Videos
|
Odisha

ଶବ ଦାହ ପାଇଁ ସ୍ବର୍ଗଦ୍ବାରରେ କାଠ ବଦଳରେ ବ୍ୟବହାର ହେବ ଗୋବର ଘସି

Sangram Tripathy
Browse all articles by Sangram Tripathy
·1 year ago
ଶବ ଦାହ ପାଇଁ ସ୍ବର୍ଗଦ୍ବାରରେ କାଠ ବଦଳରେ ବ୍ୟବହାର ହେବ ଗୋବର ଘସି

ଅର୍ଗସ ବ୍ୟୁରୋ:ସ୍ବର୍ଗଦ୍ବାରରେ ଏଣିକି ଶବ ଦାହ ଲାଗି କାଠ ବଦଳରେ ବ୍ୟବହାର ହେବ ଗୋବର ଘସି। ଏନେଇ ଯୋଜନା ପ୍ରସ୍ତୁତି କରୁଛି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ । ଏନେଇ ପ୍ରାରମ୍ଭିକ ଆଲୋଚନା ଆରମ୍ଭ ହୋଇଛି । ଗୋ ସୁରକ୍ଷା, ଗୋ ମୁତ୍ର ଓ ଗୋବରର ସଦୁପଯୋଗ କ୍ଷେତ୍ରରେ ବିଚାରବିମର୍ଶ ପାଇଁ ଗଠିତ ହେବ କମିଟି। ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ। ୫ ଜଣ ମନ୍ତ୍ରୀ ଓ ୫ ଜଣ ସଚିବ କମିଟିର ସଦସ୍ୟ ରହିବେ। ହିନ୍ଦୁ ଶାସ୍ତ୍ର ଅନୁଯାୟୀ, ଗୋବରକୁ ଶବ ଦାହରେ ବ୍ୟବହାର କରାଯିବ। ଏଥିପାଇଁ ସ୍ବର୍ଗଦ୍ବାର କମିଟି ଓ ଗୋଶାଳା କରିଥିବା ବ୍ୟକ୍ତିମାନଙ୍କ ସହ ଆଲୋଚନା କରାଯିବ । ପରେ ଏନେଇ ଖୁବ ଶୀଘ୍ର ବିଚାର ବିମର୍ଶ କରି ପଦକ୍ଷେପ ନେବେ ରାଜ୍ୟ ସରକାର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: