Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Durga Puja: ମାଆଙ୍କୁ ମେଲାଣି ବେଳେ ବାଜିବନି ଡିଜେ, ଫୁଟିବନି ବାଣ

Sushanta Sahoo
Browse all articles by Sushanta Sahoo
·10 months ago·1 min read
Durga Puja: ମାଆଙ୍କୁ ମେଲାଣି ବେଳେ ବାଜିବନି ଡିଜେ, ଫୁଟିବନି ବାଣ

Key Points

ଚଳିତବର୍ଷ ରାଜଧାନୀରେ ମାଆଙ୍କୁ ମେଲାଣି ବେଳେ ଡିଜେ ସାଉଣ୍ଡର ବ୍ୟବହାର ହେବ ନାହିଁ । କେବଳ ପାରମ୍ପରିକ ବାଦ୍ୟଯନ୍ତ୍ରରେ ମାଆ ଦୁର୍ଗାଙ୍କୁ ଭସାଣି ଶୋଭାଯାତ୍ରା କରାଯିବ ।

ଭୁବନେଶ୍ଵର: ଧରାପୃଷ୍ଠରେ ବିରାଜିବେ ମାଆ, ଚାଲିଛି ପ୍ରସ୍ତୁତି । ମାଆଙ୍କ ମୃଣ୍ଣୟୀ ମୂର୍ତ୍ତି ନିର୍ମାଣରେ କାରିଗର ଲାଗି ପଡ଼ିଥିବା ବେଳେ ପ୍ରଶାସନ ପକ୍ଷରୁ ଚାଲିଛି ପ୍ରସ୍ତୁତି ବୈଠକ । ଚଳିତବର୍ଷ ରାଜଧାନୀରେ ମାଆଙ୍କୁ ମେଲାଣି ବେଳେ ଡିଜେ ସାଉଣ୍ଡର ବ୍ୟବହାର ହେବ ନାହିଁ । କେବଳ ପାରମ୍ପରିକ ବାଦ୍ୟଯନ୍ତ୍ରରେ ମାଆ ଦୁର୍ଗାଙ୍କୁ ଭସାଣି ଶୋଭାଯାତ୍ରା କରାଯିବ ।


ଏଥିସହ ଭସାଣି ଶୋଭାଯାତ୍ରା ବେଳେ କେହି ଲେଜର ଲାଇଟ୍‌ର ବ୍ୟବହାର କରିପାରିବେ ନାହିଁ । ଏଥିସହ ପୂଜା ଓ ଭସାଣି ସମୟରେ ବାଣ ଫୁଟାଇବା ଉପରେ ମଧ୍ୟ କଟକଣା ଲଗାଯାଇଛି । ଚଳିତ ବର୍ଷ ଦୁର୍ଗାପୂଜା ଓ ଭସାଣିକୁ ସୁରୁଖୁରୁରେ ଆୟୋଜନ କରିବା ଲାଗି ପୋଲିସ ସେବା ଭବନରେ ବସିଥିବା ବୈଠକରେ ନିଆଯାଇଛି ଏହି ବଡ଼ ନିଷ୍ପତ୍ତି ।


ସୋମବାର ଦୁର୍ଗାପୂଜା ପ୍ରସ୍ତୁତି ନେଇ ବସିଥିବା ବୈଠକରେ ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ, ଅତିରିକ୍ତ କମିଶନର ନରସିଂହ ଭୋଳ, ଡିସିପି ଜଗମୋହନ ମୀନା, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂଙ୍କ ସହ ବିଭିନ୍ନ ପୂଜା କମିଟିର କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Bhubaneswar Durga Puja 2025: No DJs or Firecrackers, Only Traditional Celebrations | Argus News | Argus News