Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପାହାଡି ଗାଁରେ ଉତ୍କଟ ପାନୀୟ ଜଳ ସମସ୍ୟା

Odisha

ପାହାଡି ଗାଁରେ ଉତ୍କଟ ପାନୀୟ ଜଳ ସମସ୍ୟା

Rashmita Mishra
Browse all articles by Rashmita Mishra
·1 year ago·2 min read
ପାହାଡି ଗାଁରେ ଉତ୍କଟ ପାନୀୟ ଜଳ ସମସ୍ୟା

ଅର୍ଗସ ବ୍ୟୁରୋ: ପାହାଡ଼ ପର୍ବତ ଘେରା ଗାଁ। ଗାଁକୁ ଯିବାକୁ ଅଙ୍କାବଙ୍କା ପାଦ ଚଲା ରାସ୍ତା। ଏ ଦୃଶ୍ୟ ହେଉଛି ଗଞ୍ଜାମ ଭଂଜନଗର ବ୍ଲକ ଦୋମୁହାଣୀ ପଂଚାୟତ ଟୁଇପଦର ଗାଁର । ଗାଁରେ ପାଖାପାଖି  20 ଆଦିବାସୀ ପରିବାର ବସବାସ କରନ୍ତି । ମାତ୍ର ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଥାଇ ବି ନଥିଲା ଭଳି। ଗାଁରେ ୩ଟି ନଳକୂପ ଅଛି । ହେଲେ ଗୋଟିଏ ଅଚଳ ଥିବା ବେଳେ ଅନ୍ୟ ୨ଟିରୁ ଗୋଳିଆ ପାଣି ବାହାରୁଚି। ଯାହା କୁ ପାନୀୟ ଭାବେ ବ୍ୟବହାର କରିବା ଅସମ୍ଭବ । ପାନୀୟ ଜଳ ନାଁରେ ବାହାରୁଛି ନାଲି ପାଣି। ଅନ୍ୟ ଏକ ନଳକୂପ ଘଣ୍ଟାଏ ମାରିଲେ ବାହାରୁଛି ବଲଟିଏ ପାଣି । ପୂର୍ବ ସରକାରଙ୍କ ପକ୍ଷରୁ ଏହି ଗାଁରେ ଏକ ସୋଲାର ଜଳଯୋଗାଣ ଵ୍ୟଵସ୍ଥା ହୋଇଥିଲା । ହେଲେ ତାହା ମଧ୍ୟ ଏକ ବର୍ଷ ହେଲା ଅଚଳ ହୋଇ ପଡିଛି । ଫଳରେ ପାଣଇ ପାଇଁ ଦହଗଞ୍ଜ ହେଉଛନ୍ତି ମହିଳା। 

ଗାଁରେ ନାହିଁ ଅଙ୍ଗନବାଡି କେନ୍ଦ୍ର କିମ୍ବା ବିଦ୍ୟାଳୟ । ପାଠ ପଢିବା ପାଇଁ ଛାତ୍ରଛାତ୍ରୀ ଚାରି କିଲୋମିଟର ଚାଲିବାକୁ ପଡୁଛି।  ଜଙ୍ଗଲିଆ ଅଞ୍ଚଳରେ ଗମନାଗମନ ର ବ୍ୟବସ୍ଥା ନଥିବା କାରଣରୁ ଦୁରକୁ ଯାଇ ପାଠ ପଢିବାକୁ ପିଲେ ଆଗ୍ରହ ପ୍ରକାଶ କରୁନାହାନ୍ତି। ଫଳରେ ଅଭିଭାବକ ମାନେ ସହରରେ ରହୁଥିବା  ସମ୍ପର୍କୀୟ ଙ୍କ ଘରେ ରଖି ପାଠ ପଢ଼ିବାକୁ ବାଧ୍ୟ ହୋଇଥାନ୍ତି । ଯାହାର ସମର୍କୀୟ ନାହାନ୍ତି ସେମାନଙ୍କ ପିଲା ପାଠ ପଢିବାରୁ ବଂଚିତ ହୋଇ ଗାଁ ରେ ରହୁଛନ୍ତି । 

ସେହିପରି ରାସନ ପାଇଁ ନିଜ ପଂଚାୟତ କୁ ଯିବାପାଇଁ ଅନେକ ଦୂର ପାଦରେ ଚାଲିବାକୁ ପଡିଥାଏ।ଗାଁ ର ବିକାଶ ପାଇଁ ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ ପୂର୍ବ ସରକାର  କୋଣସି ଦୁଃଖ ବୁଝିନଥିବା ବେଳେ ଏବେ ନୂଆଁ ସରକାର ନିଶ୍ଚୟ ଦୁଃଖ ଶୁଣିବ ବୋଲି ଗ୍ରାମବାସୀ ଆଶା ରଖିଛନ୍ତି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Argus Whatsapp Channel Mobile Top
Sponsored
drinking water problem in hill village | Argus News