Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସବୁ ଉଡେଇନେଲା ବର୍ଷା : ଉଦଘାଟନ ପୂର୍ବରୁ ଧାଇଁଲେ ମନ୍ତ୍ରୀ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ସବୁ ଉଡେଇନେଲା ବର୍ଷା : ଉଦଘାଟନ ପୂର୍ବରୁ ଧାଇଁଲେ ମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଅସରାଏ ବର୍ଷା ଆସିଲା, ସବୁ କିଛି ଉଡେଇ ନେଲା । ହେ ହେ କହୁକହୁ ସ୍ଥିତି ପୂରା ଅସମ୍ଭାଳ ହେଲା । କାଚିଲା ତ କାଚିଲା ସବୁ ଫସର ଫଟାଇଦେଲା । କିଏ ମାଇକ୍‌ ଧରି ଦଉଡ଼ିଲା ତ ଆଉ କିଏ ବର୍ଷା ମାଡ଼ରୁ ବଞ୍ଚିବାକୁ । କିନ୍ତୁ ଏମିତି ବିପର୍ଯ୍ୟସ୍ତ ଅବସ୍ଥା କାହିଁକି ହେଲା ? ତାହା ଜାଣିବା ପରେ ଆପଣ ବି ଚୁପ୍‌ ରହିବେ, ଅବ୍ୟବସ୍ଥା ପାଇଁ ପ୍ରଶାସନକୁ ନିହାତି ଦାୟୀ କରିବେ ।

ଅଦିନିଆ ବର୍ଷା ଯୋଗୁଁ ହୋଇ ପାରିଲାନି ଇଣ୍ଡୋର ଷ୍ଟାଡିୟମର ଉଦଘାଟନ । ଭାଙ୍ଗିଲା ଟେଣ୍ଟ, ଉଡ଼ିଲା ଚେୟାର । ଏମିତି ଅଭୁତ ଘଟଣା ସାମ୍ନାକୁ ଆସିଛି ବାଲେଶ୍ଵର ଜଳେଶ୍ଵର ପୌରପାଳିକା ନୂଆ ବଜାର ସ୍ଥିତ ଇଣ୍ଡୋର ଷ୍ଟାଡିୟମ ଉଦଘାଟନ କାର୍ଯ୍ୟକ୍ରମରୁ । ଷ୍ଟାଡିୟମ୍‌ ଉଦଘାଟନ ଲାଗି ପୁରା ପ୍ରସ୍ତୁତି ସରିଥିଲା । ପୌରପାଳିକା ଚେୟାରମ୍ୟାନଙ୍କଠୁ ଆରମ୍ଭ କରି କାଉନସିଲର, ପ୍ରଶାସନିକ ଅଧିକାରୀ ସମସ୍ତେ ଉପସ୍ଥିତ ବି ଥିଲେ । ଉଦଘାଟନ ପାଇଁ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ପହଞ୍ଚିବା ପରେ ହଠାତ ପବନ ସାଙ୍ଗକୁ ବର୍ଷା ମାଡି ଆସିଲା । ବର୍ଷା ତ ହେଲା ହେଲା ପୁଣି ଆୟୋଜନର ସବୁ ଟେଣ୍ଟ ଭାଙ୍ଗିବା ସହ, ଚେୟାର ଟେବୁଲ ସବୁ ଏଣେତେଣେ ପଡିଲା । ସ୍ଥିତି ଏମିତି ହେଲା ଯେ ଉଦଘାଟନ ପୂର୍ବରୁ ଫେରି ଆସିଲେ ମନ୍ତ୍ରୀ ।

ଉଦଘାଟନ ଲାଗି ଯାଇଥିଲେ ମନ୍ତ୍ରୀ । ହେଲେ କାଳ ହେଲା ବର୍ଷା । ଥିଲା ଥିଲା ଯେ ମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏମିତି ବର୍ଷିଲା ଯେ କିଛି କରାଇଦେଲାନି । ଗୁରୁତ୍ଵପୂର୍ଣ୍ଣ କଥା ହେଲା, ନିର୍ବାଚନ ଆସୁଥିବାରୁ ପ୍ରକଳ୍ପ ପରେ ପ୍ରକଳ୍ପ ଉଦଘାଟନ କରିବାରେ ବ୍ୟସ୍ତ ଅଛନ୍ତି ଶାସକ ଦଳିଆ ନେତା । ହେଲେ ଅଧିକାଂଶ ସ୍ଥାନରେ ସୁବ୍ୟବସ୍ଥା ହେଉନଥିବାରୁ ଏମିତି ସ୍ଥିତି ଉପୁଜୁଛି । ଯାହାର ସଦ୍ୟତମ ଉଦାହରଣ ହେଉଛି ବାଲେଶ୍ଵର ଘଟଣାର । ତେବେ ସମୟ କହିବ କେବେ ସଠିକ୍‌ ବ୍ୟବସ୍ଥା କରୁଛି ପ୍ରଶାସନ ଆଉ କେବେ ମନ୍ତ୍ରୀ ଭଲରେ କରିପାରୁଛନ୍ତି ଉଦଘାଟନ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Sponsored
Balasore | Argus News