|
logo
Live

Argus News - ରାଜଧାନୀରେ ରକ୍ତର ହୋଲି: ରଙ୍ଗ ଖେଳ ବେଳେ ୨ ଜଣଙ୍କୁ ହତ୍ୟା

Odisha

ରାଜଧାନୀରେ ରକ୍ତର ହୋଲି: ରଙ୍ଗ ଖେଳ ବେଳେ ୨ ଜଣଙ୍କୁ ହତ୍ୟା

Sushanta Sahoo
Browse all articles by Sushanta Sahoo
·1 year ago·1 min read
ରାଜଧାନୀରେ ରକ୍ତର ହୋଲି: ରଙ୍ଗ ଖେଳ ବେଳେ ୨ ଜଣଙ୍କୁ ହତ୍ୟା

ଭୁବନେଶ୍ଵର: ରଙ୍ଗର ପର୍ବ ହୋଲିରେ ରାଜଧାନୀରେ ପଡ଼ିଲା ରକ୍ତର ଛିଟା । ଗଡ଼ିଲା ଦୁଇ ଦୁଇଟି ମୁଣ୍ଡ । ହୋଲି ଖେଳ ବେଳେ ବଚସାରୁ ରାଜଧାନୀ ଭୁବନେଶ୍ଵରରେ ହତ୍ୟାକାଣ୍ଡ ଘଟିଛି । ୨ଟି ପୃଥକ ଘଟଣାରେ ୨ ଜଣଙ୍କ ଜୀବନ ଯାଇଛି । ଗୋଟିଏ ହତ୍ୟାକାଣ୍ଡ ସହିଦନଗର ଥାନା ଅଞ୍ଚଳରେ ଘଟିଥିବା ବେଳେ ଅନ୍ୟଟି ଘଟିଛି ମଞ୍ଚେଶ୍ଵର ଥାନା ଅଞ୍ଚଳରେ ।


ମିଳିଥିବା ସୂଚନା ଅନୁସାରେ, ସହିଦନଗର ଥାନା ଶାନ୍ତିପଲ୍ଲୀ ବସ୍ତିରେ ହତ୍ୟାକାଣ୍ଡ ହୋଇଛି । ଜଣଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି ୪ ଜଣ ଯୁବକ । ହୋଲି ଖେଳ ବେଳେ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ସେପଟେ ମଞ୍ଚେଶ୍ଵର ଥାନା ଅଞ୍ଚଳରେ ଆଉ ଜଣଙ୍କୁ ହତ୍ୟା କରାଯାଇଛି । ସମେଇଗାଡ଼ିଆରେ ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ପୋଲିସ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ହତ୍ୟାକାଣ୍ଡ ପରେ ଶାନ୍ତିପଲ୍ଲୀ ବସ୍ତିରେ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚିଛନ୍ତି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂହ । ପୋଲିସ କମିଶନର କହିଛନ୍ତି, ହତ୍ୟା ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି, ଖୁବଶୀଘ୍ର ଧରିବୁ । ଶାନ୍ତିପଲ୍ଲୀରେ ଘଟିଥିବା ହତ୍ୟାକାଣ୍ଡ ପୂର୍ବ ଶତ୍ରୁତାରୁ ଘଟିଥିବା କୁହାଯାଉଛି । ମୃତକ ୨ଟି ବିବାହ କରିଥିଲେ । ସେହି କାରଣରୁ ବଚସା ପରେ ହତ୍ୟା କରାଯାଇଥିବା ସୂଚନା ମିଳିଛି ।


ସେପଟେ ସମେଇଗାଡ଼ିଆ ହତ୍ୟାକାଣ୍ଡ ମାମଲାରେ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି । ଥାନା ଠାରୁ ୫୦୦ ମିଟର ଦୂରତାରେ ହତ୍ୟା କରା ଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । 


Sponsored
ରାଜଧାନୀରେ ରକ୍ତର ହୋଲି: ରଙ୍ଗ ଖେଳ ବେଳେ ୨ ଜଣଙ୍କୁ ହତ୍ୟା | Argus News