Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାତ୍ୟା ସମୟରେ ରାଜ୍ୟରେ ୧୬ ଶହ ଗର୍ଭବତୀ କଲେ ପ୍ରସବ 

Smruti Parija
Browse all articles by Smruti Parija
·1 year ago
ବାତ୍ୟା ସମୟରେ ରାଜ୍ୟରେ ୧୬ ଶହ ଗର୍ଭବତୀ କଲେ ପ୍ରସବ 

ଅର୍ଗସ ବ୍ୟୁରୋ: ଆରମ୍ଭ ହୋଇଯାଇଛି ବାତ୍ୟା ଦାନାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ବଢ଼ୁଛି ପବନର ବେଗ । ଘର ଭିତରେ ପଶିଲାଣି ପାଣି । ଭାଙ୍ଗିଲାଣି ବଡ ବଡ ଗଛ । ଧାମରାରେ ପବନର ବେଗ ବଢ଼ିବାରେ ଲାଗିଛି । ସୁ ସୁ କରି ଗର୍ଜନ କରୁଛି ପବନ । ଆଉ ବେଳେବେଳେ ଝଟକା ମଧ୍ୟ ଅନୁଭୁତ ହେଉଛି । ବର୍ଷା ମଧ୍ୟ ବଢ଼ିବାରେ ଲାଗିଛି । ତେବେ ଏହାରି ମଧ୍ୟରେ ରାଜ୍ୟରେ 16 ଗର୍ଭବତୀ ପ୍ରସବ କରିସାରିଛନ୍ତି । 


ମୋଟ ୪୪୨୧ ଆସନ୍ନ ପ୍ରସବାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଥିମଧ୍ୟରୁ ପ୍ରାୟ ୧୬ ଶହ ଗର୍ଭବତୀ ପ୍ରସବ କରିସାରିଛନ୍ତି। ତେବେ ଭିତରକନିକାରେ ଏକ ପରିବାର ଦାନା ସମୟରେ ଛୁଆଟି ଜନ୍ମ ହୋଇଥିବାରୁ ତା ନାଁ ଦାନା ଦେବା ନେଇ କହିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
During the storm, 16 hundred pregnant women gave birth | Argus News