Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଖି ତରାଟି ଦେଲା ଟ୍ଵିନସିଟି ପୂଜା : ବଜେଟ୍‌ ୬୦୦ ପାର୍‌

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଆଖି ତରାଟି ଦେଲା ଟ୍ଵିନସିଟି ପୂଜା : ବଜେଟ୍‌ ୬୦୦ ପାର୍‌

Key Points

  • ହୋସ୍‌ ଉଡାଇଦେବ ଟ୍ଵିନସିଟି ପୂଜା ବଜେଟ୍‌
  • ୫୦ କି ୧୦୦ କୋଟି ନୁହେଁ ଏଥର ୬୦୦ କୋଟି !

ଅର୍ଗସ ବ୍ୟୁରୋ: ଦୁର୍ଗାପୂଜାରୁ ନେଇ ଚର୍ଚ୍ଚାରେ ଟ୍ଵିନସିଟି । କାରଣ ପୂଜା ମଣ୍ଡପ ସଂଖ୍ୟା ବଢିବା ସହିତ ବଜେଟ୍‌ ବି ବଢିଛି । ଖାସ କରି ଏସନ ପୂଜାରେ ବଜେଟ୍‌ ବେଶ ଚର୍ଚ୍ଚାରେ । କାରଣ ଲକ୍ଷେ କି ଦୁଇ ଲକ୍ଷ କି କୋଟି ନୁହେଁ ବରଂ ପୂଜାର ବଜେଟ୍‌ କରିଛି ଅଲୋଡା ରେକର୍ଡ । ଖାସ କରି ସିଲଭର ସିଟି କଟକରେ ଏଥର ୩୪ ପୂଜା ମଣ୍ଡପରେ ଚାନ୍ଦିମେଢ ହୋଇଥିବା ବେଳେ ଚୌଧୁରୀ ବଜାରର ସୁନା ସମସ୍ତଙ୍କ ମନ କିଣୁଛି । 

୧୯୫୬ ମସିହାରେ କଟକର ଚୌଧୁରୀ ବଜାର ପୂଜା କମିଟି ପ୍ରଥମତଃ ପ୍ରାୟ ୪ କ୍ଵିଣ୍ଟାଲ୍ ଚାନ୍ଦିରେ ପ୍ରଥମ ଚାନ୍ଦିମେଢ଼ କରାଯାଇଥିଲା । ସମୟକ୍ରମେ ମା’ଙ୍କୁ ଲାଗି କରାଯାଇଥିଲା ସୁନା ଅଳଙ୍କାର। ଆଉ ଏବେ ପ୍ରାୟ ୪୦ କେଜି ଅଳଙ୍କାରରେ ସଜେଇ ହୋଇଛି ମାଆଙ୍କ ମୁଣ୍ମୟୀ ପ୍ରତିମା ଓ ମେଢ । କମିଟି କହିଛି ଆଗାମୀ ଦିନରେ ମେଢ ସଂପୂର୍ଣ୍ଣ ଭାବରେ ସୁନାରେ ତିଆରି ହେବ ।

ମିଳିଥିବା ସୂଚନା ଅନୁସାରେ,  କଟକରେ ଗତବର୍ଷ ଅପେକ୍ଷା ଏ ବର୍ଷ ପ୍ରାୟ ୩୦ ପ୍ରତିଶତ ବଢ଼ିଛି ପୂଜା ବଜେଟ୍ । ଗତଥର ସହରରେ ୩୨ଟି ସୁନା ଓ ଚାନ୍ଦିମେଢ଼ ଥିଲା । ଏଥର ଏହା ୩୪ରେ ପହଞ୍ଚିଛି । ଏ ବର୍ଷ ତୁଳସୀପୁର ଏବଂ ରାମଗଡ଼ କନିକା ଛକ କମିଟି ସାମିଲ ହୋଇଥିବାରୁ ସହରରେ ମୋଟ୍ ୧୭୬ଟି ମେଢ଼ କରାଯାଇଛି । ଗତବର୍ଷ ପ୍ରାୟ ୨୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏଥର ପହଞ୍ଚିଛି ପ୍ରାୟ ୩୨୫ କୋଟିରେ । ପାଖାପାଖି ୭୫ କୋଟି ଟଙ୍କାର ଅଧିକ ବଜେଜ୍‌ ହୋଇଛି ଏସନ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କଟକରେ ମେଢ଼କୁ ଗୁରୁତ୍ଵ ଦିଆଯାଉଥିବା ବେଳେ ଭୁବନେଶ୍ଵରରେ ତୋରଣକୁ ପ୍ରାଧାନ୍ୟ । ଅର୍ଥାତ୍‌ ରାଜଧାନୀରେ ମେଢ଼ ଅପେକ୍ଷା ତୋରଣ ଉପରେ ପ୍ରତିବର୍ଷ ଭଳି ଏଥର ବି ଫୋକସ୍ କରାଯାଇଛି । ନୟାପଲ୍ଲୀ, ପଳାଶୁଣୀ, ରସୁଲଗଡ଼, ସହୀଦନଗର, ଷ୍ଟେସନ ବଜାର, ବଡ଼ବଡ଼, ଝାରପଡ଼ା , ବମିଖାଲ ଓ ବରମୁଣ୍ଡା । ଯୁଆଡ଼େ ଦେଖିବେ ସିଆଡେ ଆକାଶ ଛୁଆଁ ତୋରଣ । କେବଳ ସହିଦନଗର ପୂଜା କମିଟି ଏଥର କୋଟିଏ ଟଙ୍କା ଅଟକଳ କରିଥିବାବେଳେ ତୋରଣରେ ହିଁ ୪୦ରୁ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଛି । ସେହିପରି ପୁରୁଣା ଷ୍ଟେସନ ବଜାର ପୂଜା କମିଟିର ବଜେଟ୍ ରହିଛି ୮୦ ଲକ୍ଷ । ଏଭଳି ଭାବେ ଭୁବନେଶ୍ବରରେ ମୋଟ୍ ୧୮୭ଟି ମେଢ଼ କରାଯାଇଥିବାବେଳେ ତାହାରି ଭିତରେ ରହିଛି ୬ଟି ସୁନା ଚାନ୍ଦି ମେଢ଼ । ପୂର୍ବବର୍ଷ ଅପେକ୍ଷା ଏଥର ରାଜଧାନୀରେ ପୂଜା ବଜେଟ୍ ୨୫ ପ୍ରତିଶତ ବଢ଼ି ପ୍ରାୟ ସାଢ଼େ ୩ ଶହ କୋଟିରେ ପହଞ୍ଚିଛି ।

ମୋଟ୍‌ ଉପରେ, ପୂଜାକୁ ନେଇ ଏବେ କଟକ-ଭୁବନେଶ୍ଵରର ସତେ ଯେମିତି ପ୍ରତିଯୋଗିତା ଲାଗିଛି । ସଂଧ୍ୟା ନଇଁଲେ ଭକ୍ତଙ୍କର ବି ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ଏ ବର୍ଷ ଅପେକ୍ଷା ପରବର୍ଷ ପୂଜା ବଜେଟ୍‌ କେତେ ଅଧିକ ରହୁଛି ତାହା ସମୟ କହିବ ।
 

Sponsored
Durga Puja 2024 | Argus News