Missile Test / DRDOକୁ ବଡ଼ ସଫଳତା; 'ପ୍ରଳୟ' ମିସାଇଲ୍ର ସଫଳ ପରୀକ୍ଷଣ
·17 mins ago·2 min read

Key Points
‘ପ୍ରଳୟ’ ମିସାଇଲ୍ର ସଫଳ ପରୀକ୍ଷଣ କରାଯାଇଛି । DRDOକୁ ମିଳିଛି ବଡ଼ ସଫଳତା । DRDO ଦ୍ୱାରା ଗୁରୁବାର ପୂର୍ବାହ୍ନ ୧୧ଟା ୧୦ ମିନିଟ୍ରେ ଏହି ପରୀକ୍ଷଣ କରାଯାଇଛି ।
ଭୁବନେଶ୍ଵର: ଓଡ଼ିଶା ଉପକୂଳରୁ ‘ପ୍ରଳୟ’ ମିସାଇଲ୍ର ସଫଳ ପରୀକ୍ଷଣ କରାଯାଇଛି । DRDOକୁ ମିଳିଛି ବଡ଼ ସଫଳତା । DRDO ଦ୍ୱାରା ଗୁରୁବାର ପୂର୍ବାହ୍ନ ୧୧ଟା ୧୦ ମିନିଟ୍ରେ ଏହି ପରୀକ୍ଷଣ କରାଯାଇଛି । ଏ ନେଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟ୍ୱିଟ୍ କରି ଦେଶବାସୀଙ୍କୁ ସୂଚନା ଦେବା ସହ DRDO ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଭାରତୀୟ ସେନାର ଶକ୍ତି ବୃଦ୍ଧି ଦିଗରେ ଆଉ ଏକ ମାଇଲଖୁଣ୍ଟ। ଓଡ଼ିଶା ଉପକୂଳରୁ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ 'ପ୍ରଳୟ' ମିସାଇଲ୍ର ସଫଳ ଟେଷ୍ଟ କରାଯାଇଛି । ଟେଷ୍ଟ ସମୟରେ ମିସାଇଲ୍ଟି ନିଜର ସମସ୍ତ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଥିବା DRDO ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ 'X'ରେ ପୋଷ୍ଟ କରି କହିଛନ୍ତି ଯେ, ବିଭିନ୍ନ ରେଞ୍ଜ୍ ଇନ୍ଷ୍ଟ୍ରୁମେଣ୍ଟ୍ସ ଦ୍ୱାରା ସଂଗୃହୀତ ତଥ୍ୟ ଅନୁଯାୟୀ, ଏହି ପରୀକ୍ଷଣ ସମ୍ପୂର୍ଣ୍ଣ ସଫଳ ହୋଇଛି । ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି ଏହି ମିସାଇଲ୍ ଭାରତର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜଭୁତ କରିବ । ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ DRDO ଏବଂ ସଶସ୍ତ୍ର ବାହିନୀକୁ ଅଭିନନ୍ଦନ ଜଣାଇଛନ୍ତି ।

DRDO successfully conducted the flight test of the indigenously developed Pralay Missile off the coast of Odisha today at 1110 hrs. The test was conducted as part of user evaluation trials and successfully met all the stipulated objectives, as validated by data captured through various range instruments. This successful trial marks another significant milestone in strengthening India’s indigenous defence capabilities.
— Rajnath Singh (@rajnathsingh) November 5, 2026
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ 'X'ରେ ପୋଷ୍ଟ କରି କହିଛନ୍ତି ଯେ, ବିଭିନ୍ନ ରେଞ୍ଜ୍ ଇନ୍ଷ୍ଟ୍ରୁମେଣ୍ଟ୍ସ ଦ୍ୱାରା ସଂଗୃହୀତ ତଥ୍ୟ ଅନୁଯାୟୀ, ଏହି ପରୀକ୍ଷଣ ସମ୍ପୂର୍ଣ୍ଣ ସଫଳ ହୋଇଛି । ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି ଏହି ମିସାଇଲ୍ ଭାରତର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜଭୁତ କରିବ । ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ DRDO ଏବଂ ସଶସ୍ତ୍ର ବାହିନୀକୁ ଅଭିନନ୍ଦନ ଜଣାଇଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories