Videos
|
Odisha

ଯାହା କରିପାରିଲେନି ସରକାର, ତାହା କରି ଦେଖାଇଲେ ଦାଦନ

Smruti Parija
Browse all articles by Smruti Parija
·2 years ago·2 min read
ଯାହା କରିପାରିଲେନି ସରକାର, ତାହା କରି ଦେଖାଇଲେ ଦାଦନ

Key Points

  • ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ଖୋଲିଲା ଗୁମର
  • ଦାଦନ ଖଟି ଗାଁ କୁ ଯୋଗାଇଲେ ପାଣି
  • ୨୪ ବର୍ଷର ସ୍ଥିର ସରକାର ଗାଲରେ ଶକ୍ତ ଚାପୁଡ଼ା 

ଅର୍ଗସ ବ୍ୟୁରୋ: ଯାହା କରିପାରିଲେନି ସରକାର, ତାହା କରି ଦେଖାଇଲେ ଦାଦନ । ସିଏ ପୁଣି ନିଜସ୍ଵ ଉଦ୍ୟମରେ । ରୂପାନ୍ତରୀକରଣର ଡିଣ୍ଡିମ ପିଟି ପ୍ରଚାର କରୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଜବାବ ଦେଇଛନ୍ତି ଗଂଜାମର ଜଣେ ଆଦିବାସୀ ଯୁବକ । ପାତ୍ରପୁର ସୁରଙ୍ଗି ପଞ୍ଚାୟତର ସିନ୍ଧୁପଙ୍କ ଗାଁର ଆଦିବାସୀ ଯୁବକ ଭୀମ ବେହେରାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ।  

ଇଏ ଏମିତି ଏକ ଗାଁ, ଯେଉଁଠାରେ ପ୍ରତିବର୍ଷ ଖରାଦିନ ହେଲା ମାତ୍ରେ ପାଣି ପାଇଁ ହଇରାଣ ହେଉଥିଲେ ଜନତା । ପିଇବା ପାଣି ଟୋପାଏ ପାଇଁ ନାହିଁ ନଥିବା ଅସୁବିଧାର ସାମ୍ନା କରୁଥିଲେ ଲୋକେ । କିନ୍ତୁ ଗାଁରେ କେମିତି ଜଳ ସମସ୍ୟା ଦୂର ହେବ ସେନେଇ ଭୀମ ବେହେରା ଚେଷ୍ଟା କଲେ... ଶେଷରେ ମୁଣ୍ଡ ଖଟାଇ ଗାଁ ପାଖ ପାହାଡରେ ଥିବା ଝରଣା ଜଳକୁ ନିଜ ଗ୍ରାମକୁ ଆଣିବାକୁ ଚଳାଇଲେ ପ୍ରୟାସ । କେରଳ ଯାଇ ୬ ମାସ ଦାଦନ ଖଟି ଆଣିଥିବା ଟଙ୍କାକୁ ଲଗାଇ ପାଇପ ବିଛାଇ ଝରଣାରୁ ଆଣିଲେ ପାଣି । ଆଉ ଦେଖାଇଦେଲେ ରୂପାନ୍ତରିକରଣର ବାସ୍ତବତା। 

ଆଉ ଗାଁରେ ପାଣି ପହଞ୍ଚିବା ପରେ ଲୋକଙ୍କ ଖୁସି କହିଲେ ନସରେ । ପାଇପ ବିଛା କାର୍ଯ୍ୟରେ ଗ୍ରାମର ଲୋକମାନେ ସହାୟତା କରିଥିଲେ । ଏହି କାମରେ ପ୍ରାୟ ୩୬ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା । ପାଇପ କିଣାରେ ଟଙ୍କା ଶେଷ ହୋଇଯିବା ପରେ ପାଣି ପହଞ୍ଚିଥ‌ିବା ସ୍ଥାନରେ ଏକ କୁଣ୍ଡ ପ୍ରତିଷ୍ଠା କରି ପାଣି ଗଚ୍ଛିତ ରହିପାରିବା ବ୍ୟବସ୍ଥା କରିବାକୁ ଭୀମ ଉଦ୍ୟମ ଆରମ୍ଭ କରିଥିଲେ । ଏ ସମ୍ପର୍କରେ ସେ ବନ କଲ୍ୟାଣ ସମିତି ବୈଠକରେ ଜଣାଇଥିଲେ ।

ଗ୍ରାମର ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ଭୀମଙ୍କ ଆଗ୍ରହକୁ ଦେଖି ଜଙ୍ଗଲ ବିଭାଗର ଜଣେ ଅଧିକାରୀ ଏକ ଏକ ପାଣି ଟାଙ୍କି କିଣିବା ପାଇଁ ଅର୍ଥ ସହାୟତା ପ୍ରଦାନ କରିବା ପରେ ଗ୍ରାମ ଦାଣ୍ଡରେ ଏକ ପାଣି ଟାଙ୍କି ସ୍ଥାପନ କରାଯାଇଥିଲା । ଏବେ ସେ ନେଇ ୨୪ ଘଣ୍ଟିଆ ଜଳ ପାଇ ପାରୁଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି ଦୁର୍ଗମର ଲୋକଙ୍କ ପାଇଁ କଣ ସରକାର ଏତିକି କରିପାରିନଥାନ୍ତେ । 

ତେବେ ଜଣେ ଦାଦନ ଶ୍ରମିକଙ୍କ ଏଭଳି କାମ କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବା ବେଳେ ରାଜ୍ୟ ସରକାରଙ୍କ ପାରିବାପଣିଆକୁ ନେଇ ଉଠିଛି ବିରାଟ ପ୍ରଶ୍ନ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: