Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପାନୀୟ ଜଳଯୋଗାଣ ବ୍ୟବସ୍ଥା ଅଚଳ

Odisha

ପାନୀୟ ଜଳଯୋଗାଣ ବ୍ୟବସ୍ଥା ଅଚଳ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ପାନୀୟ ଜଳଯୋଗାଣ ବ୍ୟବସ୍ଥା ଅଚଳ

Key Points

ସାନ୍ତରାପୁରରେ ଉତ୍କଟ ପାନୀୟ ଜଳ ସମସ୍ୟା
ଜଳ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ

ପାନୀୟ ଜଳଯୋଗାଣ ବ୍ୟବସ୍ଥା ଅଚଳ
ଭାଙ୍ଗିରୁଜି ଗଲାଣି ଷ୍ଟାଣ୍ଡ ପୋଷ୍ଟ

କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ସାନ୍ତରାପୁର ଗାଁର ଅସୁରବାହାଳି ଓ ବେହେରା ସାହିର । ଏଠାରେ ରହୁଥିବା ୩୦୦ରୁ ଉର୍ଦ୍ଧ୍ବ ପରିବାର ଏବେ ଟୋପାଏ ବିଶୁଦ୍ଧ ପାଣି ପାଇଁ ଡହଳବିକଳ ହେଉଛନ୍ତି । ଗ୍ରାମରେ ପାନୀୟ ଜଳ ଯୋଗାଇବା ପାଇଁ ରହିଥିବା ବୋରିଂ ପାଇପ୍ ଲାଇନ ଭାଙ୍ଗିରୁଜି ଅଚଳ ହୋଇ ପଡିଥିବା ବେଳେ ନଳକୂପରୁ ବାହାରୁଛି ଦୂଷିତ ଲାଲ୍ ପାଣି । ପାଣି ପାଇପ୍ ଲାଇନ ଦୀର୍ଘ ଦିନ ହେଲା ବ୍ୟବହାର ହେଉ ନଥିବା କାରଣରୁ ଷ୍ଟାଣ୍ଡ ପୋଷ୍ଟଗୁଡିକ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି । ପାଣିର ଅନ୍ୟ କୌଣସି ବିକଳ୍ପ ନଥିବା କାରଣରୁ ଲୋକମାନେ ବାଧ୍ୟ ହୋଇ ନଳକୂପର ଲାଲ୍ ପାଣି ଓ ଏକ କିଲୋମିଟର ଦୂରରୁ ପାଣି ସଂଗ୍ରହ କରୁଛନ୍ତି ।

ଗ୍ରାମରେ ବସୁଧା ଯୋଜନାରେ ଓଭରହେଡ ପାଣି ଟାଙ୍କି ଏଯାଏଁ ନିର୍ମାଣ ହୋଇନି । ଜଳ ଯୋଗାଣ ପାଇଁ ଏକ ବୋରିଂ ହୋଇଥିବା ବେଳେ ପାଣି ଆସୁନଥିବା କାରଣରୁ ଷ୍ଟାଣ୍ଡପୋଷ୍ଟଗୁଡିକ ଏବେ ଭାଙ୍ଗିରୁଜି ନଷ୍ଟ ହୋଇଗଲାଣି । ଗ୍ରାମର ପାଇପ୍ ଲାଇନ ଓ ନଳକୂପ ମରାମତି କରିବା ପାଇଁ ଲୋକେ ପଞ୍ଚାୟତଠାରୁ ବ୍ଲକ ଯାଏଁ ବାରମ୍ବାର ଗୁହାରି କରିଆସୁଥିବା ମଧ୍ୟ ଫଳ ଶୂନ । ଏବେ ଖରା ଗରମ କଷ୍ଟକୁ ଜଳ କଷ୍ଟ ଲୋକଙ୍କ ସମସ୍ୟାକୁ ଦୁଇ ଗୁଣିତ କରିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଏବେ ଅସନ୍ତୋଷ ବୃଦ୍ଧି ପାଇଛି । ଆଗାମୀ ଦିନରେ ପାଣି ସମସ୍ୟା ଦୂର ନହେଲେ ପଞ୍ଚାୟତ ସମେତ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ଆଜି ବି ଅନେକ ଗାଁରେ ଲାଗି ରହିଛି ଜଳକଷ୍ଟ । ତେବେ ରାଜ୍ୟରେ ୨୪ ବର୍ଷ ବିଜେଡ ଶାସନରେ ଚାଲିଥିଲା କଣ । ଦଳୀୟ ଭିତ୍ତିରେ ହେଉଥିଲା କି ବିକାଶ । ନା ରାଜନେତାଙ୍କ ପକେଟ୍ ହେଉଥିଲା ଗରମ । ତାକୁ ନେଇ ଉଠିଛି ପ୍ରଶ୍ନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
drinking-water-supply-system-is-out-of-order | Argus News