Videos
|
Odisha

ବିଶ୍ୱବ୍ୟାପୀ ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ଡ. ମୁକେଶ ଭାଟିଆ

Ritu Das
Browse all articles by Ritu Das
·1 year ago·1 min read
ବିଶ୍ୱବ୍ୟାପୀ ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ଡ. ମୁକେଶ ଭାଟିଆ

ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ପକ୍ଷରୁ ଡାକ୍ତର ମୁକେଶ ଭାଟିଆ (ଅଧ୍ୟକ୍ଷ ଭାଟିଆ ଏକାଡେମୀ ନୂଆଦିଲ୍ଲୀ)ଙ୍କ ଦ୍ୱାରା ଉଦ୍ଦେଶ୍ୟମୂଳକ ଔଷଧ ଉପରେ ଏକ ଅଧିବେଶନର ଆୟୋଜନ କରାଯାଇଛି। ଜୁନିୟର ଡାକ୍ତର ସଂଘ, ମେଡିକାଲ ଛାତ୍ର ସଂଘ ଓ ଏସସିବି-ଜୁନିୟର ଡାକ୍ତର ସଂଘ ପକ୍ଷରୁ ଏପ୍ରିଲ ୧୩ ତାରିଖରେ କଟକ ସ୍ଥିତ ଆଇଏମଏ ହାଉସରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଛନ୍ତି ଡ. ଜୟନ୍ତ କୁମାର ପଣ୍ଡା । ଆଇଏମଏର ରାଜ୍ୟ ସମ୍ପାଦକ ପ୍ରଫେସର ଡାକ୍ତର ବ୍ରଜ କିଶୋର ଦାଶ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ।


ଅତିରିକ୍ତ ଡିଏମ୍ଇଟି ଓଡ଼ିଶା ଓ ରାଜ୍ୟ ଜେଡିଏନ୍ ଚେୟାରମ୍ୟାନ ଜ୍ୟୋର୍ତିମୟ ନାୟକ ଓଡ଼ିଶାରୁ ଜାତୀୟ ମୁଖପାତ୍ର ଭାବେ ସାମିଲ ହୋଇଥିଲେ। ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଏକ ଲର୍ଣ୍ଣିଂ ସେସନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ବିଶ୍ୱବ୍ୟାପୀ ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଥିବା ଭାଟିଆ ଏକାଡେମୀର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ମୁକେଶ ଭାଟିଆ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ୪୦୦ ଘଣ୍ଟାରୁ ଅଧିକ ଶିକ୍ଷାଦାନ କରି ବିଶ୍ବସ୍ତରୀୟ ରେକର୍ଡ କରିଥିଲେ। ଯେଉଁଟାକି ଗିନିଜ ବିଶ୍ବ ରେକର୍ଡରେ ସ୍ଥାନ ପାଇଛି। ପରେ ତାଙ୍କୁ ଅତିଥି ମାନଙ୍କ ଦ୍ବାରା ସମ୍ମାନିତ କରାଯାଇଥିଲା। ଡ. ଚିନ୍ମୟ ସାହୁ (ଆଇଏମ୍ଏ ଜେଡିଏନ୍ ର ରାଜ୍ୟ ସଭାପତି) ଡ. ସୁବ୍ରତ ପରିଡ଼ା ଶ୍ରୀ ସୌରଭ ବିଶ୍ୱାଳ ଉକ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
dr-mukesh-bhatia-has-taught-more-than-3-lakh-students-worldwide | Argus News