Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଇ -କେୱାସି ପରେ ଧରା ପଡିଲା ଚାଉଳ ଲୁଟର ସତ

Odisha

ଇ -କେୱାସି ପରେ ଧରା ପଡିଲା ଚାଉଳ ଲୁଟର ସତ

Sangram Tripathy
Browse all articles by Sangram Tripathy
·1 year ago·2 min read
ଇ -କେୱାସି ପରେ ଧରା ପଡିଲା ଚାଉଳ ଲୁଟର ସତ

ଅର୍ଗସ ବ୍ୟୁରୋ:ବିଜେଡି ଲୁଚାଇଥିଲା ବିଜେପି ଖୋଲିଦେଲା, ଇ -କେୱାସି ପରେ ଧରା ପଡିଛି ଚାଉଳ ଲୁଟର ସତ। ମାଗଣା ଚାଉଳ ନେଉଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ପାଇଁ ଇ -କେୱାସି ହୋଇଛି ବଡ ମାଧ୍ୟମ। ବିଜେପି ସରକାରକୁ ଆସିବା ପରେ ରାଜ୍ୟ ତମାମ ରାସନ କାର୍ଡ ଥିବା ହିତାଧିକାରୀଙ୍କ ଚାଲିଛି ଇ -କେୱାସି।  ଏବେ ସୁଦ୍ଦା ୨୦ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ। ଏମାନଙ୍କୁ ତାଲିକାରୁ ବାଦ ଦେଇ ଯୋଗ୍ୟଙ୍କୁ ଯୋଡିବା ପାଇଁ ବଡ କସରତ କରୁଛନ୍ତି ରାଜ୍ୟ ସରକାର। ପ୍ରାୟ ୧୦ ଲକ୍ଷ ଲୋକ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ। ଇ- କେୱାସି ପ୍ରକିୟା ସରିବା ପରେ ନଭେମ୍ବର ଭିତରେ ନୂଆ ରାସନ କାର୍ଡ ଦିଆଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ। ଅଯୋଗ୍ୟଙ୍କୁ ବାଦ କରିବା ପ୍ରକିୟା ଭିତରେ ରାସନ କାର୍ଡ ହାତେଇଥିବା  ବାଂଲାଦେଶୀଙ୍କୁ ବି ବାଦ ଦିଆଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ। ଉପକୂଳ ଜିଲ୍ଲା କେନ୍ଦ୍ରାପଡାରୁ ନେଇ ବାଲେଶ୍ବର ପର୍ଯ୍ୟନ୍ତ ହଜାର ହଜାର ବାଂଲାଦେଶୀ ହାତେଇଛନ୍ତି ରାସନ କାର୍ଡ। ପୂର୍ବ ସରକାର ସମୟରେ ଭୋଟ ବ୍ୟାଙ୍କ ଲୋଭରେ ଏମାନଙ୍କ ଭୋଟର କାର୍ଡ ଓ ରାସନ କାର୍ଡ କରାଇ ଭୋଟ ହାତଉଥିଲେ  ବିଜେଡି ସରକାର।ବିଜେଡି ନେତାଙ୍କ ମାଧ୍ୟମରେ ଧନୀ ଲୋକ ବି ରାସନ କାର୍ଡ ହାତେଇଥିବାର  ସଂଙ୍ଗୀନ ଅଭିଯୋଗ ବିଧାନସଭାରେ ଆଣିଥିଲେଯୋଗାଣ ମନ୍ତ୍ରୀ।ଗୋଟିଏ ପଟେ ଟି ପର ଟ୍ରାନସପରେନିସର ନାରା ଦେଉଥିବା ପୂର୍ବ ସରକାର ଟି ଫର ଟିମ୍ ୱାର୍କରେ ଲୁଟ କରୁଥିବାର ଆସିଛି ପ୍ରମାଣ। ଯୋଗ୍ୟକୁ ରାସନ କାର୍ଡ ନ ଦେଇ ଅଯୋଗ୍ୟକୁ ମିଳୁଥିଲା କାର୍ଡ। ଏବେ ସରକାର ବଦଳିବା ପରେ ଯୋଗ୍ୟ ମନରେ ଜାଗିଛି ଆଶା

ରାଜ୍ୟରେ ଏବେ ପ୍ରାୟ ୩ କୋଟି ୨୬ ଲକ୍ଷ ହିତାଧିକାରୀ ରାସନ କାର୍ଡ ଜରିଆରେ ଚାଉଳ ପାଉଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ୨୦ ଲକ୍ଷରୁ ଅଧିକ ଅଯୋଗ୍ୟ ଓ ଭୂତ ହିତାଧିକାରୀ।  ରାଜ୍ୟ ସରକାର ମଧ୍ୟ ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାରେ ୯ ଲକ୍ଷରୁ ଅଧିକ ଲୋକଙ୍କୁ ଚାଉଳ ଦେଉଛନ୍ତି। ଏବେ ଇ- କେୱାସିରେ ଅଯୋଗ୍ୟ ଧରାପଡିବା ପରେ ଖୋଲିଛି ବିଜେଡି ସରକାର ଅମଳରେ ଚାଉଳ ଲୁଟର ସତ,ଆଗକୁ ଆହୁରୀ ଖୋଲିବ ଗୁମର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
E-Kwasi was caught after rice looting | Argus News