Double OTP System in Banking / ଏବେ ଗୋଟିଏ OTP ନୁହେଁ, ଦୁଇଟି OTP , ଟଙ୍କା ରହିବ ସଂପୂର୍ଣ୍ଣ ସୁରକ୍ଷିତ
·3 months ago·2 min read

Key Points
ଏଣିକି ଗୋଟିଏ OTP ନୁହେଁ, ଦୁଇଟି OTP
ସାଇବର ଠକଙ୍କୁ ମାତ୍ ଦେବ ‘ଡୁଆଲ୍ ଓଟିପି’
ଓଡ଼ିଶାରେ ୮୭୦ କୋଟିର ସାଇବର ଠକେଇ
ସାଇବର ଠକଙ୍କୁ ମାତ୍ ଦେବ ‘ଡୁଆଲ୍ ଓଟିପି’
ଓଡ଼ିଶାରେ ୮୭୦ କୋଟିର ସାଇବର ଠକେଇ
ଭୁବନେଶ୍ଵର, ୨୪/୫ : ସାରା ରାଜ୍ୟରେ ବେଧଡ଼କ ଚାଲିଛି ସାଇବର ଠକେଇ। ଗାଁ ଠାରୁ ଆରମ୍ଭ କରି ସହର ସବୁଠି ଲୋକଙ୍କୁ କଲବଲ କରୁଛି ଡିଜିଟାଲ୍ ଆରେଷ୍ଟ। ବିଶେଷ କରି ବରିଷ୍ଠ ନାଗରିକଙ୍କୁ ଡିଜିଟାଲ୍ ଆରେଷ୍ଟ, ନକଲି ବିନିଯୋଗ ବା ଫେକ୍ ଇନ୍ଭେଷ୍ଟମେଣ୍ଟ ସ୍କାମ୍ ଭଳି ବିଭିନ୍ନ ଆଳ ଦେଖାଇ ବ୍ୟାଙ୍କ ଆକାଉଣ୍ଟ ଖାଲି କରିଦେଉଥିବା ମାଳମାଳ ଅଭିଯୋଗ ଆସୁଛି।
ବରିଷ୍ଠ ନାଗରିକଙ୍କୁ ସାଇବର ଠକେଇରୁ ବଞ୍ଚାଇବା ପାଇଁ ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଏବେ ‘ଡୁଆଲ୍ ଓଟିପି ଲାଗୁ କରାଯାଇଛି। ଏହାକୁ ନେଇ ସାଧାରଣ ଧାରଣ ଲୋକଙ୍କ ମଧ୍ୟରେ ଉତ୍ସାହ ବଢିଛି। ହରିଆଣାର ଗୁରୁଗ୍ରାମ, ନୁହ୍, ଫରିଦାବାଦ ଓ ପାଲୱାଲ୍ ଜିଲ୍ଲାର ୫୦ରୁ ଊର୍ଦ୍ଧ୍ବ ବ୍ୟାଙ୍କ୍ରେ ଏହି ବ୍ୟବସ୍ଥା ଲାଗୁ ହୋଇ ସାରିଲାଣି ବରିଷ୍ଠ ନାଗରିକମାନେ ଏହାର ସୁବିଧା ପାଉଛନ୍ତି।
ତେବେ ଓଡ଼ିଶାରେ ଏହା କେବେଠାରୁ ଲାଗୁ ହେବ, ତା'କୁ ନେଇ ଆଲୋଚନା ଯୋର ଧରିଛି। ରାଜ୍ୟରେ ସାଇବର ଠକେଇ ବଢ଼ୁଥିବାରୁ ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ ବ୍ୟାଙ୍କଗୁଡ଼ିକ ଏ ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରୁ ଦାବି ଉଠିଛି।
ଡୁଆଲ୍ ଓଟିପି କଣ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଡୁଆଲ୍ ଓଟିପି ବ୍ୟବସ୍ଥା ଅନୁସାରେ ଜଣେ ହିତାଧିକାରୀ ଓ ତାଙ୍କର ଜଣେ ବିଶ୍ଵସନୀୟ ପରିଜନଙ୍କ ନାମ ଏବଂ ଫୋନ୍ ନମ୍ବର ବ୍ୟାଙ୍କ ପାଖରେ ପଞ୍ଜୀକୃତ ହେବ। ଅନ୍ଲାଇନ୍ ଟଙ୍କା କାରବାର ହେବା ପୂର୍ବରୁ ପ୍ରଥମେ ହିତାଧିକାରୀଙ୍କ ପାଖକୁ ଏକ ଓଟିପି ଯିବ। ଏବଂ ପରେ ତାଙ୍କ ଦ୍ବାରା ପ୍ରଦତ୍ତ ଉକ୍ତ ସଂପର୍କୀୟଙ୍କ ନିକଟକୁ ଦ୍ବିତୀୟ ଓଟିପି ଯିବା ଯାହା ଫଳରେ ବରିଷ୍ଠ ନାଗରିକଙ୍କୁ ଠକେଇ କରିବା ଆଉ ପୂର୍ବ ଭଳି ସହଜ ହେବ ନାହିଁ। ଏପରିକି ଯଦି ଭୁଲ୍ବଶତଃ ଅଜଣା ଆକାଉଣ୍ଟକୁ ପ୍ରଥମ ଓଟିପି ବରିଷ୍ଠ ନାଗରିକ ଦିଅନ୍ତି, ପରେ ପଞ୍ଜୀକୃତ ଞ୍ଜୀକୃତ ସଦସ୍ୟ ଏହାକୁ ଅଣସ୍ବୀକୃତିପ୍ରାପ୍ତ ଅର୍ଥ କାରବାର ଦର୍ଶାଇ ଅଧାରୁ ନେଣଦେଣ ବନ୍ଦ କରିପାରିବେ । ଏହି ବ୍ୟବସ୍ଥା ସଂକ୍ରାନ୍ତରେ ବରିଷ୍ଠ ନାଗରିକଙ୍କୁ ଅଧିକ ସଚେତନ କରାଇବା ଉପରେ ଗୁରୁତ୍ବାରୋପ କରାଯାଉଛି।
ଓଡ଼ିଶାରେ ୮୭୦ କୋଟି ଟଙ୍କାର ସାଇବର ଠକେଇ
ଓଡ଼ିଶାରେ ଏହି ବ୍ୟବସ୍ଥା ଲାଗୁ କରିବାର ଆବଶ୍ୟକତା ଉପରେ ବହୁ ବରିଷ୍ଠ ନାଗରିକ ଗୁରୁତ୍ବାରୋପ କରୁଛନ୍ତି | କାରଣ ଏଠାରେ ମଧ୍ୟ ସାଇବର ଲୁଟେରାଙ୍କ ଉପଦ୍ରବ ବଢ଼ିଚାଲିଛି। ବିଗତ ୫ ବର୍ଷରେ ଓଡ଼ିଶାରେ ୧ ଲକ୍ଷ ୨୦ ହଜାର ସାଇବର ଠକେଇର ଅଭିଯୋଗ ଆସିଥିବା ବେଳେ ସେଥିରେ ପ୍ରାୟ ୮୭୦ କୋଟି ଟଙ୍କା ଠକେଇ ହୋଇଥିବା ଜଣାପଡ଼ିଛି। ଏହା ମଧ୍ୟରୁ କେବଳ ୨୦୨୪ ମସିହାରେ ସର୍ବାଧିକ ୪୧୯ କୋଟି ଟଙ୍କା ଠକେଇ ହୋଇଛି।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଠକେଇ ତାଲିକାରେ ସବୁ ବର୍ଗର ଲୋକଙ୍କୁ ସାଇବର ଠକ ଟାର୍ଗେଟ୍ କରିଥିବା ଜଣାପଡ଼ିଛି। ଏ ସଂପର୍କରେ ଗୋଟିଏ ଜାତୀୟ ବ୍ୟାଙ୍କର ମହାପ୍ରବନ୍ଧକ କହିଛନ୍ତି ଯେ ପରୀକ୍ଷାମୂଳକ ଭାବେ ଡୁଆଲ୍ ଓଟିପି ବ୍ୟବସ୍ଥାକୁ ହରିଆଣାରେ ଲାଗୁ କରାଯାଇଛି। ନିର୍ଦ୍ଦିଷ୍ଟ ଭାବେ କିଛି ବ୍ୟାଙ୍କ ନିଜସ୍ବ ଉଦ୍ୟମରେ ବ୍ୟବସ୍ଥା କରିଛନ୍ତି। ତେବେ ଏହି ବ୍ୟବସ୍ଥାର ଏକ ପ୍ରମୁଖ ସମସ୍ୟା ହେଉଛି, ଅର୍ଥ କାରବାରରେ ବିଳମ୍ବ ହେବ, ଅନ୍ୟଥା ଥରକେ କାରବାର ହୋଇ ନ ପାରେ। କାରଣ ଓଟିପି ଦେବାର ନିର୍ଦ୍ଦିଷ୍ଟ ସମୟସୀମା ଥାଏ। ବିଳମ୍ବ ହୋଇଗଲେ ଓଟିପି ଇନ୍ଭାଲିଡ୍ ହୋଇଯାଏ । ତେଣୁ ଏଭଳି କିଛିଟା ସମସ୍ୟାକୁ ପ୍ରଥମେ ସମାଧାନ କରି ଲାଗୁ କରାଯିବା ଉଚିତ।
ସାଇବର ଠକେଇରୁ ରକ୍ଷା କରିବ
ସେହିଭଳି ସାଇବର ବିଶେଷଜ୍ଞ ଲିଙ୍ଗରାଜ ସେଠୀ କହିଛନ୍ତି ଯେ ସାଇବର ଠକେଇରୁ ରକ୍ଷା ଦେବା ଏ ଦ୍ଵିସ୍ତରୀୟ ବ୍ୟବସ୍ଥା। ଏଭଳି ବ୍ୟବସ୍ଥା କେବଳ ସାଇବର ଠକଙ୍କ ପାଖରୁ ଆର୍ଥିକ ଠକେଇ ଉପରେ ରୋକ୍ ଲଗାଇ ଗାଇବ ତା’ ନୁହେଁ, ବରଂ ବରିଷ୍ଠ ନାଗରିକ କୌଣସି ଭୁଲ୍ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ଲୋକ ଏ ବାବଦରେ ସତର୍କ ହୋଇପାରିବେ।

Related Topics
Explore more stories