ମିଳୁନି ପାନୀୟଜଳ, ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଆବାସ

Key Points
ଦୁର୍ଗମ ବୋଲି ସଂଯୋଗ ହୋଇପାରୁନି ପକ୍କା ରାସ୍ତା
ରାସ୍ତା ନାହିଁ ବୋଲି ଅପହଞ୍ଚ ସ୍ଵାସ୍ଥ୍ୟ ସେବା
ମିଳୁନି ପାନୀୟଜଳ, ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଆବାସ
ଆଜି ବି ଏମିତି ଗାଁ ଅଛି ଯେଉଁଠି ବିକାଶ ପହଞ୍ଚିପାରୁନି । ତତ୍କାଳୀନ ସରକାରଙ୍କ ବିକାଶର ଏ ହେଉଛି ବିକଳ ଚିତ୍ର । ନା ଅଛି କୁ ପକ୍କା ରାସ୍ତା ନା ଅଛି ଲୋକଙ୍କୁ ପିଇବାକୁ ଶୁଦ୍ଧ ପାନୀୟଜଳ । ଏପରିକି ମୁଣ୍ଡ ଗୁଞ୍ଜିବାକୁ ଯୋଗ୍ୟ ହିତାଧିକାରୀଙ୍କୁ ମିଳିନି ଆବାସ ଘର । ଆମେ କହୁଛୁ ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଳକ ଛେଲାଗଡ ଓ ଡ଼ାବରାଗୁଡ଼ା ପଞ୍ଚାୟତର ନୂଆ ସାହି ,ଗୁଡ଼ି ସାହି , ଜାନି ସାହି କୁଟ୍ରା ଗଣ୍ଡା , ଡେକାପଲ୍ଲୀ ଗାଆଁ ର କଥା । ଏ ଚିତ୍ର ବୟାନ କରୁଛି ରାସ୍ତା ବାସ୍ତବତା । ଖରା ଦିନେ ରାସ୍ତା ଅବସ୍ଥା ଖରାପ ଥିବା ବେଳେ ବର୍ଷା ଦିନେ ରାସ୍ତା କଥା ନକହିବା ଭଲ । ପାହାଡିଆ କଳା ମାଟିରେ ପ୍ରତି ପାଦେପାଦେ ରହିଛି ବିପଦ ।
ପାନୀୟ ଜଳ କଥା କହିଲେ ଆଜିବି ଭଙ୍ଗା ନଳକୂପ ଭରସା । ଏହି ନଳକୂପ ସ୍ପଷ୍ କରୁଛି ବସୁଧାର ବାସ୍ତବତା। ଅବହେଳା ଏମିତି ଯେ ଖରାପ ହେବା ଦିନଠାରୁ ନଳକୀପ ସଜଡା ଯାଇନି । ଆଜିବି ପାନୀୟ ଜଳପାଇଁ ଲୋକେ ଝରଣା ଅବା ଚୁଆ ଉପରେ ନିର୍ଭର କରି ଆସୁଛନ୍ତି । ଗାଁର ଯୋଗ୍ୟ ହିତାଧିକାରୀ ମାନଙ୍କୁ ଆଜି ବି ମିଳିନି ଆବାସ ଗୃହ । ଫଳରେ ଭଙ୍ଗା ଦଦରା ଚାଳଛପର ଘରେ ରହିବାକୁ ବାଧ୍ୟ ଗ୍ରାମବୀସ। ଘର ଏମିତି ଭିତରେ ଥାଇ ଦିଶୁଛି ସୂର୍ଯ୍ୟ ଚନ୍ଦ୍ର । ମାତ୍ର ଏହାର ମରାମତି ପାଇଁ ପାଖରେ ଅର୍ଥ ନାହିଁ।
ତତ୍କାଳୀନ ସରକାରଙ୍କ ମିଛ ବିକାଶର ବିକଳ ଚିତ୍ର। ସରକାରୀ ସହାୟତା ପାଇଁ ବାରମ୍ବାର ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରି ଆସୁଥିଲେ ମଧ୍ୟ ସମସ୍ତେ ଅଣଦେଖା କରି ଆସିଛନ୍ତି । ବର୍ତ୍ତମାନ ସରକାର ବଦଳିଛି ସରକାରୀ ବାବୁଙ୍କ ସରକାରୀ ଢାଞ୍ଚା ବଦଳିଛି । ଖାଲି ବଦଳିବା ବାକି ଅଛି ଏହି ଅଞ୍ଚଳର ରୂପରେଖ ।