Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାୟଗଡ଼ାରେ ଡବଲ ମର୍ଡର: ସରପଞ୍ଚଙ୍କ ସ୍ୱାମୀ ଓ ଶ୍ୱଶୁରଙ୍କୁ ହତ୍ୟା

Odisha

ରାୟଗଡ଼ାରେ ଡବଲ ମର୍ଡର: ସରପଞ୍ଚଙ୍କ ସ୍ୱାମୀ ଓ ଶ୍ୱଶୁରଙ୍କୁ ହତ୍ୟା

Rashmita Mishra
Browse all articles by Rashmita Mishra
·1 year ago·1 min read
ରାୟଗଡ଼ାରେ ଡବଲ ମର୍ଡର: ସରପଞ୍ଚଙ୍କ ସ୍ୱାମୀ ଓ ଶ୍ୱଶୁରଙ୍କୁ ହତ୍ୟା

ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ଲିକିଟିପଦର ପଞ୍ଚାୟତ ସାରେଗଡ଼ା ଗ୍ରାମରେ ଜମିଜମା ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଛି । ସରପଞ୍ଚଙ୍କ ସ୍ବାମୀ ଅଗାଧୁ ଗମାଙ୍ଗ ଓ ଶିଶୁର ସେମେରା ଗମାଙ୍ଗଙ୍କୁ ଟାଙ୍ଗିଆରେ ଦୁର୍ବୃତ୍ତମାନେ ଆକ୍ରମଣ କରିବାରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଗାଁ ଦାଣ୍ଡରେ ବାପ-ପୁଅ ଦୁଇ ଜଣଙ୍କ ମୃତଦେହ ପଡ଼ିଥିବାବେଳେ ପଦ୍ମପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗୁଣପୁର ଏସ୍‌ଡିପିଓଙ୍କ ସମେତ ପୋଲିସ ଫୋର୍ସ ଗ୍ରାମରେ ପହଞ୍ଚିଛନ୍ତି। ଗତ ସନ୍ଧ୍ୟାରେ କିଛି ଦୁର୍ବୃତ୍ତ ସରପଞ୍ଚଙ୍କ ସ୍ବାମୀ ଓ ଶ୍ୱଶୁରଙ୍କୁ ଆକ୍ରମଣ କରିଥିଲେ। ଜମିଜମା ବିବାଦକୁ କେନ୍ଦ୍ର କରି ଉଭୟପକ୍ଷ ମଧ୍ୟରେ କିଛି ଦିନ ହେଲା ବିବାଦ ଲାଗି ରହିଥିଲା।

ଏଥିପାଇଁ ଏହି ଅଭାବନୀୟ ଘଟଣା ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ହତ୍ୟା ଘଟଣା ପରେ ଗ୍ରାମରେ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଉତ୍ତେଜନାମୂଳକ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ପୋଲିସ ସବୁ ଦିଗ ଉପରେ ନଜର ରଖିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି।

ସରପଞ୍ଚଙ୍କ ସ୍ୱାମୀ ଓ ଶ୍ୱଶୁରଙ୍କୁ ନିର୍ମମ ହତ୍ୟା । ରାୟଗଡ଼ା ପଦ୍ମପୁର ଥାନା ଲିକିଟିପଦର ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ଓ ଶ୍ୱଶୁରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସାରିଗାଡ଼ା ଗାଁରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଖବର ପାଇ ପଦ୍ମପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଦୁଇ ଜଣ ହେଲେ ସରପଞ୍ଚଙ୍କ ସ୍ୱାମୀ ଅଗାଧୁ ଗମାଙ୍ଗ ଓ ଶ୍ୱଶୁର ସେମେରା ଗମାଙ୍ଗ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Double murder in Rayagada: Sarpanch's husband and father-in-law killed | Argus News