Videos
|
Odisha

୫ଟି ବିଲ୍ ନପାଇବାରୁ ସ୍କୁଲରେ ତାଲା ପକାଇଲେ ଠିକାଦାର,ଅଭିଭାବକ ମହଲରେ ଉତ୍ତେଜନା

Sangram Tripathy
Browse all articles by Sangram Tripathy
·1 year ago
୫ଟି ବିଲ୍ ନପାଇବାରୁ ସ୍କୁଲରେ ତାଲା ପକାଇଲେ ଠିକାଦାର,ଅଭିଭାବକ ମହଲରେ ଉତ୍ତେଜନା

ଅର୍ଗସ ବ୍ୟୁରୋ:ଟଙ୍କା ନପାଇବାରୁ ସ୍କୁଲରେ  ତାଲା ପକାଇଲେ ଠିକାଦାର । ୫ଟି ବିଲ ନପାଇବାରୁ କଟକ ତିଗିରିଆ ବ୍ଲକ ସୋମପଡା ପଞ୍ଚାୟତରେ ଥିବା ବିଡ଼ି ଶ୍ରମିକ ବିଦ୍ୟା ନିକେତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ତାଲା ପଡିଛି। କ୍ଳାସ୍ ରୁମରେ ତାଲା ପଡିଥିବାରୁ  ଛାତ୍ରଛାତ୍ରୀ ମାନେ ପିଣ୍ଡାରେ ବସି ପାଠ ପଢୁଛନ୍ତି । ଯାହାକୁ ନେଇ ଅଭିଭାବକ ମାନଙ୍କ ମଧ୍ୟରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ସ୍କୁଲ ମଧ୍ୟରେ ଅଭିଭାବକ ମାନେ ପଶି ହୋ ହାଲ୍ଲା କରିଥିଲେ । ଦୀର୍ଘ ୨୦ ରୁ ୨୫ ଦିନ ହେବ ଛାତ୍ରଛାତ୍ରୀ ମାନେ ବାରଣ୍ଡାରେ ବସି ପାଠ ପଢୁଥିବା ବେଳେ ଏଥିପ୍ରତି କାହାର ଦୃଷ୍ଟି ନାହିଁ । ତିଗିରିଆ ବିଡ଼ିଓ ତିଗିରିଆ ଆସିଷ୍ଟାଣ୍ଟ ଇଞ୍ଜିନିୟର ଘଟଣାସ୍ଥଳରେ ପହଞ୍ଚି ଅଭିଭାବକ ମାନଙ୍କୁ ବୁଝାସୁଝା କରିଥିଲେ 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: