Durga Puja / ପ୍ଲାଷ୍ଟିକମୁକ୍ତ ହେବ ଦୁର୍ଗାପୂଜା: ଭୁବନେଶ୍ଵର ମହାନଗର ନିଗମର ସୂଚନା

Key Points
ଭୁବନେଶ୍ଵର ମହାନଗର ନିଗମକୁ ପରିବେଶ ଚିନ୍ତା
ଚଳିତ ବର୍ଷ ପ୍ଲାଷ୍ଟିକମୁକ୍ତ ହେବ ଦୁର୍ଗାପୂଜା
ସ୍ଵତନ୍ତ୍ର ଅଭିଯାନ ସହ କମିଟି ମାନଙ୍କ ପାଇଁ ଜାରି ହେଲା ମାର୍ଗଦର୍ଶିକା
ବିଏମ୍ସି ଅଞ୍ଚଳରେ ୧୭୨ ମଣ୍ଡପରେ ପୂଜା ପାଇବେ ମାଆ। ଚଳିତ ବର୍ଷ ମଣ୍ଡପରେ ସ୍ବଚ୍ଛ ପରିବେଶ ଓ ପାର୍କିଂ ଉପରେ ଗୁରୁତ୍ବ ଦିଆଯାଇଛି । ମୂର୍ତିରେ କୌଣସି ପ୍ରକାର ପ୍ଲାଷ୍ଟିକ ଆଭୁଷଣର ବ୍ୟବହାର କରୁବାକୁ ମନା କରାଯାଇଛି ।ସେଭଳି ପୂଜା ମଣ୍ଡପ ପାଖରେ ଓଦା ଓ ସୁଖିଲା ବର୍ଜ ଲାଗି ଅଲଗା ଡଷ୍ଟବିନ୍ ବ୍ୟବହାର ସହତି ସବୁଦିନ ସଂଗୃହୀତ ଆଳିଆକୁ ସଫେଇ ଗାଡିରେ ଦେବେ । ପୂଜାରେ ବ୍ୟବହୃତ ଫୁଲରୁ ତିଆରି ହେବ ଧୂପକାଠି। ପ୍ରସାଦ ଇତ୍ୟାଦି ସେବନ ପାଇଁ ଜୈବ ବିଘଟନ ଯୋଗ୍ୟ ଠୁଙ୍ଗା, ଖଲି ଇତ୍ୟାଦି ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି ।
ରାସ୍ତା ମରାମତି, ଗଛ ଡାଳ କାଟିବା, ବିଦ୍ୟୁତ୍ ତାର ଓ ଖୁଣ୍ଟ ମରାମତି କାମ କରିବା, ଖାଲା ଥିବା ଡ୍ରେନ ଉପରେ ସ୍ଲାବ ପକାଇବା ଆଦି କାମ ପ୍ରାୟ ଶେଷ ହୋଇଯାଇଛି । ପୂଜା ପୂର୍ବରୁ ରାସ୍ତାରେ ଥିବା ଖାଲଖମାଗୁଡିକୁ ଯୁଦ୍ଧ କାଳୀନ ଭିତ୍ତିରେ ମରାମତି କରାଯାଉଛି ।ଏହି କାମ ୨୫ ତାରିଖ ପୂର୍ବରୁ ସାରିବାକୁ ମେୟର ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରକୃତି ହେଉଛି ମଣିଷର ପ୍ରକୃତ ବନ୍ଧୁ। ପରିବେଶ ବଞ୍ଚି ରହିଲେ ତିଷ୍ଠି ରହିବ ମଣିଷ ସମାଜ। ବାୟୁ ପ୍ରଦୂଷଣ, ପ୍ଲାଷ୍ଟିକ ଏବଂ ପଲିଥିନ ବ୍ୟବହାର ଏବଂ ଅନ୍ୟାନ୍ୟକୁ ଅଭ୍ୟାସକୁ ଦୂରେଇ ପାରିଲେ ସୁସ୍ଥ ପରିବେଶ, ସୁସ୍ଥ ସମାଜ ଗଠନ ସମ୍ଭବ। ତେଣୁ ଚଳିତ ବର୍ଷ ପ୍ଲାଷ୍ଟିକମୁକ୍ତ ଦୁର୍ଗାପୂଜା କରାଇବାକୁ ଲକ୍ଷ ରଖାଯାଇଛି।
📱 Get Argus News App
✨Related Topics
Explore more stories