Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆସନ୍ତା 4 ଦିନ ଯାଏଁ ରାଜ୍ୟରେ ଶୁଖିଲା ପାଗ

Smruti Parija
Browse all articles by Smruti Parija
·1 year ago·1 min read
ଆସନ୍ତା 4 ଦିନ ଯାଏଁ ରାଜ୍ୟରେ ଶୁଖିଲା ପାଗ

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟ ଉପରେ କୌଣସି  ନିର୍ଦ୍ଧିଷ୍ଟ ପାଣିପାଗର ନିୟାମକ ସକ୍ରିୟ ନାହିଁ । ଫଳରେ ପାଗ ଶୁଖିଲା ରହିବା  ସହ ବାୟୁମଣ୍ଡଳରେ ମାତ୍ରାଧିକ ଆଦ୍ରତା ପାଇଁ  କାଁ ଭାଁ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରଛି ପାଣିପାଗ ଵିଭାଗ । 

ଆସନ୍ତା  ୨୪ ଘଂଟାରେ  ଉତ୍ତର ଅନେକ ସ୍ଥାନରେ  ପାଗ ଶୁଖିଲା ରହିବା ସହ  କିଛି କିଛି  ସ୍ଥାନରେ ବିଜୁଳି ଘଡଘଡି  ସହ ବର୍ଷା ହେବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ବିଶେଷକରି  ଉତ୍ତର ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ।  ବିଜୁଳି ଘଡଘଡି ବର୍ଷାକୁ  ନେଇ  କୋରାପୁଟ,  ରାୟଗଡା, କଳାହାଣ୍ଡି ,ନବରଙ୍ଗପୁର , କନ୍ଧମାଳ, ନୂଆପଡା,  ବଲାଙ୍ଗୀର,  କଟକ,ଜେନ୍ଦ୍ରାପଡା, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଜଗତସିଂପୁର ଭଦ୍ରକ ଓ ବାଲେଶ୍ୱର  ପାଇଁ ୟେଲୋ ବବର୍ଣ୍ଣିଙ୍ଗ  ଜାରି କରିଛି  ପାଣିପାଗ ବିଭାଗ । 

ଆସନ୍ତାକାଲି ଠାରୁ  କୌଣସି  ସତର୍କ ସୂଚନା  ନଥିବା  ବେଳେ ୪ ଦିନ ଯାଏଁ ରାଜ୍ୟରେ ପାଗ ଶୁଖିଲା ସହ କାଁ ଭାଁ ବର୍ଷା  ହୋଇପାରେ ବୋଲି ବିଭାଗ ଆକଳନ କରିଛି ପାଣିପାଗ ବିଭାଗ । ତେଣୁ ଦୀପାବଳି  ମଧ୍ୟ ଶୁଖିଲା ପାଗ ସହ  କଟିବ ବୋଲି  କହିଛି  ବିଭାଗ । ଗତ ୨୪ ଘଂଟାରେ  କାଁ ଭାଁ ସ୍ଥାନରେ ଭଲ ବର୍ଷା  ହୋଇଥିବାବେଳେ ଅନୁଗୁଳ ବନରପାଲରେ ସର୍ବାଧିକ ବର୍ଷା ୧୦୫.୪ ରେକର୍ଡ କରାଯାଇଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dry weather in the state for next 4 days | Argus News