Dussehra Date Confusion / ଦଶହରା, କୁମାର ପୂର୍ଣ୍ଣିମା ଏବଂ ଗଜଲକ୍ଷ୍ମୀ ପୂଜା ତିଥିକୁ ନେଇ ଦ୍ୱନ୍ଦ୍ୱ ରହିଛି…କେଉଁ ଦିନ କଣ ପାଳିବେ ଜାଣିନିଅନ୍ତୁ?
·2 hours ago·2 min read

Key Points
କେବେ ପାଳନ କରିବେ ଦଶହରା
କେବେ କୁମାର ପୂର୍ଣ୍ଣିମାରେ ଟେକିବେ ଆଞ୍ଜୁଳି?
କେବେ କୁମାର ପୂର୍ଣ୍ଣିମାରେ ଟେକିବେ ଆଞ୍ଜୁଳି?
କେବେ ପାଳନ କରିବେ ଦଶହରା? କେବେ କୁମାର ପୂର୍ଣ୍ଣିମାରେ ଟେକିବେ ଆଞ୍ଜୁଳି ।କେବେ ପୁଣି ପାଳନ କରିବେ ଗଜଲକ୍ଷ୍ମୀ ପୂଜା। ମନରେ ଦ୍ୱନ୍ଦ୍ୱ ରହିଛି କି? ସୂର୍ଯ୍ୟ ଉଦୟ ସମୟର ତିଥି ଓ ପୂର୍ବାହ୍ନ,ମଧ୍ୟାହ୍ନ ସମୟର ତିଥିରେ ଫରକ ଯୋଗୁଁ ଦ୍ୱନ୍ଦ୍ବ ସୃଷ୍ଟି ହେଉଥିବା ବେଳେ ଶ୍ରୀମନ୍ଦିରରେ ଉଦୟ ପର୍ବକୁ ବିଚାରକୁ ନିଆଯାଉଥିବାରୁ ତିଥି ପାଳନରେ ଶଙ୍କାରେ ପଡୁଛନ୍ତି ଲୋକେ। ଆସନ୍ତା ୨୦ ତାରିଖରେ ରହିଛି ଦଶହରା। ପୀଠ ମାନଙ୍କରେ ଦଶହରା ପାଳନ କରାଯିବ। ଶ୍ରୀମନ୍ଦିରରେ ମାଆ ବିମଳାଙ୍କ ପୀଠରେ ବି ପାଳନ ହେବ ଦଶହରା।
୨୧ ତାରିଖରେ ମୃଣ୍ମୟୀ ମୂର୍ତ୍ତିଙ୍କ ପାଖରେ ପାଳନ ହେବ ବିଜୟା ଦଶମୀ। କିନ୍ତୁ ଶ୍ରୀମନ୍ଦିରରେ ଆୟୁଧ ପୂଜା ଏହିଦିନ ରହିଥିବା ବେଳେ ଶ୍ରୀମନ୍ଦିରରେ ଦଶହରା ବୋଲି ପଞ୍ଜିକାରେ ଉଲ୍ଲେଖ ରହିଛି ।ଗୋଟିଏ ପଟରେ ସର୍ବତ୍ର ଦଶହରା ଅକ୍ଟୋବର ୨୧ ତାରିଖ ବୋଲି କିଛି ଗବେଷକ କହୁଥିବା ବେଳେ ଅନ୍ୟପଟରେ ଜ୍ୟୋତିର୍ବିଦ ହରିଶଙ୍କର ମିଶ୍ର ୨୦ ତାରିଖରେ ଦଶହରା ପାଳନ ନେଇ ସ୍ପଷ୍ଟ ମତ ରଖିଛନ୍ତି ।ତାଙ୍କ ମତରେ ଶ୍ରୀମନ୍ଦିର ଭିତରେ ବିମଳାଙ୍କ ପାଖରେ ୨୦ରେ ବିଜୟା ଦଶମୀ ଯେହେତୁ ପାଳନ ରହିଛି। ୨୧ରେ କେବଳ ଆୟୁଧ୍ ପୂଜା ରହିଛି।
ତେଣୁ ୨୦ରେ ହିଁ ଦଶହରା ପାଳନୀୟ ବୋଲି ସ୍ପଷ୍ଟ କରିଛନ୍ତି। ସେପଟେ ଆଶ୍ୱିନ ଶୁକ୍ଳ ପୂର୍ଣ୍ଣିମାରେ ପାଳିତ ହେବାକୁ ଥିବା କୁମାର ପୂର୍ଣ୍ଣିମାକୁ ନେଇ ରହିଛି ଦ୍ୱନ୍ଦ୍ୱ। ଅକ୍ଟୋବର ୨୫ରେ କୁମାର ପୂର୍ଣ୍ଣିମା ରହିଛି। କିନ୍ତୁ ଶ୍ରୀମନ୍ଦିରରେ ଉଦୟ ପର୍ବ ଅନୁସାରେ ୨୬ ଅକ୍ଟୋବରରେ କୁମାର ପୂର୍ଣ୍ଣିମା ରହିଛି। ତେଣୁ କେଉଁ ଦିନ କୁମାରୀ ଝିଅ ଟେକିବେ ଆଞ୍ଜୁଳି ଦେଖା ଦେଇଛି ଦ୍ୱନ୍ଦ। ଅକ୍ଟୋବର ୨୫ ପୂର୍ବାହ୍ନ ୧୧ଟା ୫୬ ପରଠାରୁ ପୂର୍ଣ୍ଣିମା ତିଥି ପ୍ରବେଶ କରୁଛି। ଆଞ୍ଜୁଳି ଟେକା ପ୍ରତ୍ୟୁଷ ରହିଥିବାରୁ ଏହି ସମୟରେ ଚତୁର୍ଦ୍ଦଶୀ ତିଥି ରହିଛି।
କିନ୍ତୁ ସନ୍ଧ୍ୟାରେ ଚନ୍ଦ୍ର ପୂଜା ସମୟରେ ତିଥି ରହିଥିବାରୁ ,ଚନ୍ଦ୍ରପୂଜାର ଏହି ପରମ୍ପରା ଆଧାରରେ,ଅକ୍ଟୋବର ୨୫ରେ ହିଁ ଆଞ୍ଜୁଳି ଟେକିବା ବିଧେୟ ବୋଲି ସ୍ପଷ୍ଟ କରିଛନ୍ତି ଜ୍ୟୋତିର୍ବିଦ ହରିଶଙ୍କର ମିଶ୍ର। ଶ୍ରୀମନ୍ଦିରରେ କିନ୍ତୁ ଉଦୟ ପର୍ବ ଅନୁସାରେ ଅକ୍ଟୋବର ୨୬ ତାରିଖରେ ପାଳିତ ହେବ କୁମାର ପୂର୍ଣ୍ଣିମା ।ଠିକ୍ ସେହିପରି ଗଜଲକ୍ଷ୍ମୀ ପୂଜା ମଧ୍ୟ ଅକ୍ଟୋବର ୨୫ରେ ହିଁ ପାଳନ ହେବ ବୋଲି ସ୍ପଷ୍ଟ କରିଛନ୍ତି ଜ୍ୟୋତିର୍ବିଦ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories