Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନବୀନଙ୍କ ଶାସନରେ ଚାଲିଥିଲା ସୁକିନ୍ଦାବାସୀଙ୍କ ଜୀବନ ସହ ସାଂଘାତିକ ଖେଳ

Rashmita Mishra
Browse all articles by Rashmita Mishra
·1 year ago·1 min read
ନବୀନଙ୍କ ଶାସନରେ ଚାଲିଥିଲା ସୁକିନ୍ଦାବାସୀଙ୍କ ଜୀବନ ସହ ସାଂଘାତିକ ଖେଳ


ଅର୍ଗସ ବ୍ୟୁରୋ: ନବୀନଙ୍କ ଶାସନରେ କେମିତି ରାଜ୍ୟବାସୀଙ୍କ ଜୀବନ ସହ ଖେଳ ଖେଳୁଥିଲେ ତାଙ୍କରି ଦଳର ନେତା ତାର ପ୍ରମାଣ ହେଉଛି ଏ ଦସ୍ତାବିଜ। ଯେଉଁଥିରେ ଖୋଲିଛି ଯାଜପୁରରେ DMF  ବା ଜିଲ୍ଲା ଖଣିଜ ପାଣ୍ଠି କେଳେଙ୍କାରୀର ଫର୍ଦ୍ଦ । ଯାଜପୁରର ଟାଣୁଆ ନେତା ବବି-ଡାନି ଓ ଜିତୁଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ଏମାନଙ୍କ ଇସାରାରେ ଯାଜପୁର ପ୍ରଶାସନ ମନଇଚ୍ଛା ଖର୍ଚ୍ଚ କରୁଥିଲା DMF ଟଙ୍କା।

ରତ୍ନଗର୍ଭା ଯାଜପୁରର ସୁକିନ୍ଦା। ଯେଉଁଠି ରହିଛି ସାରା ଦେଶରେ ଗଚ୍ଛିତ ଥିବା ମୋଟ କ୍ରୋମାଇଟର 97 ଭାଗ। ଏଠୁ ପ୍ରତିବର୍ଷ ହଜାର ହଜାର କୋଟିର ମୂଲ୍ୟବାନ ଖଣିଜ ଉତ୍ତୋଳନ ହେଉଛି । ଯାହା ପାଇଁ ଯାଜପୁର ଜିଲ୍ଲାକୁ ମିଳୁଛି ହଜାର ହଜାର କୋଟିର ଖଣିଜ ପାଣ୍ଠି। ବଦଳରେ ସୁକିନ୍ଦାବାସୀ ପାଉଛନ୍ତି କଣ । ଧୁଳି, ଧୁଆଁ, ମାତ୍ରାଧିକ ପ୍ରଦୂଷଣ, ପ୍ରଦୂଷିତ ପାଣି, ଯକ୍ଷ୍ମା ଓ କିଡନୀ ରୋଗ, ଆଉ ନଗଡ଼ାବାସୀଙ୍କୁ ଅପପୁଷ୍ଟି। ବିଜେଡି ଶାସନର ଶେଷ ୯ ବର୍ଷରେ ଜିଲ୍ଲା ଖଣିଜ ପାଣ୍ଠିରୁ ଯାଜପୁରରେ ୬ ହଜାର 400ଟି ପ୍ରକଳ୍ପ ପାଇଁ 2855 କୋଟି ଟଙ୍କା ମଞ୍ଜୁର ହୋଇଛି, ଏଥିରୁ ୧୫ ଶହ 36 କୋଟି ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଛି । କିନ୍ତୁ ସୁକିନ୍ଦା ଖଣି ପ୍ରଭଵିତ ଅଞ୍ଚଳବାସୀ ଯେମିତିକୁ ସେମିତି କଲବଲ ହେଉଛନ୍ତି । 

DMF ଟଙ୍କା ଅନ୍ୟତ୍ର ମନଇଚ୍ଛା ଖର୍ଚ୍ଚ କରିଛନ୍ତି ଯାଜପୁରର ଟାଣୁଆ ବିଜେଡି ନେତା। କିନ୍ତୁ ଯେଉଁ ଖଣି ପ୍ରଭାବିତ ସୁକିନ୍ଦାବାସୀଙ୍କ ପାଇଁ ନା କଲେ ପାନୀୟ ଜଳ ବ୍ୟବସ୍ଥା ନା ଚିକିତ୍ସାସେବା। ଜାଣିଶୁଣି ସୁକିନ୍ଦାବାସୀଙ୍କୁ ମରଣ ମୁହଁକୁ ଠେଲିଦେଲେ ନବୀନ ସରକାର। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ଏବେ ବି ସୁକିନ୍ଦାର ୩୩୧ ଜଣ ଯକ୍ଷ୍ମା ରୋଗୀ ଚିକିତ୍ସାଧୀନ ଅଛନ୍ତି । କିଡନୀ ରୋଗ ଅନେକଙ୍କର ଜୀବନ ନେଇଥିବାବେଳେ ଆହୁରି ଅନେକ ମରଣ ସହ ସଂଘର୍ଷ କରୁଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
During the rule of Naveen, the lives of the people of Sukinda were being played fatally | Argus News