Videos
|
Odisha

ରାଜ୍ୟରେ ଚତୁର୍ଥ ଦିନରେ ଡ୍ରାଇଭରଙ୍କ ଆନ୍ଦୋଳନ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ରାଜ୍ୟରେ ଚତୁର୍ଥ ଦିନରେ ଡ୍ରାଇଭରଙ୍କ ଆନ୍ଦୋଳନ

Key Points

ଆନ୍ଦୋଳନ ଯୋଗୁ ଆସିପାରୁନି ପେଟ୍ରୋଲ, ଡିଜେଲ ଟ୍ୟାଙ୍କର । ତେଲ ଶେଷ ହେବା ଆଶଙ୍କାରେ ପେଟ୍ରୋଲ ପମ୍ପରେ ଲୋକଙ୍କ ଲମ୍ବା ଲାଇନ୍ ଲାଗୁଛି । ସେପଟେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପେଟ୍ରୋଲ - ଡିଜେଲ ସମସ୍ୟା ନାହିଁ ।

ରାଜ୍ୟରେ ଚତୁର୍ଥ ଦିନରେ ଡ୍ରାଇଭରଙ୍କ ଆନ୍ଦୋଳନ । ଯେଉଁଥି ପାଇଁ ନାହିଁନଥିବା ହନ୍ତସନ୍ତ ହେଉଛନ୍ତି ଓଡ଼ିଶାବାସୀ । ସରକାରଙ୍କ ସହ ଆଲୋଚନାରୁ ବାହାରିପାରିଲାନି କୌଣସି ନିଷ୍କର୍ସ । ଦାବି ପୂରଣ ନେଇ ଜିଦରେ ଅଟଳ ଡ୍ରାଇଭର ମହାସଂଘ । ଆନ୍ଦୋଳନ ଯୋଗୁ ଆସିପାରୁନି ପେଟ୍ରୋଲ, ଡିଜେଲ ଟ୍ୟାଙ୍କର । ତେଲ ଶେଷ ହେବା ଆଶଙ୍କାରେ ପେଟ୍ରୋଲ ପମ୍ପରେ ଲୋକଙ୍କ ଲମ୍ବା ଲାଇନ୍ ଲାଗୁଛି । ସେପଟେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପେଟ୍ରୋଲ - ଡିଜେଲ ସମସ୍ୟା ନାହିଁ ।

ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଚିତ୍ର । ପୁଇଁନ୍ତଳା ଅଞ୍ଚଳ ପେଟ୍ରୋଲ ପମ୍ପ ଗୁଡ଼ିକରେ ଶେଷ ହୋଇଗଲାଣି ତେଲ । ଯେଉଁଥିପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି ଲୋକେ ।

୪ ଦିନ ହେଲା ଜାରି ରହିଛି ଡ୍ରାଇଭର ମହାସଂଘର ଆନ୍ଦୋଳନ। ରାଜ୍ୟ ସରକାର ଡ୍ରାଇଭର ମାନଙ୍କ ଦାବି ଉପରେ କଣ ବିଚାର କରିବେ ଏବଂ ଡ୍ରାଇଭର ମହାସଂଘ ଆନ୍ଦୋଳନରୁ କେବେ ଓହରିବ ତାହା ଉପରେ ସମସ୍ତଙ୍କ ନଜର ।

ଅନ୍ୟପଟେ ରାହୁଲ ଗାନ୍ଧିଙ୍କ ସମ୍ବିଧାନ ବଞ୍ଚାଅ ଆନ୍ଦୋଳନକୁ ବିରୋଧ କରିବା ପାଇଁ ରାଜ୍ୟବାସୀଙ୍କୁ ହଇରାଣ କରୁଛନ୍ତି ମୋହନ ସରକାର । ଡ୍ରାଇଭର ଆନ୍ଦୋଳନକୁ ନେଇ ବିଜେପି ସରକାର ଷଡ଼ଯନ୍ତ୍ର କରୁଛି ବୋଲି କହିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ସେ କହିଛନ୍ତି, ସମ୍ବିଧାନ ବଞ୍ଚାଅ ଆନ୍ଦୋଳନ କେହି ରୋକି ପାରିବେ ନାହିଁ । ସେପଟେ ଏହାର କାଉଣ୍ଟରରେ ବିଜେପି ବିଧାୟକ ବିଭୁତି ଭୂଷଣ ପ୍ରଧାନ କହିଛନ୍ତି, ରାଜ୍ୟରେ ଆମର ସରକାର ଅଛି । ସରକାରଙ୍କୁ ଅଡୁଆରେ ପକାଇ ଆନ୍ଦୋଳନ କରିବୁ କି ? କଂଗ୍ରେସର ମତିଭ୍ରମ ହୋଇଛି । ସେଥିପାଇଁ ସେମାନେ ଏପରି ଅଭିଯୋଗ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Drivers' strike enters fourth day in the state | Argus News