ବାଲିଯାତ୍ରା ସରିଛି ହେଲେ ସରିନି ଘର କରଣା ସାମଗ୍ରୀ କିଣାକିଣି

କଟକ: ବାଲିଯାତ୍ରା ସରିଛି ହେଲେ ସରିନି ଘର କରଣା ସାମଗ୍ରୀ କିଣାକିଣି। ବାଲିଯାତ୍ରାର କିଛି ଦିନ ପରେ ମଧ୍ୟ ଘର କରଣା ସାମଗ୍ରୀ ସହ ପାରମ୍ପରିକ ଖାଦ୍ୟ ନେବାକୁ ଏବେ ବି ଲୋକଙ୍କ ଭିଡ ଦେଖିବାକୁ ଲାଗିଛି । ତା ଭିତର ଶୁଖୁଆକୁ ଭୁଲି ନାହାନ୍ତି ଲୋକ । ବାଲିଯାତ୍ର ଉପର ପଡିଆ ନିକଟରେ ଶୁଖୁଆ ର ରହିଛି ଢେର ଡିମାଣ୍ଡ। ଖଙ୍ଗା, ଇଲିସି, କୋକିଳ, ପାଣିଆଖିଆ ଚିଙ୍ଗୁଡ଼ି ଭଳି 24 ପ୍ରକାରର ଶୁଖୁଆ ର ପସରା ମେଲେଛି ବାଲିଯାତ୍ରା ଉପର ପଡିଆ ରେ । କଥାରେ ଅଛି ଓଡ଼ିଆର ମନ ପଖାଳ କଂସା ରେ। ଆଉ ପଖାଳ ସହ ଯଦି ଶୁଖୁଆ ଟିକେ ମିଳିଗଲା ତାହେଲେ ତ ଖାଇବାର ମଜା ଆସିଯାଇଥାଏ। ଖାଲି ଗାଁ ଗାଉଁଲୀ ଲୋକ କାହିଁକି ସହରର ଲୋକମାନେ ଶୁଖୁଆକୁ ବେଶ ପସନ୍ଦ କରିଥାନ୍ତି। ପାଣିଆଖିଆ, ଚିଙ୍ଗୁଡ଼ି ଭଳି ଶୁଖୁଆ କୁ ବେଶ ପସନ୍ଦ କରୁଛନ୍ତି ଲୋକେ। ସେଥିପାଇଁ ଏହି ଶୁଖୁଆ ବ୍ୟବସାୟୀଙ୍କ ପାଖରେ ଲାଗିଛି ଭିଡ। ଆଉ ନିଜ ମନପସନ୍ଦ ର ଶୁଖୁଆ କିଣି ନେଉଛନ୍ତି ଘରକୁ।
ଏହି ବ୍ୟବସାୟୀ ମାନେ ଅସ୍ତରଙ୍ଗ, କାକଟପୁର ବାଲୁଗାଁ,ବ୍ରହ୍ମପୁର ସୁନାଖଳା ଆଦି ଅଂଚଳରୁ ଆସି ସୁଖୁଆ ବିକ୍ରି କରୁଛନ୍ତି । ଆଉ ବାଲିଯାତ୍ରା ସରିବାର ମାସେ ପର୍ଯ୍ୟନ୍ତ ଏଠାରେ ବ୍ୟବସାୟ କରିଥାନ୍ତି ଏମାନେ। ଅନ୍ୟଦିନ ଅପେକ୍ଷା ବାଲିଯାତ୍ରା ରେ ଭଲ ବ୍ୟବସାୟ ମଧ୍ୟ ହୋଇଥାଏ ବୋଲି କହିଛନ୍ତି ବ୍ୟବସାୟୀ। ଖଙ୍ଗା, ଇଲିସି, ଚିଙ୍ଗୁଡ଼ି ଶୁଖୁଆ ର ଦର କେଜି ପ୍ରତି 400 ଟଙ୍କା ଥିବାବେଳେ ମରୁଆ, କୋକିଳ ପାଣିଆଖିଆ ପଥରମୁଣ୍ଡି ର ଦର ରହିଛି 200ଟଙ୍କା। ବାଲିଯାତ୍ରା ମେଳା ରେ ଘର କରଣ ଜିନିଷ ର ଯେତିକି ଚାହିଦା ରହିଛି ସୁଖୁଆ ର ମଧ୍ୟ ସେମିତି ଚାହିଦା ରହିଥାଏ।
ଅଧିକ ଦେଖନ୍ତୁ :