Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୁରୀରେ ବୁଲି ବୁଲି ମଶା ମାରିବ ଡ୍ରୋନ୍ ! ନାଳରେ ପଶି କରି ସିଞ୍ଚନ କରିବ ତେଲ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ପୁରୀରେ ବୁଲି ବୁଲି ମଶା ମାରିବ ଡ୍ରୋନ୍ ! ନାଳରେ ପଶି କରି ସିଞ୍ଚନ କରିବ ତେଲ

Key Points

୩ ଦିନ ଧରି ଡ୍ରୋନ ସର୍ଭେ ଚାଲିବ ।

ପରେ ୭ରୁ ୮ ଦିନ ଧରି ଚାଲିବ ଡ୍ରୋନ ସାହାଯ୍ୟରେ ମଶା ତେଲ ସିଞ୍ଚନ କାର୍ଯ୍ୟ ।

ଏବେ ଅଠରନଳା ମୂଷା ନଈରେ ଚାଲିଛି ସର୍ଭେ ।

ପୁରୀରେ ଡେଙ୍ଗୁ, ମ୍ୟାଲେରିଆ ଚିନ୍ତା । ଡେଙ୍ଗୁ ଓ ମ୍ୟାଲେରିଆ ରୋକିବ ଡ୍ରୋନ । ପୁରୀର ୩୨ ୱାର୍ଡରେ ମଶା ଖୋଜୁଛି ଡ୍ରୋନ । ରଥଯାତ୍ରା ପୂର୍ବରୁ ପୁରୀରେ ଡ୍ରୋନ ସାହାଯ୍ୟରେ ଚାଲିଛି ସ୍ପେଶିଆଲ୍ ସର୍ଭେ । କେଉଁ ଅଞ୍ଚଳରେ ମଶାଙ୍କ କେତେ ପ୍ରାଦୁର୍ଭାବ ରହିଛି ଜଣାଇବ ଡ୍ରୋନ । ଯେଉଁ ସ୍ଥାନକୁ ଶ୍ରମିକ ଯାଇ ପାରୁନାହାନ୍ତି, ସେହି ସ୍ଥାନରୁ ଡେଙ୍ଗୁ ଓ ମ୍ୟାଲେରିଆ ସୃଷ୍ଟିକାରୀ ମଶାଙ୍କ ବିଷୟରେ ସୂଚନା ଦେବ ଡ୍ରୋନ ।

୩ ଦିନ ଧରି ଡ୍ରୋନ ସର୍ଭେ ଚାଲିବା ପରେ ୭ରୁ ୮ ଦିନ ଧରି ଚାଲିବ ଡ୍ରୋନ ସାହାଯ୍ୟରେ ମଶା ତେଲ ସିଞ୍ଚନ କାର୍ଯ୍ୟ । ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ବିଭିନ୍ନ ସାହିରେ ଡ୍ରୋନ ସର୍ଭେ ପରେ ଏବେ ଅଠରନଳା ମୂଷା ନଈରେ ଚାଲିଛି ସର୍ଭେ । ବିଶେଷ କରି ଜମି ରହୁଥିବା ପାଣି ସ୍ଥାନରେ ଏହା ବିଶେଷ ଫଳପ୍ରଦ ହେବ । ମୂଷା ନଈରେ ଦୀର୍ଘ ଦିନ ହେବ ପାଣି ଜମିବା ସହ ଦଳ ଭର୍ତ୍ତି ହୋଇ ରହିଛି । ତେଣୁ ଡ୍ରୋନ ସର୍ଭେ ଦ୍ଵାରା ଫୋଟୋ ଓ ଭିଡିଓରୁ ଆସିବ ମଶାଙ୍କ ପାଦୁର୍ଭାବକୁ ନେଇ ରିପୋର୍ଟ । ପୁରୀ ମ୍ୟୁନିସିପାଲଟି ତରଫରୁ ଏହି ଅଭିଯାନରେ ଡ୍ରୋନ ସାହାଯ୍ୟରେ ମଶା ତେଲ ସିଞ୍ଚନ କରି ପ୍ରିକସନ ନେବାକୁ ମଧ୍ୟ ଯୋଜନା କରାଯାଇଛି ।

ଅନ୍ୟପଟେ ଏବେ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ମହାରଣା ଓ ଭୋଇ ସେବକଙ୍କ ଦ୍ବାରା ଆଜି ତେର ପରସ୍ତ ପୋଟଳ ସହ ଖପୁରି ପଡ଼ିଛି। ଗତକାଲି ସୁଦ୍ଧା ତିନି ଭୂଇଁରେ କଇଁଚି ସହ ଅନ୍ଦାରୀ ତାଗ ବାଡ଼ିଆ ଶେଷ ହୋଇଥିଲା। ଏଥିସହ ତିନି ରଥର ପୋଟଳ ସମେତ ପାରା ଭାଡ଼ି ଓ ଖପୁରିର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ଆଜି ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ବରେ ପାରାଭାଡ଼ି ଉଠିଥିଲା। ରଥର ଉପର ପାର୍ଶ୍ବ ମୁହଁ ବନ୍ଦ କରୁଥିବା ଖପୁରି ସଂଯୋଗ ହୋଇଥିଲା। ଏହା ଉପରେ କଳସ ଡାଙ୍ଗିଆ ମଧ୍ୟ ଉଠିଛି। କଳସ ଡାଙ୍ଗିଆ ଉପରେ କଳସ ରହିଥାଏ। ତେଣୁ ଏହା ଉଠିବା ପରେ ମହାରଣା ସେବକମାନେ କଣ୍ଟା ବାଡ଼େଇ ସାଇଜ କରି ଏହାକୁ ସେଟିଂ କରିଛନ୍ତି।

ବେଦି ସିଂହାସନ ପାଇଁ ଜଗତପୃଷ୍ଠ ସେଣି ରଥ ଉପରକୁ ଉଠିଛି। ଏଥିସହ ସେଣି କଡ଼ରେ ବାହୁଟ ଫାଳିଆ ଦିଆଯାଇଛି। ୪ଟି ଚନ୍ଦ୍ରଶାଳୀ ନିର୍ମାଣ ସରିଛି। ପ୍ରଭା କାମ ଏବଂ ଦୁଆର ବେଢ଼ା କାମ ଆରମ୍ଭ ହେବ ବୋଲି ରଥଖଳାରୁ ସୂଚନା ମିଳିଛି। ଖପୁରି ପଡ଼ିବା ପରେ ଆଜି ୬ ନମ୍ବର ହରିବୋଲ ପଡ଼ିଥିଲା। ରୂପକାର ସେବକମାନେ ତିନି ରଥର ପଟା ଗୁଜଗୁଡ଼ିକରେ ନର ବିରାଳ, ଗଜ ବିରାଳ ରୂପ ଖୋଦେଇ ଚାଲୁ ରଖିଛନ୍ତି। ୩୪ ଜଣ ଚିତ୍ରକର ସେବକମାନେ ରଥ ପାର୍ଶ୍ବ ଦେବାଦେବୀମାନଙ୍କ ମୂର୍ତ୍ତିରେ ରଙ୍ଗ କାର୍ଯ୍ୟ ଚାଲୁ ରଖିଛନ୍ତି। ତିନି ରଥର ବାହ୍ୟ ଅଂଶ କୋଣ ଗୁଜ, ପଟାଗୁଜ, ଚକ ଆଦିରେ ପ୍ରାଇମର ଦେବା ପରେ ରଙ୍ଗ କାର୍ଯ୍ୟ ଚାଲିଛି। ଦରଜୀ ସେବକମାନେ ରଥର କନା କଟିଂ ପରେ ବତା କନାରେ ବିଳାସ ପଟି, ଲେସ୍‌ ପକା କାର୍ଯ୍ୟ ଜାରି ରଖିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Drone to fly around Puri to kill mosquitoes! It will enter drains and spray oil | Argus News