Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପବିତ୍ର ଦଶହରା ପର୍ବ ପାଇଁ କଟକ ସହରରେ ପ୍ରସ୍ତୁତି ଆରମ୍ଭ

Rashmita Mishra
Browse all articles by Rashmita Mishra
·11 months ago·2 min read
ପବିତ୍ର ଦଶହରା ପର୍ବ ପାଇଁ କଟକ ସହରରେ ପ୍ରସ୍ତୁତି ଆରମ୍ଭ

Key Points

ପବିତ୍ର ଦଶହରା ପର୍ବ ପାଇଁ ଆରମ୍ଭ ହୋଇଗଲା ପ୍ରସ୍ତୁତି ।

ମା'ଙ୍କ ମୃଣ୍ମୟ ମୂର୍ତ୍ତି ପାଇଁ ମାଟି ଅନୁକୂଳ କାର୍ଯ୍ୟ ଆରମ୍ଭ ହୋଇଯାଇଛି ।

ବିଦ୍ଧି ମୁତାବକ କିଛି ମଣ୍ଡପ ପାଇଁ ଜନ୍ମାଷ୍ଟମୀରେ ମାଟି ଅନୁକୂଳ ହୁଏ ।

ପବିତ୍ର ଦଶହରା ପର୍ବ ପାଇଁ ଆରମ୍ଭ ହୋଇଗଲା ପ୍ରସ୍ତୁତି । ମା'ଙ୍କ ମୃଣ୍ମୟ ମୂର୍ତ୍ତି ପାଇଁ ମାଟି ଅନୁକୂଳ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ବିଦ୍ଧି ମୁତାବକ କିଛି ମଣ୍ଡପ ପାଇଁ ଜନ୍ମାଷ୍ଟମୀରେ ମାଟି ଅନୁକୂଳ ହୁଏ । କିନ୍ତୁ ନନ୍ଦ ଉତ୍ସବରେ ଦେଖିବାକୁ ମିଳେ ମାଟି ଅନୁକୂଳ ପର୍ବର ପ୍ରକୃତ ସ୍ୱରୂପ । ପାରମ୍ପରିକ ଶୋଭାଯାତ୍ରା, ବେସଭୂଷା, ତା ସାଙ୍ଗକୁ ନିଛକ କଟକି ଚଳଣିର ବଳିଷ୍ଠ ପ୍ରମାଣ ମିଳେ ଏହି ସମୟରେ।

କହିବାକୁ ଗଲେ କଟକି ଚଳଣିର ଅନନ୍ୟ ପର୍ବ ଦଶହରାର ଏହି ଆଦ୍ୟ ପର୍ବ ମାଠି ଉଠା । ପୁଣି ଗୋଟିଏ ବର୍ଷ ପରେ ଧରାବତରଣ କରିବାକୁ ଯାଉଛନ୍ତି ଜଗତଜନନୀ ମା’ ଦୁର୍ଗା । ଆଉ ମା’ଙ୍କ ଧରାବତରଣ ପୂର୍ବରୁ ମଙ୍ଗଳବାର ଠାରୁ ଦୁର୍ଗା ପୂଜା ପାଇଁ ପ୍ରସିଦ୍ଧ ଥିବା ସାଂସ୍କୃତିକ ସହର କଟକରେ ଆରମ୍ଭ ହୋଇଛି ପ୍ରସ୍ତୁତି । ପରମ୍ପରା ମୁତାବକ ନନ୍ଦୋତ୍ସବ ଅବସରରେ ସହରର ଅଧିକାଶଂ ପୂଜା କମିଟି ଗୁଡ଼ିକ ପକ୍ଷରୁ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ପାଇଁ ମୃତ୍ତିକା ଅନୁକୂଳ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି ।

ବିଧି ମୁତାବକ କଟକର ମହାନଦୀ ଓ କାଠ ଯୋଡ଼ି ନଦୀ ତଟରେ ଯଥା ରିତିନୀତି ପୂଜାର୍ଚ୍ଚନା ପରେ ସଂଗୃହିତ ହୋଇଛି ପବିତ୍ର ମାଟି । ସଂଗୃହିତ ହୋଇଥିବା ଏହି ମୂଳ ମାଟିକୁ ଆଧାର କରି ଆରମ୍ଭ ହେବ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରି କାର୍ଯ୍ୟ । ବିଭିନ୍ନ ପର୍ଯ୍ୟାୟରେ ମା’ଙ୍କ ମୂର୍ତ୍ତି ତିଆରି ହେବ।

ପ୍ରଥମେ ଏକ ମାଟିଆ ଓ ପରେ ଦୁଇ ମାଟିଆ ନିର୍ମାଣ ହେବା ପରେ ଖଡ଼ି ଲାଗି ଅମାବାସ୍ୟା ଦିନ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିରେ ଖଡ଼ି ରଙ୍ଗ ଲାଗି କରାଯିବ । ଏହା ପରେ ମା’ଙ୍କ ମୂର୍ତ୍ତିର ସମ୍ପୂର୍ଣ୍ଣ ରଙ୍ଗ କାର୍ଯ୍ୟ ଶେଷ ହେବା ପରେ ବିଜୟା ଦଶମୀର ପଞ୍ଚ ଦିନ ପୂର୍ବରୁ ମା’ଙ୍କୁ ବସ୍ତ୍ର ଓ ଆଭୂଷଣ ଇତ୍ୟାଦି ଲାଗି କରାଯିବ ।


ଅଧିକ ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dussehra 2025 Preparations Begin in Cuttack City | Argus News | Argus News