Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପହଞ୍ଚିଲେ ମହାମହିମ, ମହୋଦଧି ତୀରରେ ଦେଖିବେ ନୌସେନାର ଶୌର୍ଯ୍ୟ

Banajyotshna Ray
Browse all articles by Banajyotshna Ray
·1 year ago·3 min read
ପହଞ୍ଚିଲେ ମହାମହିମ, ମହୋଦଧି ତୀରରେ ଦେଖିବେ ନୌସେନାର ଶୌର୍ଯ୍ୟ

Key Points

  • ପହଞ୍ଚିଲେ ମହାମହିମ
  • ମହୋଦଧି ତୀରରେ ଦେଖିବେ ନୌସେନାର ଶୌର୍ଯ୍ୟ
  • ଶତାବ୍ଦି ଶତାବ୍ଦି ଧରି ବିଶ୍ବର ଅନନ୍ୟ ନୌଶକ୍ତି ଥିଲା କଳିଙ୍ଗ
  • ଜଳଦସ୍ୟୁଙ୍କୁ ପ୍ରତିହତ କରିବାର ଦକ୍ଷତା ଥିଲା କଳିଙ୍ଗ ନୌବୀରଙ୍କ ପାଖରେ। 
  • ସେଇ ମାଟିରେ ଡବଲ ଇଞ୍ଜିନ ସରକାର ଯୋଗୁଁ ପାଳନ ହେବ ନୌସେନା ଦିବସ
  • ଆଉ ସୁପ୍ରିମ୍ କମାଣ୍ଡର ହେଉଛନ୍ତି, ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ

ଅର୍ଗସ ବ୍ୟୁରୋ:  ପୁରୀ ବ୍ଲୁଫ୍ଲାଗ ବେଳାଭୂମିରେ ନୌସେନାର ଶୌର୍ଯ୍ୟ ଦେଖିବା ପାଇଁ ଓଡିଶାରେ ପହଞ୍ଚିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଇଏ ହେଉଛି ସେହି କଳିଙ୍ଗ ଯାହା ଶତାବ୍ଦି ଶତାବ୍ଦି ଧରି ବିଶ୍ବର ଅନନ୍ୟ ନୌଶକ୍ତି ଭାବେ ପରିଚିତି ହାସଲ କରିଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା ଜଳଦସ୍ୟୁମାନଙ୍କୁ ପ୍ରତିହତ କରିବାର ଦକ୍ଷତା ଥିଲା କଳିଙ୍ଗର ନୌବୀରମାନଙ୍କ ପାଖରେ । କେନ୍ଦ୍ରରେ ବିଜେପି ସରକାର ଏବଂ ରାଜ୍ୟରେ ବିଜେପି ସରକାର ଅର୍ଥାତ ଡବଲ ଇଞ୍ଜିନ ସରକାର ଯୋଗୁଁ ସେଇ ମାଟିରେ ପାଳନ ହେବାକୁ ଯାଉଛି ନୌସେନା ଦିବସ । ଆଉ ସୁପ୍ରିମ୍ କମାଣ୍ଡର ହେଉଛନ୍ତି, ରାଇରଙ୍ଗପୁରରୁ ରାଇସିନା ହିଲ୍ ଯାଇଥିବା ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ ।

ରାତି ପାହିଲେ ପୁରୀ ଗସ୍ତରେ ଆସିବେ ମହାମହୀମ ରାଷ୍ଟ୍ରପତି ଦ୍ରୋପର୍ଦୀ ମୁର୍ମୁ। ସକାଳ 9.45ରେ ସମଙ୍ଗ ସ୍ଥିତ ହେଲିପ୍ୟାଡରେ ସ୍ବତନ୍ତ୍ର ବିମାନରେ ପହଞ୍ଚିବେ ମହାମହୀମ । ସେଠାରୁ ସ୍ବତନ୍ତ୍ର କାରକେଡ୍ ଯୋଗେ ଶ୍ରୀମନ୍ଦିର ଅଭିମୁଖେ ବାହାରିବେ। ସକାଳ 10.15ରୁ 10 .40 ମଧ୍ୟରେ ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରି ଆର୍ଶୀବାଦ ନେବେ ମହାମହୀମ ରାଷ୍ଟ୍ରପତି। ସେଥିପାଇଁ ନୀତିକାନ୍ତିକୁ ସଅଳ କରିବାକୁ ଛତିଶାନିଯୋଗ ବୈଠକରେ ଆଲୋଚନା ହୋଇଛି। ଶ୍ରୀମନ୍ଦିରରୁ ଫେରି ମହାମହୀମ ସିଧାସଳଖ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଅନୁଷ୍ଠିତ ହେବାକୁଥିବା 75 ତମ ହୀରକ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଅପରାହ୍ନ 12ଟାରେ ମହାମହୀମ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରୁ ବାହାରି ସିଧାସଳଖ ରାଜଭବନ ଅଭିମୁଖେ ଯିବେ। ରାଜଭବନରେ ଭୋଜନ ସାରି ବ୍ଲୁଫ୍ଲାଗ୍ ବିଚ୍ ରେ ଅପରାହ୍ନ 4.08 ରେ ଅନୁଷ୍ଠିତ ହେବାକୁ ଥିବା ନୌସେନା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ।  ପ୍ରାୟ 5.45ରେ ବ୍ଲୁଫ୍ଲାଗ୍ ବେଳାଭୂମି ଛାଡିବାର କାର୍ଯ୍ୟକ୍ରମ ରହିଛି। ପରେ ରାଜଭବନ ଅଭିମୁଖେ ବାହାରି ରାତ୍ରଭୋଜନ ଗ୍ରହଣ କରିବା ସହ ସେଠାରେ ରାତ୍ରିଯାପନ କରିବେ। ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରାୟ 95 ପ୍ଲାଟୁନ ପୋଲିସ ଫୋର୍ସ ଶ୍ରୀକ୍ଷେତ୍ରରେ ମୁତୟନ ହେବାକୁ ଥିବାବେଳେ ଟ୍ରାଫିକ ପାଇଁ ମଧ୍ୟ କଟକଣା ଜାରି କରାଯାଇଛି ।

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ପୂର୍ବରୁ ଆଜି କାରକେଡ୍ ରିହରସଲ୍ କରାଯାଇଛି। ବ୍ଲୁ ବୁକ୍ ସିକ୍ୟୁରିଟି ଅନୁଯାୟୀ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ପ୍ରଥମେ କାରକେଡ୍ ସମଙ୍ଗ ସ୍ଥିତ ହେଲିପ୍ୟାଡରେ ପହଞ୍ଚିବା ପରେ ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ପିଲଗ୍ରୀମ ସେଣ୍ଟର ଓ ପରେ ଶ୍ରୀଦାଣ୍ଡ ଦେଇ କାରକେଡ୍ ସିଧାସଳଖ ଶ୍ରୀମନ୍ଦିର ଅଭିମୁଖେ ଆସିଥିଲା । ଶ୍ରୀମନ୍ଦିର ନିକଟରେ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ କେନ୍ଦ୍ରାଞ୍ଚଳ ଡିଆଇଜି ଚରଣ ସିଂହ ମୀନା ଓ ଏସପି ବିନୀତ ଅଗ୍ରବାଲ୍।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନୌସେନା ଦିୀବସରେ ମହାମହୀମଙ୍କ ସମ୍ମୁଖରେ ନିଜ ବୀରତ୍ବର ପରାକାଷ୍ଠା ଦେଖାଇବେ ନୌସେନା ଅଧିକାରୀ। ଜଳପଥ,ଆକାଶପଥ ଓ ବେଳାଭୂମି ବାଲିରେ ନିଜର ରଣକୌଶଳ ଦେଖାଇବେ ବୀର ଜବାନ୍ ମାନେ। ସ୍ବ ତନ୍ତ୍ର ତାଲିମ୍ ପ୍ରାପ୍ତ ମାର୍କୋସ୍ ଟିମ୍ ମଧ୍ୟ ନିଜର ଜଲୱଆ ଦେଖାଇବେ । ବାହ୍ୟ ଆକ୍ରମଣକାରୀଙ୍କୁ ଚିତପଟାଙ୍ଗ୍ କରିବାର ଦୃଶ୍ୟ ମହାମହୀମଙ୍କ ସମ୍ମୁଖରେ ଉପସ୍ଥାପନ କରିବେ। ସମୁଦାୟ 15ଟି ଯୁଦ୍ଧ ଜାହାଜ ସମେତ 40ରୁ ଉର୍ଦ୍ଧ୍ବ ଏୟାରକ୍ରାପ୍ଟ ନିଜନିଜର ଶକ୍ତି ପ୍ରଦର୍ଶନ କରିଵେ। 
 

ରାଷ୍ଟ୍ରପତି ହେବାପରେ ଦ୍ରୋପର୍ଦୀ ମୁର୍ମୁଙ୍କ ଏହା ପୁରୀକୁ ତୃତୀୟ ଗସ୍ତ । ନୌବୀରଙ୍କ ରଣକୌଶଳ ଖୋଦ୍ ଦେଖିବେ ତିନି ସେନାର ମୁଖ୍ୟ ମହାମହିମ। ବ୍ଲୁଫ୍ଲାଗ୍ ବେଳାଭୂମିରେ ରାଷ୍ଟ୍ରପତିଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ, ଓ ଅନ୍ୟାନ୍ୟ ମନ୍ତ୍ରୀ ମାନେ ଯୋଗଦେବାର କାର୍ଯ୍ୟକ୍ରମ ଅଛି । ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ବିଧାୟକ ମାନେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର 75ତମ ହୀରକ ଜୟନ୍ତୀରେ ରାଷ୍ଟ୍ରପତିଙ୍କ ସମେତ, ମୁଖ୍ୟମନ୍ତ୍ରୀ , କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, କେନ୍ଦ୍ର ଆୟୁଷ ମନ୍ତ୍ରୀ ମଧ୍ୟ ଯୋଗଦେବେ। 

Sponsored
droupadi murmu you will see the valor of the Navy on the banks of the Mahodadhi | Argus News