Videos
|
Odisha

Lord Jagannath Temple / ରତ୍ନଭଣ୍ଡାର ଗଣତିମଣତି ବେଳେ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌

Banajyotshna Ray
Browse all articles by Banajyotshna Ray
·5 months ago·2 min read
ରତ୍ନଭଣ୍ଡାର ଗଣତିମଣତି ବେଳେ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌
Lord Jagannath Temple

Key Points

ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡ଼ିଲା ଡ୍ରୋନ
ଦୀର୍ଘ ସମୟ ଧରି ଶ୍ରୀମନ୍ଦିର ଚୂଡ଼ାରେ ଚକ୍କର କାଟୁଛି ଦୁଇଟି ଡ୍ରୋନ
ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡ଼ିଲା ଡ୍ରୋନ। ଦୀର୍ଘ ସମୟ ଧରି ଶ୍ରୀମନ୍ଦିର ଚୂଡ଼ାରେ ଚକ୍କର କାଟୁଛି ଦୁଇଟି ଡ୍ରୋନ। ଗୋଟିଏ ପଟରେ କଡ଼ା ସୁରକ୍ଷା ଭିତରେ ରତ୍ନ ଗଣତି ଚାଲିଥିବା ବେଳେ ଏପଟେ ଡ୍ରୋନ ଉଡ଼ିବାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । କିଏ ଏମିତି କରିଛି କାହିଁକି କରିଛି ଏନେଇ ବଡ଼ ପ୍ରଶ୍ନ ଥିବାବେଳେ ଏହାସହ ପୋଲିସ ଏନେଇ ତଦନ୍ତ କରୁଛି। ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ଚାଲେଞ୍ଜ। ରତ୍ନ ଅଳଙ୍କାର ଗଣତି ମଣତି ବେଳେ ସୁରକ୍ଷା ବ୍ୟବସ୍ଥାକୁ କରାଯାଇଛି ଚାଲେଞ୍ଜ। ବଡ କଥା ଏହି ସମୟରେ ପତିତପାବନ ବାନା ପରିବର୍ତ୍ତନ କରାଯାଉଥିଲା। ବେଧଡ଼କ ଦୁଇଟି ଡ୍ରୋନ ଉଡ଼ୁଥିବା ବେଳେ ସିଂହଦ୍ଵାର ସମ୍ମୁଖରେ ମୁତୟନ ପୋଲିସ ଅଧିକାରୀ ଓ କର୍ମଚାରୀ ଅସହାୟ ହୋଇ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି।

ଏକାସାଙ୍ଗରେ ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡିଲା ଦୁଇ ଦୁଇଟି ଡ୍ରୋନ । ଦୀର୍ଘ ସମୟ ଧରି ଶ୍ରୀମନ୍ଦିର ଚୂଡ଼ାରେ ଚକ୍କର କାଟିଲା ଦୁଇଟି ଡ୍ରୋନ। ଅପରାହ୍ନ ୫ଟା ୨୩ ମିନିଟରେ ଏହି ଡ୍ରୋନ ଉଡୁଥିବା ନେଇ ସୂଚନା ରହିଛି । ତେବେ ଡ୍ରୋନ ଉଡ଼ିବା ସମୟରେ ବାନା ପରିବର୍ତ୍ତନ କରାଯାଉଥିବା ଦେଖିବାକୁ ମିଳିଛି । କହିରଖୁଛୁ କି, ୪୮ ବର୍ଷ ପରେ ରତ୍ନଭଣ୍ଡାର ଖୋଲାଯାଇଥିବା ବେଳେ ଆଜି ଗଣତିମଣତି କରାଯାଉଛି । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗଣତିମଣତି ଜାରି ରହିଛି ।

ଏଥିସହ ପଢ଼ନ୍ତୁ: ଏହି ବ୍ୟାଙ୍କ ଦେଲା ବଡ଼ ଅଫର, ମହିଳାଙ୍କୁ ମିଳିବ UPI ମାଧ୍ୟମରେ ଲୋନ୍...

କିଛି ସମୟ ଧରି ଉଡ଼ିବା ସହ ନୀଳଚକ୍ରର ଚାରିପାଖେ ବୁଲିବା ପରେ ଗୋଟିଏ ଡ୍ରୋନ ବଡ ଦାଣ୍ଡ ଆଡ଼କୁ ଆସି କେଉଁ ଆଡେ ଚାଲିଯାଇଥିବା ବେଳେ ଅନ୍ୟ ଡ୍ରୋନଟି କିଛି ସମୟ ଉଡି ମାଟି ମଣ୍ଡପ ସାହି ଆଡକୁ ଯାଇଥିଲା । ତେବେ ପୋଲିସ ଡ୍ରୋନଟିକୁ ଜବତ୍ କରିବା ସହ ଦୁଇଜଣଙ୍କୁ ଏ ନେଇ ଅଟକ ରଖିଥିବା ସୂଚନା ପ୍ରଦାନ କରିଛି ।ତେବେ ଅନ୍ୟ ଡ୍ରୋନଟି ପୋଲିସର ବୋଲି ଅନୁମାନ କରାଯାଉଛି । ଅଟକ ଦୁଇଜଣ ହେଲେ ସମ୍ରାଟ ବିଶ୍ୱାସ ଓ କଲ୍ୟାଣ ଦାସ। ଦୁଇଜଣ ପଶ୍ଚିମବଙ୍ଗର ହୁଗୁଳି ଜିଲାର ବୋଲି ଜଣା ପଡ଼ିଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics

Explore more stories