Videos
|
Odisha

Dr Ashok Mahapatra / ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ପଦ୍ମଶ୍ରୀ ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କ ପରଲୋକ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ତଥା ପଦ୍ମଶ୍ରୀ ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କ ପରଲୋକ
Odisha's Eminent Neurosurgeon Ashok Mahapatra Dies at AIIMS

Key Points

ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କର ପରଲୋକ ହୋଇଛି । ସୋମବାର ନୂଆଦିଲ୍ଲୀସ୍ଥିତ AIIMSରେ ଡାକ୍ତର ଅଶୋକ ମହାପାତ୍ର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।
ଭୁବନେଶ୍ୱର/ନୂଆଦିଲ୍ଲୀ: ବିଶିଷ୍ଟ ସ୍ନାୟୁଶଲ୍ୟ ଚିକିତ୍ସକ ତଥା ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କର ପରଲୋକ ହୋଇଛି । ସୋମବାର ନୂଆଦିଲ୍ଲୀସ୍ଥିତ AIIMSରେ ଡାକ୍ତର ଅଶୋକ ମହାପାତ୍ର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ଡାକ୍ତରୀ ଓ ଶିକ୍ଷା ଜଗତରେ ଶୋକର ଛାୟା ଖେଳିଯାଇଛି ।

୧୯୫୨ ମସିହା ଡିସେମ୍ବର ୨୯ ତାରିଖରେ ପୁରୀରେ ଜନ୍ମଗ୍ରହଣ କରିଥିଲେ ଡାକ୍ତର ଅଶୋକ ମହାପାତ୍ର । ୧୯୭୫ରେ ବ୍ରହ୍ମପୁରର MKCG ମେଡିକାଲ କଲେଜରୁ MBBS ଶେଷ କରିବା ପରେ ନୂଆଦିଲ୍ଲୀ AIIMSରୁ MS ଓ ନ୍ୟୁରୋସର୍ଜରୀରେ MCh ଡିଗ୍ରୀ ହାସଲ କରିଥିଲେ । ୧୯୮୩ରୁ ୨୦୧୭ ପର୍ଯ୍ୟନ୍ତ ସେ AIIMS ଦିଲ୍ଲୀର ନ୍ୟୁରୋସର୍ଜରୀ ବିଭାଗରେ ଅଧ୍ୟାପକ ଭାବେ କାମ କରିଥିଲେ । ୧୯୯୬ରେ ପ୍ରଫେସର ଏବଂ ୨୦୦୪ରେ ସିନିୟର ପ୍ରଫେସର ହୋଇଥିଲେ ।

ଚିକିତ୍ସା କ୍ଷେତ୍ରରେ ବଡ଼ ଅବଦାନ

ଡାକ୍ତର ମହାପାତ୍ର ନିଜ କର୍ମ ଜୀବନରେ ଅନେକ ବଡ଼ ଦାୟିତ୍ୱ ତୁଲାଇଥିଲେ । ୨୦୦୬ରେ ଲକ୍ଷ୍ନୌସ୍ଥିତ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (SGPGI)ର ନିର୍ଦ୍ଦେଶକ ହୋଇଥିଲେ । ପରେ ୨୦୧୨ରେ ଭୁବନେଶ୍ୱର AIIMSର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଥିଲେ । ଏହା ସହିତ ସେ ଭୁବନେଶ୍ୱରର SOA ବିଶ୍ୱବିଦ୍ୟାଳୟର କୁଳପତି ଭାବେ ମଧ୍ୟ କାମ କରିଥିଲେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୮୭୦ରୁ ଅଧିକ ଗବେଷଣା ପତ୍ର ପ୍ରକାଶ

ନ୍ୟୁରୋସର୍ଜରୀ, ଶିଶୁଙ୍କ ମସ୍ତିଷ୍କ ଓ ସ୍ନାୟୁ ସମ୍ବନ୍ଧୀୟ ଚିକିତ୍ସା, ମୁଣ୍ଡରେ ଆଘାତ ଏବଂ ସ୍ନାୟୁ ଶଲ୍ୟଚିକିତ୍ସା କ୍ଷେତ୍ରରେ ତାଙ୍କର ଅନେକ ଅବଦାନ ରହିଛି । ତାଙ୍କ ନାମରେ ପ୍ରାୟ ୮୭୦ଟି ଗବେଷଣା ପତ୍ର, ୧୬ଟି ପୁସ୍ତକ ଏବଂ ୧୪୦ରୁ ଅଧିକ ପୁସ୍ତକ ଅଧ୍ୟାୟ ପ୍ରକାଶିତ ହୋଇଛି । ସେ ୧୨ ଜଣ PhD ଗବେଷକଙ୍କୁ ମାର୍ଗଦର୍ଶନ ଦେବା ସହ ୨୦ରୁ ଅଧିକ ଗବେଷଣା ପ୍ରକଳ୍ପର ନେତୃତ୍ୱ ନେଇଥିଲେ ।

ଭାରତରେ ନ୍ୟୁରୋସର୍ଜରୀର ବିକାଶ ଓ ଉନ୍ନତ ଚିକିତ୍ସା ସେବା ପ୍ରତି ତାଙ୍କର ଅବଦାନକୁ ସ୍ୱୀକୃତି ଦେଇ କେନ୍ଦ୍ର ସରକାର ତାଙ୍କୁ ୨୦୨୫ରେ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା । ତାଙ୍କ ବିୟୋଗ ଦେଶର ଚିକିତ୍ସା ଜଗତ ପାଇଁ ଏକ ବଡ଼ ଓ ଅପୂରଣୀୟ କ୍ଷତି ।

ସ୍ଵାସ୍ଥ୍ୟସେବାରେ ୪ ଦଶନ୍ଧି

ଚିକିତ୍ସା କ୍ଷେତ୍ରରେ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ନିଜର ଦକ୍ଷତା ପ୍ରତିପାଦିତ କରିଥିବା ପ୍ରଫେସର ମହାପାତ୍ର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ଦାୟିତ୍ୱ ତୁଲାଇଥିଲେ । ୨୦୦୬ ମସିହାରେ ସେ ଲକ୍ଷ୍ନୌସ୍ଥିତ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସର ନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ ।

୨୦୧୨ରେ ଭୁବନେଶ୍ୱର ଏମ୍ସର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରି ଏହି ଅନୁଷ୍ଠାନକୁ ଏକ ପ୍ରମୁଖ ସ୍ୱାସ୍ଥ୍ୟସେବା କେନ୍ଦ୍ର ଭାବରେ ଗଢ଼ିତୋଳିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଦୀର୍ଘ ୪୨ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ଦିଲ୍ଲୀ ଏମ୍ସରେ ଡିନ୍ (ଗବେଷଣା) ଭାବେ ଅବସର ନେଇଥିଲେ । ଏହାସହ ଭୁବନେଶ୍ୱରସ୍ଥିତ 'ଶିକ୍ଷା ଓ ଅନୁସନ୍ଧାନ' (ସୋଆ) ବିଶ୍ୱବିଦ୍ୟାଳୟର କୁଳପତି ଭାବେ ସେବା ପ୍ରଦାନ କରିଥିଲେ ।

ଚିକିତ୍ସା ବିଜ୍ଞାନ ଓ ଗବେଷଣାକୁ ଅବଦାନ

ଭାରତରେ ଶିଶୁ ସ୍ନାୟୁଶଲ୍ୟ (ପେଡିଆଟ୍ରିକ୍ ନ୍ୟୁରୋସର୍ଜରୀ), ନ୍ୟୁରୋଟ୍ରମା ଏବଂ ପେରିଫେରାଲ ନର୍ଭ ସର୍ଜରୀ କ୍ଷେତ୍ରକୁ ଆଗକୁ ନେବାରେ ତାଙ୍କର ଯୋଗଦାନ ଥିଲା ଅବିସ୍ମରଣୀୟ । ଚିକିତ୍ସା ସହ ଗବେଷଣା କ୍ଷେତ୍ରରେ ମଧ୍ୟ ସେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଚିକିତ୍ସା ସେବାରେ ତାଙ୍କର ଅତୁଳନୀୟ ଅବଦାନ ନିମନ୍ତେ ଭାରତ ସରକାର ତାଙ୍କୁ ସମ୍ମାନଜନକ 'ପଦ୍ମଶ୍ରୀ' ଉପାଧି ପ୍ରଦାନ କରିଥିଲେ । ତାଙ୍କର ବିୟୋଗରେ ଚିକିତ୍ସା ଜଗତ ଏକ ମହାନ ବ୍ୟକ୍ତିତ୍ୱ ତଥା ଯୋଗଜନ୍ମା ସ୍ନାୟୁଶଲ୍ୟ ବିଶେଷଜ୍ଞଙ୍କୁ ହରାଇଛି ।