|
logo
Live

Argus News - ଜୀବନ ନେଇଗଲା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ !

Odisha

ଜୀବନ ନେଇଗଲା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ !

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଜୀବନ ନେଇଗଲା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ !

Key Points

  • ଜୀବନ ନେଇଗଲା ଆମ ଓଡ଼ିଶା ନବୀନ ଓଡ଼ିଶା
  • ଦୁଇ ଗୋଷ୍ଠୀଙ୍କ କନ୍ଦଳ ନେଲା ମହିଳାଙ୍କ ଜୀବନ
  • ସଂସାର ଭାସିଗଲା କହି କାନ୍ଦିଲେ ପରିବାର ଓ ପ୍ରିୟଜନ

ଅର୍ଗସ ବ୍ୟୁରୋ: କାଳ ହେଲା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ସାମିଲ ହେବା । ବିଜେଡିର ଦୁଇଗୋଷ୍ଠୀଙ୍କ ମଧ୍ୟରେ ଏମିତି କନ୍ଦଳ ହେଲା ଯେ ଜଣେ ମହିଳାଙ୍କର ଜୀବନ ଚାଲିଗଲା । କଥାଟା ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ପୂରା ସତ । କାରଣ ବିଜେଡି କର୍ମୀଙ୍କ ଉତ୍ପାତରେ ଅଣନିଶ୍ଵାସୀ ହୋଇ ମହିଳା ଜଣକ ଜୀବନ ହରାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । 

ମଂଚ ବନ୍ଧା ସରିଥିଲା, ନାଚଗୀତର ବି ଆସର ଜମିଥିଲା । କିନ୍ତୁ ଖବର ପହଞ୍ଚିଥିଲା ଏହି କାର୍ଯ୍ୟକ୍ରମରେ ନେତା ଯୋଗ ଦେଉନାହାନ୍ତି । ବାସ୍‌ ଏହାପରେ ଉପସ୍ଥିତ କୁଜି ନେତା ଓ ସମର୍ଥକଙ୍କ  ମଧ୍ୟରେ ଗଣ୍ଡଗୋଳ ଦେଖାଯାଇଥିଲା । ସ୍ଥିତି ଏମିତି ହୋଇଥିଲା ଯେ ମାତ୍ର କେଇ ମୁହୂର୍ତ୍ତରେ ଅସମ୍ଭାଳ ହୋଇଥିଲା । ଆଉ ଏଥିରେ ଯୋଗ ଦେଇଥିବା ଜଣେ ମହିଳା ହଠାତ୍‌ ଅଣନିଶ୍ଵାସୀ ହୋଇପଡିଥିଲେ । ଅବଶ୍ୟ ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କଟକ ମାହାଙ୍ଗା ବ୍ଲକ ପୋଡାମରାଇ ପଞ୍ଚାୟତରେ ବ୍ଲକ ପ୍ରଶାସନ ପକ୍ଷରୁ  " ଆମ ଓଡ଼ିଶା ନବୀନ ଓଡିଶା" କାର୍ଯ୍ୟକ୍ରମ ହୋଇଥିଲା । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ, ପ୍ରବଳ ଭିଡ ବି ଜମିଥିଲା । କିନ୍ତୁ ଠିକଣା ସମୟରେ ନେତା ଆସିଲେନି । ଓଲଟି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଗୁରୁତ୍ଵପୂର୍ଣ୍ଣ କଥା ହେଲା ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଯେଉଁ ନେତା ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ସେହି ନେତା ହିଁ ସଭାକୁ ଆସିଲେ ନାହିଁ ।  କୁହାଯାଉଛି କି ଦଳୀୟ କନ୍ଦଳ ଏତେ ଅଧିକ ଥିଲା ଯେ ସଭାରେ ତାହାର ପ୍ରତିଫଳନ ଦେଖିବାକୁ ମିଳିଳା । ଗୁରୁତ୍ଵପୂର୍ଣ୍ଣ କଥା ହେଲା, ସରକାରୀ ସଭା ହୋଇଥିବାରୁ ସ୍ଥାନୀୟ ସ୍ଵୟଂ ସହାୟକ ଗୋଷ୍ଠୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ହେଲେ ନେତାଙ୍କ ଗଣ୍ଡଗୋଳ ଯୋଗୁଁ ସେ ପ୍ରାଣ ହରାଇଲେ । ଯାହାକୁ ନେଇ ସବୁଠି ଚର୍ଚ୍ଚା ।
(ମାହାଙ୍ଗାରୁ ଅସୀତ ସାମଲଙ୍କ ରିପୋର୍ଟ)

Sponsored
ଜୀବନ ନେଇଗଲା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ! | Argus News