Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଶିକାର ପାଇଁ ଯାଇଥିବା ବେଳେ ସାଙ୍ଗକୁ ଗୁଳି କଲେ, ଜଙ୍ଗଲରେ ମୃତଦେହ ଲୁଚାଇଲେ

Odisha

ଶିକାର ପାଇଁ ଯାଇଥିବା ବେଳେ ସାଙ୍ଗକୁ ଗୁଳି କଲେ, ଜଙ୍ଗଲରେ ମୃତଦେହ ଲୁଚାଇଲେ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଶିକାର ପାଇଁ ଯାଇଥିବା ବେଳେ ସାଙ୍ଗକୁ ଗୁଳି କଲେ, ଜଙ୍ଗଲରେ ମୃତଦେହ ଲୁଚାଇଲେ

ଢେଙ୍କାନାଳ: ସାଙ୍ଗ ହୋଇ ଜଙ୍ଗଲକୁ ଯାଇଥିଲେ । ବନ୍ୟଜନ୍ତୁ ଶିକାର କରି ଆଣିଥାନ୍ତେ, ମିଳି ମିଶି ମାଂସ ଖାଇଥାନ୍ତେ । ଏମିତି ଯୋଜନା କରି ୪ ଜଣ ସାଙ୍ଗ ବନ୍ଧୁକ ନେଇ ଜଙ୍ଗଲକୁ ଯାଇଥିଲେ । ଗୁରୁବାର ରାତିରେ ରାସୋଳ ଥାନା କଦଳୀପାଳ ମାନପୁର ଗାଁ ନିକଟ ଜଙ୍ଗଲକୁ ଯାଇଥିଲେ ସନ୍ତୋଷ ନାୟକ, ନରେଶ ସ୍ଵାଇଁ, ବାବୁଲା ନାୟକ ଓ ପ୍ରଶାନ୍ତ ନାୟକ ।


ଜଙ୍ଗଲରେ ଶିକାର ଖୋଜୁ ଖୋଜୁ ପ୍ରଶାନ୍ତ ଗୁଳିରେ ଟଳି ପଡ଼ିଥିଲେ ବାବୁଲା । ଗୁଳିମାଡ଼ରେ ବାବୁଲା ନିହତ ପରେ ୩ ଜଣ ସାଙ୍ଗ ମୃତଦେହକୁ କାନପୁର ଗାଁ ନିକଟ କାଜୁ ଜଙ୍ଗଲରେ ଲୁଚାଇ ଦେଇଥିଲେ । ପରେ ରାତି ପ୍ରାୟ ୧୨ଟାରେ ଯାଇ ବାବୁଲାଙ୍କ ସ୍ତ୍ରୀଙ୍କୁ ମୃତ୍ୟୁ ଖବର ଦେଇଥିଲେ ।


ଏନେଇ ଗାଁ ଲୋକଙ୍କୁ ଜଣାଇଥିଲେ ବାବୁଲାଙ୍କ ପତ୍ନୀ । ଗାଁ ଲୋକ ରାସୋଳ ଥାନାରେ ଗୁଳିମାଡ଼ରେ ମୃତ୍ୟୁ ନେଇ ଏତଲା ଦେଇଥିଲେ । ଆଉ ବିଳମ୍ବିତ ରାତି ପ୍ରାୟ ୨ଟାରେ ପୋଲିସ କାଜୁ ଜଙ୍ଗଲରେ ପହଞ୍ଚି ମୃତଦେହ ଜବତ କରି ହିନ୍ଦୋଳ ଉପଖଣ୍ଡ ହସ୍ପିଟାଲ୍‌କୁ ବ୍ୟବଚ୍ଛେଦ ପାଇଁ ନେଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
During Hunting Friend Dies In Firing Hindol | Argus News