Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଟି ଫର୍ ଟ୍ରାନସପରେନସି ବଦଳରେ ଟିମ ୱାର୍କରେ ହେଉଥିଲା କି ଲୁଟ୍ ?

Smruti Parija
Browse all articles by Smruti Parija
·1 year ago·2 min read
ଟି ଫର୍ ଟ୍ରାନସପରେନସି ବଦଳରେ ଟିମ ୱାର୍କରେ ହେଉଥିଲା କି ଲୁଟ୍ ?

Key Points

  • ଇ-କେୱାସି ପ୍ରକିୟା ସରିବା ପରେ ନଭେମ୍ବରରୁ ମିଳିବ ନୂଆ ରାସନ କାର୍ଡ
  • ଟି ଫର ଟ୍ରାନସପରେନସି ବଦଳରେ ଟିମ ୱାର୍କରେ ହେଉଥିଲା କି ଲୁଟ?
  • ଗରିବ ଲୋକଙ୍କ ହକ ହଡପ କରୁଥିଲେ କି ପୂର୍ବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦଲାଲ?
     

ଅର୍ଗସ ବ୍ୟୁରୋ: ମାଗଣା ଚାଉଳ ନେଉଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ପାଇଁ ଇ -କେୱାସି ହୋଇଛି ବଡ ମାଧ୍ୟମ । ବିଜେପି ସରକାରକୁ ଆସିବା ପରେ ରାଜ୍ୟ ତମାମ ରାସନ କାର୍ଡ ଥିବା ହିତାଧିକାରୀଙ୍କ ଚାଲିଛି ଇ -କେୱାସି । ଏବେ ସୁଦ୍ଦା 20 ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଥିବା ସୁଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ । 

ଏମାନଙ୍କୁ ତାଲିକାରୁ ବାଦ ଦେଇ ଯୋଗ୍ୟଙ୍କୁ ଯୋଡିବା ପାଇଁ ବଡ କସରତ କରୁଛନ୍ତି ରାଜ୍ୟ ସରକାର । ପ୍ରାୟ 10 ଲକ୍ଷ ଲୋକ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ । ଇ- କେୱାସି ପ୍ରକିୟା ସରିବା ପରେ ନଭେମ୍ବର ଭିତରେ ନୂଆ ରାସନ କାର୍ଡ ଦିଆଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । 

ଅଯୋଗ୍ୟଙ୍କୁ ବାଦ କରିବା ପ୍ରକିୟା ଭିତରେ ରାସନ କାର୍ଡ ହାତେଇଥିବା ବାଂଲାଦେଶୀଙ୍କୁ ବି ବାଦ ଦିଆଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।  ଉପକୂଳ ଜିଲ୍ଲା କେନ୍ଦ୍ରାପଡାରୁ ନେଇ ବାଲେଶ୍ବର ପର୍ଯ୍ୟନ୍ତ ହଜାର ହଜାର ବାଂଲାଦେଶୀ ହାତେଇଛନ୍ତି ରାସନ କାର୍ଡ ।  ପୂର୍ବ ସରକାର ସମୟରେ ଭୋଟ ବ୍ୟାଙ୍କ ଲୋଭରେ ଏମାନଙ୍କ ଭୋଟର କାର୍ଡ ଓ ରାସନ କାର୍ଡ କରାଇ ଭୋଟ ହାତଉଥିଲେ ବିଜେଡି ସରକାର । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଜେଡି ନେତାଙ୍କ ମାଧ୍ୟମରେ ଧନୀ ଲୋକ ବି ରାସନ କାର୍ଡ ହାତେଇଥିବାର ସଂଙ୍ଗୀନ ଅଭିଯୋଗ ବିଧାନସଭାରେ ଆଣିଥିଲେ । ଗୋଟିଏ ପଟେ ଟି ପର ଟ୍ରାନସପରେନିସର ନାରା ଦେଉଥିବା ପୂର୍ବ ସରକାର ଟି ଫର ଟିମ ୱାର୍କରେ ଲୁଟ କରୁଥିବାର ଆସିଛି ପ୍ରମାଣ । ଯୋଗ୍ୟକୁ ରାସନ କାର୍ଡ ନ ଦେଇ ଅଯୋଗ୍ୟକୁ ମିଳୁଥିଲା କାର୍ଡ ।  ଏବେ ସରକାର ବଦଳିବା ପରେ ଯୋଗ୍ୟ ମନରେ ଜାଗିଛି ଆଶା । 

ରାଜ୍ୟରେ ଏବେ ପ୍ରାୟ 3 କୋଟି 26 ଲକ୍ଷ ହିତାଧିକାରୀ ରାସନ କାର୍ଡ ଜରିଆରେ ଚାଉଳ ପାଉଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି 20 ଲକ୍ଷରୁ ଅଧିକ ଅଯୋଗ୍ୟ ଓ ଭୂତ ହିତାଧିକାରୀ ।  
 

Sponsored
E-KWASI has become a major tool for identifying ineligible beneficiaries taking free rice | Argus News