Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଭରବ୍ରିଜ ତଳକୁ ଓଲଟିଲା ଟ୍ରକ, ଡ୍ରାଇଭର ମୃତ

Smruti Parija
Browse all articles by Smruti Parija
·2 years ago
ଓଭରବ୍ରିଜ ତଳକୁ ଓଲଟିଲା ଟ୍ରକ, ଡ୍ରାଇଭର ମୃତ

କେନ୍ଦୁଝର:  ଭାରସାମ୍ୟ ହରାଇ ଓଭରବ୍ରିଜ ତଳକୁ ଓଲଟିଲା ଟ୍ରକ । ଘଟଣାସ୍ଥଳରେ ଡ୍ରାଇଭର ମୃତ। ଆନନ୍ଦପୁର ଦେଇ ଯାଇଥିବା ଜାତୀୟ ରାଜପଥ ୨୦ ର ଘସିପୁରା ଥାନା ଶାଳପଡା ନିକଟରେ ଓଲଟିଲା ଲୁହାପଥର ବୋଝେଇ ଟ୍ରକ । 

ଦ୍ରୁତ ଗତି ନେଉଛି ଜୀବନ

OD 23A6971 ନମ୍ବର ଲୁହାପଥର ବୋଝେଇ ଟ୍ରକ କେନ୍ଦୁଝରରୁ ଲୁହାପଥର ବୋଝେଇ କରି ପାରାଦ୍ୱୀପ ଅଭିମୁଖେ ଯାଉଥିବା ସମୟରେ ଶାଳପଡା ଓଭରବ୍ରିଜ ନିକଟରେ ଭାରସାମ୍ୟ ହରାଇ ଓଭରବ୍ରିଜ ତଳକୁ ଓଲଟିପଡିଥିବା ସୂଚନା ମିଳିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଟ୍ରକଟି ଓଲଟି ପଡିବା ସମୟରେ ଡ୍ରାଇଭର ଡେଇଁ ପଡି ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ଡ୍ରାଇଭର ଉପରେ ଟ୍ରକଟି ପଡିଯିବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଯାଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରର ମୃତଦେହକୁ ଉଦ୍ଧାର କରିଥିବାବେଳେ ଘସିପୁରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
 

Sponsored
driver-killed-in-truck-accident- | Argus News