Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅପରିଷ୍କାର ପରିବେଶରୁ ସଂଗ୍ରହ ହେଉଛି ପାନୀୟଜଳ

Odisha

ଅପରିଷ୍କାର ପରିବେଶରୁ ସଂଗ୍ରହ ହେଉଛି ପାନୀୟଜଳ

Ritu Das
Browse all articles by Ritu Das
·1 year ago·2 min read
ଅପରିଷ୍କାର ପରିବେଶରୁ ସଂଗ୍ରହ ହେଉଛି ପାନୀୟଜଳ

୨୪ ବର୍ଷ ଧରି ବିଜେଡି ଓଡିଶାରେ ଶାସନ କଲା। କିନ୍ତୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ବିଫଳ ହୋଇଛି। ଏଯାଏ ଲୋକ ପିଇବାକୁ ପାଣି ମୁନ୍ଦାଏ ପାଉ ନାହାନ୍ତି। ବିଜେଡି ବୋଲଗଡ ବ୍ଲକ ଅଧ୍ୟକ୍ଷାଙ୍କ ନିଜ ପଞ୍ଚାୟତରେ ବିଶୁଦ୍ଧ ପାନୀୟଜଳ ବଦଳରେ ଜନତାଙ୍କୁ ଦିଆଯାଉଛି ନର୍ଦ୍ଦମା ଜଳ। ରାଜଧାନୀ ନାକ ତଳେ ବିଶୁଦ୍ଧ ପାଣି ଟୋପେ ପାଇଁ କରିବାକୁ ପଡୁଛି ସଂଘର୍ଷ । ଗ୍ରୀଷ୍ମ ଆରମ୍ଭ ନହେଉଣୁ ଯଦି ଏଭଳି ସ୍ଥିତି ତେବେ ଆଗକୁ ଜଳକଷ୍ଟ କେତେ ଉତ୍କଟ ହେବ ତାହା ଏବେଠୁ ଜଣାପଡୁଛି । ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ବଡ଼କୁମାରୀ ପଞ୍ଚାୟତ ହାଟବସ୍ତ ପାନୀୟ ଜଳ ଯୋଗାଣ ପାଇପ ଗ୍ରାମର ଚମ୍ପତି ସାହି ଠାରୁ ବଡ଼ସାହି ପର୍ଯ୍ୟନ୍ତ ଡ୍ରେନଉପରେ ଦୂଷିତବର୍ଜ୍ୟଜଳ ସ୍ତରକୁ ଲାଗି କରି ଯାଇଛି । ଟ୍ୟାପ ନଥିବାରୁ ପାନୀୟ ଜଳ ଯୋଗାଣ ପାଇପର ଛିଦ୍ର ସ୍ଥାନରୁ ଲୋକମାନେ ପାନୀୟ ଜଳ ସଂଗ୍ରହ କରୁଛନ୍ତି ।


ପାଇପର ତଳ ପାର୍ଶ୍ଵରେ ବର୍ଜ୍ୟଦୂଷିତ ଜଳ ଏବଂ ପାଇପର ଉପର ଅଂଶ ଛିଦ୍ରରୁ ସଂଗ୍ରହ ହେଉଛି ପାନୀୟ ଜଳ । ଏଭଳି ପ୍ରଦୂଷିତ ପରିବେଶ ମଧ୍ୟରେ ଲୋକେ ପାଇପ ରୁ ପାନୀୟ ଜଳ ସଂଗ୍ରହ କରୁଛନ୍ତି । ଅନ୍ୟପକ୍ଷରେ ଦେଶସାହି ଅଞ୍ଚଳ ଠାରୁ ଆରମ୍ଭ କରି ଚମ୍ପତି ସାହି, ମୂଳ ସାହି, ଗୁଡ଼ିଆ ସାହି ବଡ଼ସାହି ଆଦି ଅଞ୍ଚଳରେ ଟ୍ୟାପ ନଥିବାରୁ ପାନୀୟ ଜଳ ସଂଗ୍ରହ ସମୟରେ ପାଇପରୁ ବହିଯାଉଥିବା ଜଳ ଗାଁ ଦାଣ୍ଡରେ ଭାସୁଛି। ଡ୍ରେନ ଉପରେ ପାନୀୟ ଜଳ ସଂଗ୍ରହ ସମୟରେ ମଧ୍ୟ ଜଳ ସଂଗ୍ରହ ପାତ୍ରର ନିମ୍ନ ଅଂଶ ଡ୍ରେନ ଜଳର ସଂସ୍ପର୍ଶରେ ଆସୁଥିବାର ଦେଖାଯାଇଛି। ମାତ୍ର ଜଳ ଯୋଗାଣ ଲୁହା ପାଇପ ମୁକୁଳା ଡ୍ରେନର ବିଭିନ୍ନ ସ୍ଥାନରେ ଥିବା ଛିଦ୍ରରୁ ଜଳସଂଗ୍ରହ ହେଉଛି । ଫଳରେ ବର୍ଷା ସମୟରେ ନର୍ଦ୍ଦମା ଓ ଗୋଳିଆ ପାଣି ପାଇପ୍‌ରେ ପ୍ରବେଶ କରି ଏ ସମସ୍ୟା ସୃଷ୍ଟି କରୁଛି । ଟ୍ୟାପ ବ୍ୟବସ୍ଥା ସୁଦୃଢ ନ ଥିବା କାରଣରୁ ଏଭଳି ଅଧିକାଂଶ ସମୟରେ ଗୋଳିଆ ଓ ପଚା ପାଣି ପାଇପ ସଂସ୍ପର୍ଶରେ ଆସୁଛି l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅନ୍ୟଦିଗରେ ଦେଖିଲେ ଏଠାରେ ଥିବା ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଡ୍ରେନଟି ମୁକୁଳା ଥିବା କାରଣରୁ ବର୍ଜ୍ୟବସ୍ତୁ ଧୂଳି ମଳି ଓ ରାସ୍ତା ଧୋଇ ହୋଇ ମଇଳା ଡ୍ରେନ କୁ ପୋତି ପକାଉଛି । ଏଭଳି ଅବସ୍ଥାରେ ଡ୍ରେନ ଅଞ୍ଚଳ ଦେଇ ଯାଇଥିବା ପାନୀୟ ଜଳ କେତେ ଯେ ବିଶୁଦ୍ଧ ତାହା ଦେଖିଲେ ଜଣାପଡୁଛି । ପ୍ରାୟ ତିନିହଜାର ଜନସଂଖ୍ୟା ଶହ ଉକ୍ତ ପ୍ରଳଳ୍ପରୁ ପାଣି ବ୍ୟବହାର କରୁଛନ୍ତି। ଏନେଇ ଗାଁ ଲୋକେ ବାରମ୍ବାର ଅଭିଯୋଗ କରିଆସୁଥିଲେ ସୁଦ୍ଧା ସମସ୍ୟାର ସମାଧାନ ହୋଇପାରୁନାହିଁ । ଫଳରେ ଅନ୍ୟ କୌଣସି ଉପାୟ ନ ପାଇ ଗ୍ରାମବାସୀ ସେହି ପାଣିକୁ ଛାଣି ଫୁଟାଇ ବ୍ୟବହାର କରୁଥିବା କହିଛନ୍ତି। ସେହିପରି ଗ୍ରାମରେ ଥିବା ନଳକୂପ ଗୁଡ଼ିକରୁ ବାହାରୁଥିବା ପାଇଁ ପିଇବା ଉପଯୋଗୀ ହେଉ ନ ଥିବାରୁ ପାଇପ ଜଳ ଉପରେ ନିର୍ଭର କରି ବିଭିନ୍ନ ସମୟରେ ରୋଗରେ ପଡୁଥିବା କହିଛନ୍ତି ଗ୍ରାମବାସୀ । ତୁରନ୍ତ ପାଣି ସମସ୍ୟାର ସମାଧାନ କରିବାକୁ ସ୍ଥାନୀୟବାସୀ ଦାବି କହରିଛନ୍ତି।

Sponsored
drinking-water-is-collected-from-unclean-environment | Argus News