Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାସନ କାର୍ଡ E-KYC ନେଇ ଯୋଗାଣମନ୍ତ୍ରୀଙ୍କ ବଡ଼ ବୟାନ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ରାସନ କାର୍ଡ E-KYC ନେଇ ଯୋଗାଣମନ୍ତ୍ରୀଙ୍କ ବଡ଼ ବୟାନ

ଭୁବନେଶ୍ୱର: ରାସନ କାର୍ଡ E-KYC ନେଇ ଯୋଗାଣମନ୍ତ୍ରୀଙ୍କ ବଡ଼ ବୟାନ । ଫେବୃଆରୀ 15ରେ ପୁରିବ ରାସନ କାର୍ଡ E-KYC କଣ୍ଟ । 15 ପରେ ଆଉ ବଢ଼ିବନି E-KYC ଅବଧି । ବର୍ତ୍ତମାନ ସୁଦ୍ଧା 37 ଲକ୍ଷ 85 ହଜାର 496 ଜଣ ଲୋକ କରିନାହାନ୍ତି ekyc । 6 ଦିନ ଭିତରେ E-KYC କରିବାକୁ ପୁଣି ଅପିଲ କଲେ ଯୋଗାଣ ମନ୍ତ୍ରୀ । 15 ତାରିଖ ପରେ ଆଉ ekyc ଅବଧି ବଢ଼ାଇବେ ନାହିଁ ରାଜ୍ୟ ସରକାର । ଯେଉଁମାନେ kyc କରିବେ ନାହିଁ, ସେଗୁଡିକୁ ସରେଣ୍ଡର ବୋଲି ଧରି ନିଆଯିବ । E-kyc ନକଲେ ସେହି କାର୍ଡ ଗୁଡ଼ିକୁ କାଟି ଦିଆଯିବ । ତଥାପି ଯଦି ଅଯୋଗ୍ୟ ମାନେ କାର୍ଡ ନଫେରାଇଲେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ପ୍ରାୟ 8 ଲକ୍ଷ ଆୟକର ଦେଉଥିବା ଲୋକ କାର୍ଡ ନେଇଥିବା ରିପୋର୍ଟ ଆସିଛି ।


ସେମାନେ ସ୍ବାସ୍ଥ୍ୟ କାର୍ଡ ପାଇବା ପାଇଁ ରାସନ କାର୍ଡ ନେଇଥିଲେ । ଏହାର ରିପୋର୍ଟ ହସ୍ତଗତ ହୋଇଛି । ଏନେଇ ଅଧିକାରୀମାନଙ୍କୁ ସର୍ଭେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । 6 ଲକ୍ଷ ନୂଆ ହିତାଧିକାରୀ ଆବେଦନ କରିଛନ୍ତି । ନୂଆ ଲୋକଙ୍କୁ ରାସନ କାର୍ଡରେ ଯୋଡ଼ା ଯିବ । ଅଯୋଗ୍ୟ ହିତାଧିକାରୀ କାର୍ଡ ନେବା ନେଇ ଲିଖିତ ଅଭିଯୋଗ କଲେ ଆକ୍ସନ ହେବ ବୋଲି କହିଛନ୍ତି ମନ୍ତ୍ରୀ । ଏବେ ସୁଦ୍ଧା ଚାକିରି କରିଥିବା ବା ଆୟକର ଦେଉଥିବା 12 ହାଜର ଅଯୋଗ୍ୟ ରାସନ କାର୍ଡ ଫେରାଇ ସାରିଲେଣି କାର୍ଡ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
e-KYC deadline not to be extended beyond Feb 15 | Argus News