Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାଛ ମାର୍କେଟରୁ ମିଳିଲା ପୁଳା ପୁଳା ଗଞ୍ଜେଇ

Rashmita Mishra
Browse all articles by Rashmita Mishra
·1 year ago·1 min read
ମାଛ ମାର୍କେଟରୁ ମିଳିଲା ପୁଳା ପୁଳା ଗଞ୍ଜେଇ

Key Points

ୟୁନିଟ୍‌ ୪ ହାଟରେ ପୁଳା ପୁଳା ଗଞ୍ଜେଇ
ୟୁନିଟ୍‌ ୪ ମାର୍କେଟ୍‌ରେ ପୁଳା ପୁଳା ଗଞ୍ଜେଇ
ଭୁବନେଶ୍ବର ୟୁନିଟ୍‌-୪ ମାର୍କେଟ୍‌ରେ ପୋଲିସ ଓ STFର ଚଢ଼ାଉ
ବିଭିନ୍ନ ଦୋକାନରେ ମିଳିତ ଚଢ଼ାଉରେ ବିପୁଳ ଗଞ୍ଜେଇ ସହ ଡ୍ରଗ୍ସ ଜବତ

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର ୟୁନିଟ୍‌-୪ ମାର୍କେଟ ଅଞ୍ଚଳରେ ଓଡ଼ିଶା ପୋଲିସ ଏବଂ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଦ୍ୱାରା ମିଳିତ ଚଢ଼ାଉ କରାଯାଇ ଏକ ବଡ଼ ଧରଣର ଗଞ୍ଜେଇ ବ୍ୟବସାୟ ରାକେଟର ପର୍ଦାଫାଶ କରାଯାଇଛି। ମାଛ ମାର୍କେଟରୁ ମିଳିଲା ଡ୍ରଗ୍ସ। ଏହି ଚଢ଼ାଉରେ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଛି, ଯାହାକୁ ଗୁଣ୍ଡ କରି ସିଗାରେଟରେ ପୁରାଇ ଅବୈଧ ଭାବେ ବିକ୍ରି କରାଯାଉଥିବା ଜଣାପଡ଼ିଛି। ବିଭିନ୍ନ ଦୋକାନରେ ମିଳିତ ଚଢ଼ାଉରେ ବିପୁଳ ଗଞ୍ଜେଇ ଜବତ।

ଶୁକ୍ରବାର ଏହି ଅଞ୍ଚଳର ବିଭିନ୍ନ ଦୋକାନ ଏବଂ ସନ୍ଦିଗ୍ଧ ସ୍ଥାନଗୁଡ଼ିକରେ ପୋଲିସ ଓ ଏସଟିଏଫର ଏକ ମିଳିତ ଦଳ ଏକକାଳୀନ ଚଢ଼ାଉ କରିଥିଲେ। ତଦନ୍ତ ସମୟରେ ଜଣାପଡ଼ିଛି ଯେ ଅଭିଯୁକ୍ତମାନେ ଗଞ୍ଜେଇକୁ ଗୁଣ୍ଡ କରି ସିଗାରେଟରେ ପୁରାଇ ଏହାକୁ ବିକ୍ରି କରୁଥିଲେ, ଯାହା ଏକ ସୁସଂଗଠିତ ଅବୈଧ ମାଦକ ଦ୍ରବ୍ୟ ବ୍ୟବସାୟର ଅଂଶ ଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
drugs-found-at-fish-market | Argus News