Boat Capsizing / ଦୁର୍ଗାପୂଜା ଭସାଣି ଦେଖି ଫେରୁଥିଲେ ହଠାତ ବୁଡ଼ିଗଲା ଡଙ୍ଗା… ଜଣେ ମହିଳା ମୃତ, ୨ ନିଖୋଜ
·51 mins ago·1 min read

Key Points
ଦୁର୍ଗାପୂଜା ଭସାଣି ଦେଖି ଘରକୁ ଫେରୁଥିବା ବେଳେ ଘଟିଲା ବଡ଼ ଅଘଟଣ
ଦୁର୍ଗାପୂଜା ଭସାଣି ଦେଖି ଘରକୁ ଫେରୁଥିବା ବେଳେ ଘଟିଲା ବଡ଼ ଅଘଟଣ। ନଦୀ ପାର ହେଉଥିବା ସମୟରେ ହଠାତ୍ ଡଙ୍ଗା ବୁଡ଼ିଯିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ନିଖୋଜ ଅଛନ୍ତି। ଏହି ଘଟଣାକୁ ନେଇ ଯାଜପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁଯାୟୀ, ଯାଜପୁର ସଦର ଥାନା ଅନ୍ତର୍ଗତ ମହମ୍ମଦ ଜମାଲପୁର ଗାଁର ଏକ ପରିବାରର ସଦସ୍ୟ ଓ ସମ୍ପର୍କୀୟ ମିଶି ମୋଟ ୪ ଜଣ ଡଅଁରକୂଳ ଗାଁକୁ ଦୁର୍ଗାପୂଜା ଭସାଣି ଦେଖିବାକୁ ଯାଇଥିଲେ। ଆଜି ସକାଳ ପ୍ରାୟ ୮ଟା ସମୟରେ ସେମାନେ ତନ୍ତୀଘାଇ ଶାଖା ନଦୀର ଦଉରୀବନ୍ଧା ଘାଟ ଦେଇ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ନଦୀର ଏକ ଗଣ୍ଡରେ ଡଙ୍ଗାଟି ହଠାତ୍ ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା।
ଡଙ୍ଗାରେ ଶୁଭଙ୍କର ଦଳାଇ, ମଣିଆ ଦଳାଇ, ହେମଲତା ଦଳାଇ ଓ ଭାମା ଦଳାଇ ଥିଲେ। ଡଙ୍ଗା ବୁଡ଼ିବା ପରେ ସ୍ଥାନୀୟ ଲୋକେ ହେମଲତା ଓ ଭାମାଙ୍କୁ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ୬୦ ବର୍ଷୀୟା ଭାମା ଦଳାଇଙ୍କ ମୃତ୍ୟୁ ହୋଇଛି। ତାଙ୍କ ମାଆ ହେମଲତା ଦଳାଇ ବର୍ତ୍ତମାନ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି।
ଅନ୍ୟପଟେ, ନିଖୋଜ ଦୁଇଜଣଙ୍କୁ ଖୋଜିବା ପାଇଁ ଉଦ୍ଧାର ଅଭିଯାନ ଜାରି ରହିଛି। ଡଙ୍ଗା ବୁଡ଼ିବାର ପ୍ରକୃତ କାରଣ ଜଣାପଡ଼ିନାହିଁ। ଏହି ଘଟଣା ପରେ ନଦୀ ପାରାପାର ସମୟରେ ଲୋକଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories