Bhubaneswar News / ହୋଟେଲ ସମ୍ମୁଖରେ ମାତାଲ ଯୁବକ ଯୁବତୀଙ୍କ ଉନ୍ମତ୍ତକାଣ୍ଡ, ଘଣ୍ଟାଏ କାଳ ନିଶାସକ୍ତ ଅବସ୍ଥାରେ କଲେ ହାଇଡ୍ରାମା
·1 hour ago·2 min read

Key Points
ରାଜଧାନୀ ଭୁବନେଶ୍ବରରେ ମାତାଲ ଯୁବକ ଯୁବତୀ କଲେ ଊତ୍ପାତ
ରାସ୍ତା ଉପରେ ବାଇକ୍ ରଖି ଭାଷା ଅଭାଷାରେ କଲେ ଗାଳି
ପୁଲିସ ଆସିଲା ବେଳକୁ ଫେରାର ହୋଇଗଊେ ମାତାଲ ଯୁବକ ଯୁବତୀ

ଭୁବନେଶ୍ୱର୦୫/୧୦ : ରାସ୍ତା ଉପରେ ବାଇକ୍ ରଖି ଯୁବକ ଯବତୀ କଲେ ଉତ୍ପାତ। ନିଶାସକ୍ତ ଅବସ୍ଥାରେ ଯୁବକ-ଯୁବତୀ କଲେ ହଙ୍ଗାମା। ଯୁବକ ଯୁବତୀଙ୍କ ହଙ୍ଗାମାକୁ ନେଇ ରାଜଧାନୀ ଭୁବନେଶ୍ବରରେ ଚର୍ଚ୍ଚା। ମାତାଲ ଯୁବକ ଯୁବତୀ ରାସ୍ତା ଅବରୋଧ କରିବା ସହ ସ୍ଥାନୀୟ ଲୋକଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ ଓ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ହୋଇଛି। ପ୍ରାୟ ଘଣ୍ଟାଏ ଧରି ରାସ୍ତା ଉପରେ ଏଭଳି ଉତ୍ପାତ ଚାଲିଥିବା ବେଳେ ପୁଲିସକୁ ଖବର ଦିଆଯାଇଥିଲା। ତେବେ ପିସିଆର ଭ୍ୟାନ୍ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଅଭିଯୁକ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ। ଏଭଳି ଘଟଣା ଘଟିଥିବା ଅଭିଯୋଗ ଆସିଛି ଭୁବନେଶ୍ୱରର ନୀଳାଦ୍ରି ବିହାର ଜିଏ ପ୍ଲଟ୍ ଅଞ୍ଚଳରେ ଥିବା ଏକ ହୋଟେଲ୍ ସମ୍ମୁଖରେ।
ରାସ୍ତା ଉପରେ ବାଇକ୍, ଆରମ୍ଭ ହେଲା ହଙ୍ଗାମା
ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଜଣେ ଯୁବକ ଓ ଯୁବତୀ ନିଶାସକ୍ତ ଅବସ୍ଥାରେ ଚନ୍ଦ୍ରଶେଖରପୁର ନିଳାଦ୍ରୀ ବିହାରରେ ଥିବା ଏକ ହୋଟେଲ୍ ସମ୍ମୁଖରେ ପହଞ୍ଚିଥିଲେ। ସେମାନେ ରାସ୍ତା ଉପରେ ବାଇକ୍ ରଖି ଉତ୍ପାତ କରିଥିଲେ। ଏବ ରାସ୍ତାରେ ଯିବା ଅସିବା କରୁଥିବା ଲୋକଙ୍କୁ ମଧ୍ୟ ଗାଳିଗୁଳଜ କରିବା ସହ ଅଭଦ୍ର ବ୍ୟବହାର କରିଥିଲେ। କେବଳ ଏତିକି ନୁହେଁ, ରାସ୍ତା କଡ଼ରେ ଥିବା ଦୋକାନ ନିକଟରେ ବସିଥିବା ଲୋକମାନଙ୍କୁ ସେମାନେ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିବା ମଧ୍ୟ ଅଭିଯୋଗ ରହିଛି। ଘଟଣାକୁ ନେଇ ସ୍ଥାନୀୟ ଲୋକେ ଆପତ୍ତି କରିବାରୁ ପରିସ୍ଥିତି ଆହୁରି ବିଗିଡ଼ିଥିଲା।
ପଢନ୍ତୁ ଏହି ଖବର: ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିରୋଧ କରିବାରୁ ସାଙ୍ଗଙ୍କୁ ଡାକିଲେ
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଯୁବକ-ଯୁବତୀଙ୍କୁ ହଙ୍ଗାମା ନକରିବାକୁ କୁହାଯାଇଥିଲା। କିନ୍ତୁ ଏହାପରେ ସେମାନେ ନିଜର କିଛି ସାଙ୍ଗଙ୍କୁ ଘଟଣାସ୍ଥଳକୁ ଡାକିଥିଲେ। ପରେ ରାସ୍ତା ଉପରେ ଆହୁରି ଅଧିକ ହଙ୍ଗାମା ହୋଇଥିବା ଅଭିଯୋଗ ହୋଇଛି। କିଛି ସମୟ ଧରି ଏଭଳି ଉତ୍ପାତ ଚାଲିବାରୁ ସ୍ଥାନୀୟ ଲୋକେ ଅତିଷ୍ଠ ହୋଇପଡ଼ିଥିଲେ। ଶେଷରେ ଘଟଣା ସମ୍ପର୍କରେ ଚନ୍ଦ୍ରଶେଖରପୁର ଥାନାକୁ ସୂଚନା ଦିଆଯାଇଥିଲା।
ପୁଲିସ ଆସିଲା ବେଳକୁ ଫେରାର
ସ୍ଥାନୀୟ ଲୋକଙ୍କ ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସର ପିସିଆର୍ ଭ୍ୟାନ୍। କିନ୍ତୁ ପୋଲିସ ପହଞ୍ଚିବା ବେଳକୁ ଯୁବକ, ଯୁବତୀ ଓ ସେମାନଙ୍କ ସାଙ୍ଗମାନେ ସେଠାରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ରାତି ସମୟରେ ରାସ୍ତା ଉପରେ ଏଭଳି ହଙ୍ଗାମା ଓ ଅଭଦ୍ର ବ୍ୟବହାରକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି।
ତେବେ ଘଟଣାରେ ସମ୍ପୃକ୍ତ ଯୁବକ-ଯୁବତୀ କିଏ, ସେମାନଙ୍କ ସହ ଆଉ କେତେଜଣ ଥିଲେ ଏବଂ ପୁଲିସ ପକ୍ଷରୁ ଏନେଇ କୌଣସି ମାମଲା ରୁଜୁ ହୋଇଛି କି ନାହିଁ, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।
ରାସ୍ତା ଉପରେ ଏଭଳି ହଙ୍ଗାମା କରି ଲୋକଙ୍କୁ ହଇରାଣ କରିବା ଘଟଣାକୁ ନେଇ ଏବେ ପୁଲିସର ପରବର୍ତ୍ତୀ ପଦକ୍ଷେପ ଉପରେ ନଜର ରହିଛି।

Related Topics
Explore more stories