Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖରା ପୂର୍ବରୁ ପାନୀୟ ଜଳ ସଙ୍କଟ: ଗରା ଧରି ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

Ritu Das
Browse all articles by Ritu Das
·1 year ago
ଖରା ପୂର୍ବରୁ ପାନୀୟ ଜଳ ସଙ୍କଟ: ଗରା ଧରି ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

ଅର୍ଗସ ବ୍ୟୁରୋ: ଗ୍ରୀଷ୍ମ ଆସିବା ପୂର୍ବରୁ ପାନୀୟ ଜଳ ସଙ୍କଟ। ଯାହାକୁ ନେଇ ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତାର ବିଜାଡିହ ଗାଁ ଛକରେ ଗରା, ବାଲଟି ଧରି ଗ୍ରାମବାସୀଙ୍କ ଆନ୍ଦୋଳନ ଦେଖିବାକୁ ମିଳିଛି। ବିଜାଡିହ ଗାଁ ଜୁଆଙ୍ଗ ସାହିର ଲୋକମାନେ ଗତ ମାସେ ହେବ ପାନୀୟ ଜଳ ସମସ୍ୟାକୁ ନେଇ ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି। ଯଦିଓ ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ ପାଇପ ବିଛା ହୋଇଛି।

ତେବେ କିଛି ଅସାଧୁଙ୍କ ଯୋଗୁଁ ପାନୀୟ ଜଳ ଜୁଆଙ୍ଗ ସାହିକୁ ଯାଇ ପାରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଫଳରେ ପ୍ରାୟ ୩୦ ଗୋଟି ପରିବାର ପାନୀୟ ଜଳ ପାଇବାରୁ ବଞ୍ଚିତ ରହିଛନ୍ତି। ଏ ନେଇ ଘଟଣା ସ୍ଥଳରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଯନ୍ତ୍ରୀ ପ୍ରହ୍ଲାଦ ନାଥ, କାମାକ୍ଷାନଗର ଥାନା ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକ ଉଠିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored