ସରକାରରୁ ଯାଉ ଯାଉ ବିଜେଡିର ଏମିତି ୟୁଟର୍ଣ୍ଣକୁ କଡ଼ା ସମାଲୋଚନା କରିଛି ବିଜେପି। 

ଆନ୍ଦୋଳନରେ ସାମିଲ ହୋଇଥିବା ଯୁବକ ଯୁବତୀ ହିଁ ଖୋଲିଛନ୍ତି ବିଜେଡି ସରକାରର ପୋଲ୍। ବିଜେଡି ସମୟରେ ନିଯୁକ୍ତିରେ ହେଉଥିଲା ବ୍ୟାପକ ଅନିୟମିତତା। ନୂଆ ସରକାର ସେମାନଙ୍କ ଦାବି ପୂରଣ କରିବେ ବୋଲି ଆଶା ରଖିଛନ୍ତି ଛାତ୍ରଛାତ୍ରୀ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କିଛି ଦିନ ତଳେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ କହିଥିଲେ କଂଗ୍ରେସ ସହ ମିଶି ସରକାର କରିବ ବିଜେଡି। ଆଉ ଏବେ ଦୁଇ ଦଳ ଗୋଟିଏ ମଂଚରେ ଏକାଠି ହେବା ପରେ ପୁଣି ପ୍ରଶ୍ନ କିଏ ପାଲଟିଛି କାହାର ଆଶାବାଡି.. ବିଜେଡି ଶାସନରେ ଥିବା ବେଳେ ଜିଲ୍ଲା ଭିତ୍ତିକ ନିଯୁକ୍ତି ନେଇ ଖୋଲୁ ନ ଥିଲା ମୁହଁ ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । 
 

Sponsored
double-face-of-bjd | Argus News